26.1 C
Bhubaneswar
Wednesday, December 17, 2025
Homeଓଡିଶାସହିଦ ନଗର ବଜାରରେ ଅଗ୍ନିକାଣ୍ଡ: ଜଣେ ମୃତ

ସହିଦ ନଗର ବଜାରରେ ଅଗ୍ନିକାଣ୍ଡ: ଜଣେ ମୃତ

ଭୁବନେଶ୍ୱର: ସହିଦ ନଗର ବଜାରରେ ଅଗ୍ନିକାଣ୍ଡ। ଏହି ଅଗ୍ନିକାଣ୍ଡରେ ଜଣେ ବୃଦ୍ଧ ଦୋକାନୀଙ୍କ ମୃତ୍ୟୁ ଘଟିଛି। ପୀଡିତାଙ୍କ ନାମ କୁଲିଆ ବୋଲି ଚିହ୍ନଟ କରାଯାଇଛି। ସୂଚନା ଅନୁସାରେ, ଶୁକ୍ରବାର ପ୍ରତ୍ୟୁଷରେ ଭୁବନେଶ୍ୱରର ସହିଦ ନଗରର ଟିନିକୋନିଆ ମାର୍କେଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ଜଣେ ବୃଦ୍ଧ ଦୋକାନୀ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତିଏହି ଅଗ୍ନିକାଣ୍ଡରେ ଅନେକ ଦୋକାନ ନଷ୍ଟ ହୋପିଥିବା ନେଇ ସୂଚନା ମିଳିଛି। କୁଲିଆ ନିକଟସ୍ଥ ଶିବ ମନ୍ଦିରରେ ଦୀପ ଏବଂ ପୂଜା ସାମଗ୍ରୀ ବିକ୍ରି କରୁଥିଲେ।

କୋୖଣସି କାରଣରୁ ସେ ରହୁଥିବା ତମ୍ବୁର ନିଅ ଲାଗିଯାଇଥିଲା ଏବଂ ଅଗ୍ନିକାଣ୍ଡ ସମୟରେ ସେ ତାଙ୍କ ତମ୍ବୁରେ ଥିଲେ। ସେହି ସମୟରେ ପାଖରେ ଥିବା ଦୋକାନଗୁଡ଼ିକ ବନ୍ଦ ଥିବାରୁ, କେହି ବଞ୍ଚାଇପାରିଲେ ନାହିଁଫଳରେ ସେ ଦୋକାନ ଭିତରେ ସମ୍ପୂର୍ଣ୍ଣ ପୋଡ଼ି ଯାଇଥିଲେଅଗ୍ନିକାଣ୍ଡ ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ସଚିବାଳୟ ଅଗ୍ନିଶମ କେନ୍ଦ୍ରର ପୋଲିସ ଏବଂ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଥିଲେ। ତଥାପି, ପୀଡିତଙ୍କୁ ବଞ୍ଚାଯାଇ ପାରିଲା ନାହିଁ। ପୋଲିସ ଅଗ୍ନିକାଣ୍ଡର କାରଣ ତଦନ୍ତ କରୁଛି ଏବଂ ଦୋକାନୀଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking