16.1 C
Bhubaneswar
Thursday, February 5, 2026
Homeଓଡିଶାହ୍ୟୁମାନ ସାଗରଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ

ହ୍ୟୁମାନ ସାଗରଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏମ୍ସ ଡାକ୍ତରଙ୍କ ସହ ହ୍ୟୁମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ। ହ୍ୟୁମାନଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବାକୁ ଉଦ୍ୟମ ଜାରି ରଖିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ଆବଶ୍ୟକ ହେଲେ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ହ୍ୟୁମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ

ସୂଚନାଯୋଗ୍ୟ, ଶୁକ୍ରବାର ଅପରାହ୍ନ ୧ଟା ୧୦ରେ ହ୍ୟୁମାନଙ୍କୁ ଏମ୍‌ସରେ ଭର୍ତ୍ତି କରାଯାଇଥିଲା। ଜରୁରିକାଳୀନ ବିଭାଗରେ ପ୍ରାରମ୍ଭିକ ସ୍ଥିରତା ପରେ ଇଣ୍ଟେନ୍ସିଭିଷ୍ଟ ତଥା ଇସିଏମ୍‌ଓ ସ୍ପେଶାଲିଷ୍ଟ ଡା. ଶ୍ରୀକାନ୍ତ ବେହେରାଙ୍କ ତତ୍ତ୍ୱାବଧାନରେ ଆଇସିୟୁରେ ତାଙ୍କର ଚିକିତ୍ସା କରାଯାଉଛି। ଭେଣ୍ଟିଲେଟର ସପୋର୍ଟରେ ରହିଥିବା ହ୍ୟୁମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଅତି ଗୁରୁତର ରହିଛି। ପ୍ରାଥମିକ ଚିକିତ୍ସା ପରେ ତାଙ୍କର ମଲ୍ଟି ଅର୍ଗାନ ଡିସ୍‌ଫଙ୍କ୍‌ଶନ୍ ସିଣ୍ଡ୍ରୋମ୍ (ଏମ୍‌ଓଡିଏସ୍‌) ଯଥା ଏନ୍‌ସେଫାଲୋପାଥି, ଆଘାତ, ଶ୍ୱାସକ୍ରିୟା ବିଫଳତା, ତୀବ୍ର ବୃକକ୍ ଆଘାତ, ହେପାଟୋପାଥି, ଥ୍ରୋମ୍ବୋସାଇଟୋପେନିଆ, କୋଆଗୁଲାପାଥି ଚିହ୍ନଟ ହୋଇଛି। ଏଥିସହ ଅତ୍ୟଧିକ କ୍ରନିକ୍ ଯକୃତ ବିଫଳତା, ବିଲାଟେରାଲ ନିମୋନିଆ, ଗୁରୁତର ଏଲ୍‌ଭି ସିଷ୍ଟୋଲିକ୍ ଡିସ୍‌ଫଙ୍କ୍‌ସନ ସହିତ ଡିଲାଟେଡ୍ କାର୍ଡିଓମାୟୋପାଥି ଚିହ୍ନଟ ହୋଇଥିବା ନେଇ ଏମ୍‌ସ ପକ୍ଷରୁ ସୂଚନା ଦିଆଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking