23.1 C
Bhubaneswar
Monday, February 23, 2026
Homeଓଡିଶାରାଜ୍ୟ ବିଜେପି କାର୍ଯ୍ୟାଳୟରେ ଜୟ ଢୋଲକିଆଙ୍କୁ ସମ୍ବର୍ଦ୍ଧନା

ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଜୟ ଢୋଲକିଆଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ବର: ରାଜ୍ୟ ବିଜେପି କାର୍ଯ୍ୟାଳୟରେ ନୂଆପଡ଼ା ବିଧାନସଭାର ଉପନିର୍ବାଚନରେ ବିଜୟୀ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ଜୟଙ୍କ ମାଆ କଳ୍ପନା ଢୋଲକିଆ, ବହୁ ବିଜେପି ନେତା , କର୍ମୀ ପ୍ରମୁଖ ଉପସ୍ଥିତ ଅଛନ୍ତି। ଏଥିରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ନୂଆପଡ଼ାରେ ନୂଆ ଇତିହାସ ସୃଷ୍ଟି ହୋଇଛି। ନୂଆପଡ଼ାବାସୀ ବିଜେପି ଉପରେ ଭରସା କରିଛନ୍ତି। ସେମାନେ ବିଜେପି ଉପରେ ବିଶ୍ବାସ ରଖିଛନ୍ତି। ନୂଆପଡ଼ାରେ ଏଥର ବିକାଶ ହେବ। ଆମ ସରକାର ୧୧୦୧ କୋଟି ଟଙ୍କାର ପ୍ରକଳ୍ପ ଲାଗି ଘୋଷଣା କରିଛନ୍ତି। ନୂଆପଡ଼ାର ନୂଆ ନେତା ଭାବେ ବାଜି ମାରିଛନ୍ତି ଜୟ ଢୋଲକିଆନୂଆପଡ଼ାର ନୂଆ ନେତା ଭାବେ ବାଜି ମାରିଛନ୍ତି ଜୟ ଢୋଲକିଆ। ବିଜେଡି ଗଡ଼କୁ ଧ୍ବସ୍ତ କରି ଉପନିର୍ବାଚନରେ ଜୟଙ୍କ ବଡ଼ ବିଜୟ ହୋଇଛି। ୧୧ ବର୍ଷ ପରେ ନୂଆପଡ଼ାରେ ପୁଣି ଥରେ ପଦ୍ମ ଫୁଟିଛି। ବିଜେପି ପ୍ରାର୍ଥୀ ଜୟ ତାଙ୍କ ନିକଟତମ ପ୍ରାର୍ଥୀ କଂଗ୍ରେସର ଘାସିରାମ ମାଝୀଙ୍କୁ ୮୩ ହଜାର ୭୪୮ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି । ଜୟଢୋଲକି ଆଜି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିବାକୁ ଯାଇପାରନ୍ତି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking