17.1 C
Bhubaneswar
Sunday, December 7, 2025
Homeଓଡିଶାସାଇବର ଆଇନ ଅନୁସାରେ କଠୋର କାର୍ଯ୍ୟାନୁଷ୍ଠାନ ଓ ଗିରଫ କରାଯାଉ: ଡ.ଯତୀନ ମହାନ୍ତି

ସାଇବର ଆଇନ ଅନୁସାରେ କଠୋର କାର୍ଯ୍ୟାନୁଷ୍ଠାନ ଓ ଗିରଫ କରାଯାଉ: ଡ.ଯତୀନ ମହାନ୍ତି

ଭୁବନେଶ୍ୱର: ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ ଓଡିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ ନିଜ ନିଜ ସାମାଜିକ ଗଣମାଧ୍ୟମରେ ଅତ୍ୟନ୍ତ ଅରୁଚିକର, ଅପଶଦ୍ଦ, ଭିତିହୀନ, ବିଭ୍ରାନ୍ତକାରୀ ମନ୍ତବ୍ୟ ଦେଇଥିବା ସାମାଜିକ କର୍ମୀ ଶ୍ରୀ ସନ୍ଦୀପ ସିଂହ ଏବଂ ବିଜେଡି ନେତା ଶ୍ରୀ ମନ୍ମଥ ରାଉତରାୟଙ୍କ ବିରୁଦ୍ଧରେ ଆଜି ଭୁବନେଶ୍ୱର ସାଇବର ଥାନାରେ ଭିନ୍ନ ଭିନ୍ନ ଦୁଇଟି ଲିଖିତ ଅଭିଯୋଗ କରାଯାଇଛି । ରାଜ୍ୟ ଉପସଭାପତି ଡ.ଯତୀନ ମହାନ୍ତି ଏ ସଂପର୍କରେ ସୂଚନା ଦେଇ କହିଛନ୍ତି ଯେ, ନିଜକୁ ସାମାଜିକ କର୍ମୀ ବୋଲାଉଥିବା ଶ୍ରୀ ସନ୍ଦୀପ ସିଂହ ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ବିରୁଦ୍ଧରେ ବ୍ୟକ୍ତିଗତ ଭାବରେ ମିଥ୍ୟା ଅଭିଯୋଗ କରି ନିଜ ସାମାଜିକ ଗଣମାଧ୍ୟମ “ଏକ୍ସ”ରେ ପୋଷ୍ଟିଂ କରିଛନ୍ତି । ଏହା ସଂପୂର୍ଣ୍ଣ ଭାବେ ଦଣ୍ଡନୀୟ ଅପରାଧ ।

ସେହିପରି ଓଡ଼ିଶାର ବିଜେଡି ନେତା ଶ୍ରୀ ମନ୍ମଥ ରାଉତରାୟ ଉପନିର୍ବାଚନ ସମୟରେ ନୂଆପଡାରେ ଛିଡା ହୋଇ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ବିରୁଦ୍ଧରେ ଅତ୍ୟନ୍ତ ଅଶାଳୀନ, ଅଭଦ୍ର ଶବ୍ଦର ବ୍ୟବହାର କରି ସର୍ବସମ୍ମୁଖରେ ଗାଳି ଦେବା ଭିଡିଓକୁ ପ୍ରଥମେ ନିଜ ସାମାଜିକ ଗଣମାଧ୍ୟମ (ଫେସବୁକ) ଏବଂ ପରେ ଅନ୍ୟମାନଙ୍କ ସହାୟତାରେ ଭାଇରାଲ କରିଥିଲେ । ଏହା ମଧ୍ୟ ସଂପୂର୍ଣ୍ଣ ଭାବେ ଦଣ୍ଡନୀୟ ଅପରାଧ । ସାମାଜିକ ଗଣମାଧ୍ୟମକୁ ଅପବ୍ୟବହାର କରି ଦେଶର ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଅପମାନିତ କରିଥିବା ଉଭୟ ଶ୍ରୀ ସନ୍ଦୀପ ସିଂହ ଏବଂ ଶ୍ରୀ ମନ୍ମଥ ରାଉତରାୟଙ୍କ ବିରୁଦ୍ଧରେ ସାଇବର ଆଇନ ଅନୁଯାୟୀ ଦଣ୍ଡବିଧାନ କରି ଗିରଫ କରିବାକୁ ବିଜେପି ତରଫରୁ ଦାବୀ କରାଯାଇଛି ବୋଲି ଡ.ମହାନ୍ତି କହିଛନ୍ତି । ଏହି ପ୍ରତିନିଧିମଣ୍ଡଳୀରେ ବରିଷ୍ଠ ନେତା ଶ୍ରୀ ମହେଶ ମହାନ୍ତି, ରାଜ୍ୟ ଗଣମାଧ୍ୟମ ସଂଯୋଜକ ଶ୍ରୀ ସୁଜିତ କୁମାର ଦାସ, ଲିଗାଲ ସେଲ ରାଜ୍ୟ ସଂଯୋଜକ ଶ୍ରୀ ଜୟନ୍ତ ଜେନା, ସାମାଜିକ ଗଣମାଧ୍ୟମ ରାଜ୍ୟ ସଂଯୋଜକ ଶ୍ରୀ ଉମାକାନ୍ତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking