ଭୁବନେଶ୍ୱର: ପ୍ରକାଶ ପାଇଲା ସ୍ପେଶାଲ ଓଟିଇଟି-୨୦୨୫ ରେଜଲ୍ଟ । ସେପ୍ଟେମ୍ବର ୨୭ ତାରିଖରେ ହଇଥିବା ପରୀକ୍ଷାର ରେଜଲ୍ଟ ପ୍ରକାଶ ପାଇଛି । ପେପର ୧ରେ ୧୨ ହଜାର ୯୮୮ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ପାସ ହାର ୪୭.୧୭ ପ୍ରତିଶତ ରହିଛି । ପେପର- ୨ରେ ୩୫ ହଜାର ୧୬୫ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ମୋଟ ୪୮ ହଜାର ୧୫୩ ଜଣ କୃତକାର୍ଯ୍ୟ ନେଇ ବିଏସ ପକ୍ଷରୁ ସୂଚନା ଆସିଛି । www.bseodisha.ac.inରେ ରେଜଲ୍ଟ ଦେଖିପାରିବେ ପରୀକ୍ଷାର୍ଥୀ ।









