ନୂଆଦିଲ୍ଲୀ: ଦିଲ୍ଲୀ ଲାଲକିଲ୍ଲା ନିକଟରେ ଘଟିଥିବା ବିସ୍ଫୋରଣ ପାଇଁ ସ୍କାନରରେ ଫରିଦାବାଦର ଅଲ୍ ଫଲାହ ୟୁନିଭର୍ସିଟି । ଅଲ୍ ଫଲାହ ୟୁନିଭର୍ସିଟି ପରିସରରେ ବୋମା ନିଷ୍କ୍ରିୟକାରୀ ଟିମ୍ । ହରିୟାଣା ପୋଲିସର ବୋମା ନିଷ୍କ୍ରିୟକାରୀ ଟିମ୍ର ତନାଘନା । କ୍ୟାମ୍ପସରୁ ତୃତୀୟ କାର୍ ଠାବ ପରେ ବୋମା ସ୍କ୍ୱାଡର ତନାଘନା । ଅଲ୍ ଫଲାହ ୟୁନିଭର୍ସିଟିକୁ ଆସୁଥିବା ଫଣ୍ଡିଂକୁ ନେଇ ମଧ୍ୟ ତଦନ୍ତ କରିବ ଇଡି । ଡାକ୍ତରଙ୍କ ମଧ୍ୟରେ ହୋଇଥିବା ଆର୍ଥିକ ଟ୍ରାଞ୍ଜାକସନ୍କୁ ନେଇ ବି ଘାଣ୍ଟିବ ଇଡି । ଅନ୍ୟପଟେ, ଅଲ୍ ଫଲାହ ୟୁନିଭର୍ସିଟିକୁ କାରଣ ଦର୍ଶାଅ ନୋଟିସ୍ ଜାରି କଲା ନାକ୍ ଟିମ୍ । ନିଜ ୱେବସାଇଟ୍ରେ ଆକ୍ରିଡେସନ୍ ମାନ୍ୟତା ମିଳିଥିବା ଦର୍ଶାଇଥିବାରୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ଅଲ୍ ଫଲାହ ୟୁନିଭର୍ସିଟିକୁ କୌଣସି ଆକ୍ରିଡେସନ୍ ମାନ୍ୟତା ମିଳି ନଥିବା ସ୍ପଷ୍ଟ କଲା ନାକ୍ ।










