25.1 C
Bhubaneswar
Friday, March 6, 2026
Homeଓଡିଶାରଣପୁର ଦର୍ପନାରାୟଣପୁର ରାସ୍ତା ଡିସେମ୍ବର ସୁଦ୍ଧା ସାରିବାକୁ ବାଚସ୍ପତିଙ୍କ ନର୍ଦ୍ଦେଶ

ରଣପୁର ଦର୍ପନାରାୟଣପୁର ରାସ୍ତା ଡିସେମ୍ବର ସୁଦ୍ଧା ସାରିବାକୁ ବାଚସ୍ପତିଙ୍କ ନର୍ଦ୍ଦେଶ

ଭୁବନେଶ୍ୱର/ରଣପୁର: ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ପୂର୍ତ୍ତ ବିଭାଗ ଡାକବଙ୍ଗଳାଠାରେ ମାନ୍ୟବର ବାଚସ୍ପତି ତଥା ରଣପୁର ବିଧାୟିକା ଶ୍ରୀମତୀ ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରଣପୁରର ବିଭିନ୍ନ ବିକାଶମୂଳକ ଯୋଜନା ଓ କାର୍ଯ୍ୟ ସମ୍ବନ୍ଧରେ ଆଲୋଚନା ହୋଇଥିଲା । ବୈଠକରେ ନୂତନ ସବ ରେଜିଷ୍ଟାର କାର୍ଯ୍ୟାଳୟର ସ୍ଥାନ ଚିହ୍ନଟ ଓ ନିର୍ମାଣ ସହ ଉପର ବାଇପାସ ଓ ତଳ ବାଇପାସ ରାସ୍ତାର ପ୍ରଶସ୍ତି କରଣ, ପୂର୍ତ୍ତ ବିଭାଗ ଡାକବଙ୍ଗଳାର ଉନ୍ନତିକରଣ ତଥା ନୂତନ ରାଜସ୍ୱ ଡାକବଙ୍ଗଳା ନିର୍ମାଣ ଓ ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ମୁଖ୍ୟ ପ୍ରବେଶ ରାସ୍ତାର ପ୍ରଶସ୍ତି କରଣ ନେଇ ବିସ୍ତୃତ ଆଲୋଚନା ହୋଇଥିଲା । ଏଥି ସହ ଡିମିଶର ଦୁଆନ୍ତ ନଦୀସେତୁ ଓ ରାଜସୁନଖଳା ରଣପୁର ରାସ୍ତାରେ ଥିବା ମନ୍ଦାକିନୀ ନଦୀ ସେତୁ ନିମାଣ କାର୍ଯ୍ୟ ଓ ରଣପୁର ଓ ଦର୍ପନାରାୟଣପୁର ରାସ୍ତାର ଅଗ୍ରଗତି ଓ ଶୀଘ୍ର ପରିସମାପ୍ତି ତ୍ୱରାନ୍ୱିତ କରିବା ଦିଗରେ ବାଚସ୍ପତି ଶ୍ରୀମତୀ ପାଢ଼ୀ ଗୁରୁତ୍ୱାରୋପ କରିଥିଲେ । ଉପରୋକ୍ତ କାର୍ଯ୍ୟଗୁଡିକର ସମୀକ୍ଷା କରି ଯଥାଶୀଘ୍ର ସାରିବା ପାଇଁ ବାଚସ୍ପତି ଶ୍ରୀମତୀ ପାଢ଼ୀ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ । ପୂର୍ତ୍ତ ବିଭାଗ ଦ୍ୱାରା ହେବାକୁ ଥିବା ଡିମିଶର ଦୁଆନ୍ତ ନଦୀସେତୁ ଓ ରାଜସୁନଖଳା ରଣପୁର ରାସ୍ତାରେ ଥିବା ମନ୍ଦାକିନୀ ନଦୀ ସେତୁ ନିମାଣ କାର୍ଯ୍ୟ, ରଣପୁର ଓ ଦର୍ପନାରାୟଣପୁର ରାସ୍ତା ଆସନ୍ତା ଡିସେମ୍ବର ମାସ ଶେଷ ସୁଦ୍ଧା ସାରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ଏଥି ସହିତ ଆଜି ଷୋହଳ କୋଟି ଟଙ୍କାର ବ୍ୟୟ ଅଟକଳରେ ହେବାକୁ ଥିବା ଉପର ମଣିନାଗ ରାସ୍ତା ନିର୍ମାଣ କାର୍ଯ୍ୟର ଶିଳାନ୍ୟାସ, ମାନ୍ୟବର ବାଚସ୍ପତି ତଥା ରଣପୁର ବିଧାୟିକା ଶ୍ରୀମତୀ ସୁରମା ପାଢୀଙ୍କ କରକମଳରେ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ବିଜ୍ଞପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ରଙ୍ଗୀନ ମହାନ୍ତି, ନିର୍ବାହୀ ଅଧିକାରୀ ଶ୍ରୀ ସାମନ୍ତ ବିଶ୍ୱମ୍ଭର ମହାପାତ୍ର, ପୂର୍ତ୍ତ ବିଭାଗର ପରିଚାଳନା ଯନ୍ତ୍ରୀ ଶ୍ରୀ ସଂଜୀବ ବେହେରା, ସହକାରୀ ଯନ୍ତ୍ରୀ, ରଣପୁର ଶ୍ରୀ ଦୟାନିଧି ରାୟଗୁରୁ ଏବଂ ସହକାରୀ ଯନ୍ତ୍ରୀ, ଓଡଗାଁ ଶ୍ରୀ ସୁଧାଂଶୁ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking