ଭାରତ ନିର୍ବାଚନ ଆୟୋଗ
ନିର୍ବାଚନ ସଦନ, ଅଶୋକା ରୋଡ୍, ନୂଆଦିଲ୍ଲୀ -110001
ECI / PN / 353/2025
ପ୍ରେସ୍ ଇସ୍ତାହାର
ଭୁବନେଶ୍ବର | ୧୩.୧୧.୨୦୨୫
୧. ଭାରତ ନିର୍ବାଚନ ଆୟୋଗ (ECI) ବିହାର ବିଧାନସଭା ନିର୍ବାଚନ, ୨୦୨୫କୁ ସଫଳତାର ସହ ଆୟୋଜନ ଏବଂ ପରିଚାଳନ କରୁଛନ୍ତି । ୧୯୫୧ ପରଠାରୁ, ସର୍ବାଧିକ ୬୭.୩୧% ମତଦାନ ହାର ପରିଲିକ୍ଷିତ ହୋଇଛି । ୧୪ ନଭେମ୍ବର, ୨୦୨୫ରେ ସୁରୁଖୁରୁରେ ଭୋଟ-ଗଣନା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ।
୨. ବିହାର ବିଧାନସଭା ନିର୍ବାଚନରେ ଶୂନ୍ୟ ପୁନଃନିର୍ବାଚନ
• ୨,୬୧୬ ପ୍ରାର୍ଥୀଙ୍କ ମଧ୍ୟରୁ କାହାଦ୍ୱାରା ପୁନଃନିର୍ବାଚନ ପାଇଁ ଅନୁରୋଧ କରାଯାଇ ନାହିଁ
• ୧୨ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳଙ୍କ ପାଖରୁ ମଧ୍ୟ ପୁନଃନିର୍ବାଚନ ଅନୁରୋଧ ଆସିନାହିଁ
୩. ବିହାରରେ ସ୍ଵତନ୍ତ୍ର ସଘନ ସଂଶୋଧନ (SIR) ସମୟରେ କୌଣସି ଅପିଲ ଆସି ନାହିଁ, ଚୂଡ଼ାନ୍ତ ଭୋଟର ତାଲିକାରେ ୭,୪୫,୨୬,୮୫୮ ଭୋଟରଙ୍କ ନାମ ରହିଛି ।
• ୩୮ ଜିଲ୍ଲା ମଧ୍ୟରୁ ୧୨ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳ ଠାରୁ କୌଣସି ଅପିଲ ଆସି ନାହିଁ।
୪. ରାଜ୍ୟ ସାରାର ସମସ୍ତ ୨୪୩ ବିଧାନସଭା ନିର୍ବାଚନମଣ୍ଡଳୀରେ ଭୋଟ ଗଣନା ବ୍ୟବସ୍ଥା କରାଯାଇଛି। ୨୪୩ ଜଣ ଗଣନା ପର୍ଯ୍ୟବେକ୍ଷକ ଏବଂ ପ୍ରାର୍ଥୀ କିମ୍ବା ସେମାନଙ୍କ ପ୍ରତିନିଧିଙ୍କ ଉପସ୍ଥିତିରେ ୨୪୩ ଜଣ ରିଟର୍ଣ୍ଣିଂ ଅଫିସର (RO) ଙ୍କ ନେତୃତ୍ୱରେ ଭୋଟ ଗଣନା କରାଯିବ।
୫. ପ୍ରତ୍ୟେକ ଟେବୁଲରେ ଜଣେ ଗଣନା ସୁପରଭାଇଜର, ଗଣନା ସହାୟକ ଏବଂ ମାଇକ୍ରୋ-ଅବଜରଭର ରହିବେ ଏବଂ ୪,୩୭୨ ଗଣନା ଟେବୁଲ ରହିବ । ପ୍ରାର୍ଥୀଙ୍କ ଦ୍ୱାରା ନିଯୁକ୍ତ ୧୮,୦୦୦ ରୁ ଅଧିକ ଗଣନା ପ୍ରତିନିଧି ମଧ୍ୟ ଗଣନା ପ୍ରକ୍ରିୟା ତଦାରଖ କରିବେ।
୬. ୧୪ ନଭେମ୍ବର ୨୦୨୫ ର ସକାଳ ୮:୦୦ ଟାରେ ଗଣନା ଆରମ୍ଭ ହେବ। ଆୟୋଗଙ୍କ ନିର୍ଦ୍ଦେଶ ଅନୁଯାୟୀ, ପ୍ରଥମେ ପୋଷ୍ଟାଲ୍ ବାଲଟ୍ ଗଣନା ଆରମ୍ଭ ହେବ, ତା’ପରେ ସକାଳ ୮.୩୦ ଟାରେ ଇ.ଭି.ଏମ୍ ଗଣନା ଆରମ୍ଭ ହେବ। ଇଭିଏମ୍ ଗଣନାର ଶେଷ ପର୍ଯ୍ୟାୟ ପୂର୍ବରୁ ପୋଷ୍ଟାଲ୍ ବାଲଟ୍ ଗଣନା ସମାପ୍ତ ହେବା ବାଧ୍ୟତାମୂଳକ । ପ୍ରାର୍ଥୀ କିମ୍ବା ସେମାନଙ୍କ ଗଣନା ପ୍ରତିନିଧିଙ୍କ ଉପସ୍ଥିତିରେ RO/ARO ଙ୍କ ଦ୍ୱାରା ପୋଷ୍ଟାଲ୍ ବାଲଟ୍ ଗଣନା କରାଯାଏ।
୭. ଇଭିଏମ୍ ଗଣନା ସମୟରେ, କଣ୍ଟ୍ରୋଲ ୟୁନିଟ ଗୁଡିକୁ ଗଣନା ଟେବୁଲକୁ ଅଣାଯାଇ ଫର୍ମ ୧୭C (ଭାଗ ୧) ରେ ଥିବା ରେକର୍ଡ ସହିତ ଏହାର କ୍ରମିକ ସଂଖ୍ୟା ମେଳ ଖାଉଛି କି ନାହିଂ ଯାଞ୍ଚ କରାଯିବ । ଇ.ଭି.ଏମ୍ ରେ ରେକର୍ଡ ହୋଇଥିବା ଭୋଟ ସଂଖ୍ୟା ଫର୍ମ ୧୭C ର ଏଣ୍ଟ୍ରି ସହିତ ପୁନଃ-ଯାଞ୍ଚ କରାଯାଏ । ଯଦି ମେଳ ନଥାଏ, ତେବେ ସେହି ମତଦାନ କେନ୍ଦ୍ରର ଭି.ଭି.ପ୍ୟାଟ୍ ସ୍ଲିପ୍ ବାଧ୍ୟତାମୂଳକ ଭାବରେ ଗଣନା କରାଯିବ ।
8. ଫଳାଫଳଗୁଡ଼ିକୁ RO ଙ୍କ ଠାରୁ ସଂଗ୍ରହ କରାଯାଇ ନିର୍ବାଚନ ଆୟୋଗର ପୋର୍ଟାଲ୍ – https://results.eci.gov.in ରେ ନିର୍ବାଚନମଣ୍ଡଳୀ ଅନୁଯାୟୀ ଉପଲବ୍ଧ କରାଯିବ। ଆୟୋଗ ସମସ୍ତଙ୍କୁ ପରାମର୍ଶ ଦେଉଛନ୍ତି ଯେ କୌଣସି ଅନ୍ୟ ଉତ୍ସ ଉପରେ ନିର୍ଭର ନ ହୋଇ, ସଠିକ୍ ଏବଂ ଯାଞ୍ଚ କରାଯାଇଥିବା ସୂଚନା ପାଇଁ କେବଳ ଏହି ପୋର୍ଟାଲ୍ର ଅନୁଶୀଳନ କରନ୍ତୁ ।










