ମୟୁରଭଞ୍ଜ: ଭିଜିଲାନ୍ସ ଜାଲରେ ଧରା ପଡିଛନ୍ତି ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ କାର୍ଯ୍ୟାଳୟରେ କାର୍ଯ୍ୟରତ କନିଷ୍ଠ କିରାଣୀ ପାର୍ଥଶଙ୍କର ଚେଲ l ସୂଚନା ଅନୁଯାୟୀ, ମୋରଡା ବ୍ଲକରେ ପୂର୍ବରୁ କାର୍ଯ୍ୟରତ ଥିବା ଅବସରପ୍ରାପ୍ତ ପିଇଓ ମାଣିତ୍ରୀ ଚନ୍ଦନପୁର ଗ୍ରାମର ଗଦାଧର ସୋରେନଙ୍କ ଅବସରକାଳୀନ କାଗଜପତ୍ରର କ୍ଲିଅରେନ୍ସ ପାଇଁ ୨ ହଜାର ଟଙ୍କା ବ୍ଲକ ପରିସର ଭିତରେ ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଡ଼ିଏସପି ସିକନ୍ଦର ହେମ୍ବ୍ରମ, ଇନ୍ସପେକ୍ଟର ବିକାଶ ରଞ୍ଜନ ସ୍ୱାଇଁ, ଛବିରାଣୀ ହେମ୍ବ୍ରମ,ଲଳିତ ରାଉତ,ଚତୁର୍ଭୁଜ ଚମ୍ପିଆ କିରାଣୀ ପାର୍ଥସାରଥୀଙ୍କୁ ମାଡି ବସିଥିଲେ l ତେବେ ପାର୍ଥସାରଥୀ ଟଙ୍କା ଗୁଡିକୁ ଫିଙ୍ଗି ଦେଇ ଅଫିସ ଭିତରକୁ ଚାଲି ଯାଇଥିଲେ l ଏହାପରେ ଭିଜିଲାନ୍ସ ଟିମ କେମିକାଲ ମିଶ୍ରିତ ପାଣିରେ ପାର୍ଥସାରଥୀଙ୍କ ହାତ ଧୋଇବାରୁ ପାର୍ଥସାରଥୀ ଲାଞ୍ଚ ନେଉଥିବାର ପ୍ରମାଣ ହୋଇଥିଲା l ଏହାପରେ ପାର୍ଥସାରଥୀଙ୍କୁ ଭିଜିଲାନ୍ସ ଟିମ ଅଟକ ରଖି ଅଧିକ ପଚାରୁଚୁରା କରୁଛି l










