ବିହାର: ଆଜି ବିହାର ବିଧାନସଭା ନିର୍ବାଚନର ଭୋଟ ଗଣତି। ବିିହାରରେ ଏନଡିଏକୁ ମିଳିଛି ବଡ ସଫଳତା। ସଂଖ୍ୟାଗରିଷ୍ଠତା ଟପି ୧୬୦ରୁ ଉର୍ଦ୍ଧ୍ୱ ଆସନରେ ଆଗୁଆ। ୮୦ରୁ କମ୍ ଆସନ ପ୍ଧବ ମହାଗଠବନ୍ଧନ ପଛରେ ରହିଛି। ନିର୍ବାଚନରେ ପାଦ ଥାପିବେ ପ୍ରଶାନ୍ତ କିଶୋର ନିରାଶ। ମୁଖ୍ୟ ପ୍ରତିଯୋଗିତା ଏନଡିଏ ଏବଂ ବିରୋଧୀ ମହାଗଠବନ୍ଧନ ମଧ୍ୟରେ। ସୂଚନାଯୋଗ୍ୟ, ଭାରତର ନିର୍ବାଚନ କମିଶନ ୧୮ତମ ବିହାର ବିଧାନସଭା ପାଇଁ ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ଯଥାକ୍ରମେ ନଭେମ୍ବର ୬ ଏବଂ ୧୧ ତାରିଖରେ ହୋଇଥିଲା। ସମସ୍ତ ୨୪୩ ଆସନ ପାଇଁ ଆଜି ଭୋଟ୍ ଗଣତି । ରାଜ୍ୟର ୩୮ଟି ଜିଲ୍ଲାର ୪୬ଟି ଗଣତି କେନ୍ଦ୍ରରେ ସକାଳ ୮ଟାରେ ଗଣତି ଆରମ୍ଭ ହୋଇଛି। ମତଦାନର ଉଭୟ ପର୍ଯ୍ୟାୟରେ ଭୋଟରଙ୍କ ମତଦାନ ହାର ୬୫ ପ୍ରତିଶତରୁ ଅଧିକ ହୋଇଛି।
ବିହାର ନିର୍ବାଚନରେ ସକାଳ ୧୦ଟା ପର୍ଯ୍ୟନ୍ତ ନିର୍ବାଚନ କମିଶନଙ୍କ ରିପୋର୍ଟ
ନୀତିଶ କୁମାରଙ୍କ ଜେଡିୟୁ – ୬୩ ଆସନରେ ଆଗୁଆ
ବିଜେପି- ୬୧ ଆସନରେ ଆଗୁଆ
ଆରଜେଡି – ୩୪ ଆସନରେ ଆଗୁଆ
ଏଲଜେପି (ଆର)- ୧୭ ଆସନରେ ଆଗୁଆ
କଂଗ୍ରେସ – ୧୦ ଆସନରେ ଆଗୁଆ
ଏଚ୍ଏଏମ୍ – ୪ ଆସନରେ ଆଗୁଆ
ସିପିଆଇଏମ୍ଏଲ୍ – ୩ ଆସନରେ ଆଗୁଆ
ଆରଏଲଏମ୍ – ୧ ଆସନରେ ଆଗୁଆ
ଭିଆଇପି – ୧ ଆସନରେ
ଆଗୁଆ ଏଆଇଏମ୍ଆଇଏମ୍ – ୧ ଆସନରେ ଆଗୁଆ
ସିପିଆଇଏମ୍ – ୧ ଆସନରେ ଆଗୁଆ
ବିଏସ୍ପି – ୧ ଆସନରେ ଆଗୁଆ
ସ୍ୱାଧୀନ – ୧ ଆସନରେ ଆଗୁଆ










