21.1 C
Bhubaneswar
Friday, February 6, 2026
Homeଦେଶ ବିଦେଶସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୩ ମାଓବାଦୀ

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୩ ମାଓବାଦୀ

ଛତିଶଗଡ: ଛତିଗଡ ଜଙ୍ଗଲରେ ପୁଣି ଏନକାଉଣ୍ଟର ଆରମ୍ଭ ହୋଇଛି। ଏହି ଏନକାଉଣ୍ଟରରେ ୩ ମାଓବାଦୀ ନିହତ। ରବିବାର ଭୋରରୁ ସୁକୁମା ଜିଲ୍ଲାର କରିଗୁଣ୍ଡମ ଜଙ୍ଗଲରେ ସୁରକ୍ଷା ବାହିନୀ ଓ ନକ୍ସଲବାଦୀ ପୁଣି ମୁହାଁମୁହିଁ ହୋଇଛନ୍ତି। ନିହତ ୩ ମାଓବାଦୀଙ୍କଠାରୁ ଅନେକ ଅସ୍ତ୍ରଶସ୍ତ୍ର ଉଦ୍ଦାର କରାଯାଇଛି। ସୂଚନାରୁ ପ୍ରକାଶ ଚିନ୍ତାଗୁମ୍ଫାପୋଲିସ ଷ୍ଟେନ ଅଞ୍ଚଳର ପାର୍ବତ୍ୟାଞ୍ଚଳରେ ମାଓବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ମିଳିଥିଲା। ସୂଚନା ଅଧାରରେ ଡିଆଜି ଏବଂ ପୋଲିସର ଏକ ଦଳ ଜଙ୍ଗଲରେ ସର୍ଚ୍ଚ ଅପରେସନ ପାଇଁ ଯାଇଥିଲେ। ଦଳ ପହଞ୍ଚିବା ପରେ ମାଓବାଦୀ ଗୁଳି ଚଳାଇବା ଆରମ୍ଭ କରିଥିଲେ। ସୁରକ୍ଷା ବାହିନୀର ପାଲଟା ଗୁଳିରେ ୩ ମାଓବାଦୀ ନିହତ ହୋଇଛନ୍ତି। ଏହା ସହ ଅପରେସନ୍ ଏବେ ବି ଜାରି ରହିଛି। ନକ୍ସଲବାଦୀଙ୍କ ବିରୋଧରେ ଏହି ସଦ୍ୟତମ କାର୍ଯ୍ୟାନୁଷ୍ଠାନ ସହିତ, ଚଳିତ ବର୍ଷ ଛତିଶଗଡ଼ରେ ଏନକାଉଣ୍ଟରରେ ୨୬୨ ଜଣ ନକ୍ସଲ ନିହତ ହୋଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking