ଭୁବନେଶ୍ୱର: ଭୁବନେଶ୍ୱର ଏଜି ଛକରୁ ହଟିବ ଟ୍ରାଫିକ୍ ପୋଷ୍ଟ । ଏନେଇ ସୂଚନା ଦେଲେ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସୂଚନା ଦେଇ କହିଛନ୍ତି ଯେ ମାଟି ତଳେ ଓ ଉପରେ ତିଆରି ହେବ ୨ ଥାକିଆ ରାସ୍ତା । କଳ୍ପନା, ଖଣ୍ଡଗିରି ଓ ଜୟଦେବ ବିହାରରୁ ନାଲକୋ ପର୍ଯ୍ୟନ୍ତ ଏଲିଭେଟେଡ କରିଡର୍ । ପ୍ରାରମ୍ଭିକ ଡିପିଆର ପ୍ରସ୍ତୁତ ହୋଇଥିବା କହିଲେ ପୂର୍ତ୍ତ ମନ୍ତ୍ରୀ । ଟ୍ରାଫିକ ସମସ୍ୟା ଦୂର ପାଇଁ ୨୦ଟି ନୂଆ ରାସ୍ତା ନିର୍ମାଣ ପାଇଁ ଯୋଜନା କରାଯାଇଛି । ଏଣିକି ଓବିସିସିର ସମସ୍ତ କାର୍ଯ୍ୟ ପେପର ଲସ୍ କରାଯିବ ।









