ଭୁବନେଶ୍ୱର: ନୂଆପଡା ଫଳାଫଳକୁ ନେଇ ବିଜେଡି ଆଣିଲା ଅଭିଯୋଗ । କାରସାଦି ହୋଇଥିବା ଅଭିଯୋଗ କଲେ ବିଜେଡି ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ । ଅଭିଯୋଗରେ କହିଛନ୍ତି ଯେ ଯେୁଁ ଭୋଟ ମେସିନ୍ରେ ଆସିଛି ମୁଁ ତାକୁ ଅଗ୍ରାହ୍ୟ କରୁଛି । ଫଳାଫଳକୁ ମୁଁ ଖଣ୍ଡନ କରୁଛି । ନିର୍ବାଚନ କମିଶଶନଙ୍କୁ ମଧ୍ୟ ନିନ୍ଦା କରୁଛି । ନିର୍ବାଚନ ଦିନ ସନ୍ଧ୍ୟା ୫ଟାରେ ୭୫% ଏବଂ ୭ଟାରେ ୭୭% ମତଦାନ ଜଣାଇଲେ । ପରଦିନ ୧୦ଟାରେ ୮୧% ଓ ୧୨ଟାରେ ୮୩.୪୫% କହିଲେ । ନୂଆପଡା ନିର୍ବାଚନରେ ଅନେକ ଗୁଡିଏ ବିରଳ ରେକର୍ଡ ସୃଷ୍ଟି ହୋଇଛି । ସ୍ୱାଧୀନତା ପରଠାରୁ ନୂଆପଡାରେ ଭୋଟିଁ ପ୍ରତିଶତ ୭୦% ଭିତରେ ରହିଛି । ଉପନିର୍ବାଚନରେ କଣ ହେଲା ୪୧ଟି ବୁଥ୍ରେ ୯୦%ରୁ ଅଧିକ ଭୋଟ୍ । ମତଦାନ ୫ଟାରେ ସରିଥିଲେ ବି ପରଦିନ ୧୨ ଟା ପର୍ଯ୍ୟନ୍ତ କାହିଁକି ଗଲା ଘୋଷଣା । ସୂଚନାଯୋଗ୍ୟ, ନୂଆପଡା ଉପନିର୍ବାଚନ ପାଇଁ ନଭେମ୍ବର ୧୧ରେ ମତଦାନ ହୋଇଥିବା ବେଳେ ନଭେମ୍ବର ୧୪ରେ ଫଳାଫଳ ପ୍ରକାଶ ପାଇଥିଲା । ବିଜେପି ପ୍ରାର୍ଥୀ ଜୟ ତାଙ୍କ ନିକଟତମ ପ୍ରାର୍ଥୀ କଂଗ୍ରେସର ଘାସିରାମ ମାଝୀଙ୍କୁ ୮୩ ହଜାର ୭୪୮ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରି ବିଜୟ ଲାଭ କରିଥିଲେ । ବିଜେପି ପ୍ରାର୍ଥୀ ଜୟଙ୍କୁ ୧ ଲକ୍ଷ ୨୩ ହଜାର ୮୬୯ ଖଣ୍ଡ ଭୋଟ ମିଳିଥିଲା । କଂଗ୍ରେସ ପ୍ରାର୍ଥୀ ଘାସିରାମ ୪୦ ହଜାର ୧୨୧ଟି ଭୋଟ ପାଇଥିଲା ବେଳେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ୩୮ ହଜାର ୪୦୮ଖଣ୍ଡ ଭୋଟ ପାଇଥିଲେ ।










