15.1 C
Bhubaneswar
Saturday, December 6, 2025
Homeଓଡିଶାରୋଗୀ ଦେଖୁଥିବା ବେଳେ ଡାକ୍ତରଙ୍କ ମୃତ୍ୟୁ

ରୋଗୀ ଦେଖୁଥିବା ବେଳେ ଡାକ୍ତରଙ୍କ ମୃତ୍ୟୁ

ନୀଳଗିରି: ଓପିଡିରେ ରୋଗୀ ଦେଖୁଥିବା ବେଳେ ଡାକ୍ତରଙ୍କ ମୃତ୍ୟୁ ଘଟିଥିବା ଖବର ମିଳିଛି । ମୃତକ ଡାକ୍ତରଙ୍କୁ ସ୍ତ୍ରୀ ଓ ପ୍ରସୂତି ବିଭାଗର ଡାକ୍ତର ତ୍ରିନାଥ ପାଲ ବୋଲି ଚିହ୍ନଟ କରାଯାଇଛି । ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ଏହି ଘଟଣା ଘଟିଛି । ସୂଚନା ଅନୁସାରେ, ଜଣେ ରୋଗୀକୁ ଚିକିତ୍ସା କରିବା ସମୟରେ ଛାତିରେ ଯନ୍ତ୍ରଣା ଅନୁଭବ କରି ହଠାତି ତଳେ ପଡିଯାଇଥିଲେ ଡାକ୍ତର । ଏହା ପରେ ତାଙ୍କୁ ବାଲେଶ୍ୱର ମେଡିକାଲରେ ଭର୍ତ୍ତୀ କରାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ପରେ ଅଞ୍ଚଳରେ ଏବଂ ତାଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking