20.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶଦିଲ୍ଲୀ ବିସ୍ଫୋରଣ ଘଟଣା ଅଲ୍‌-ଫଲାହ ବିଶ୍ୱବିଦ୍ୟାଳୟର ଲିଙ୍କ୍

ଦିଲ୍ଲୀ ବିସ୍ଫୋରଣ ଘଟଣା ଅଲ୍‌-ଫଲାହ ବିଶ୍ୱବିଦ୍ୟାଳୟର ଲିଙ୍କ୍

ନୂଆଦିଲ୍ଲୀ: ଦିଲ୍ଲୀରେ ଘଟିଥିବା କାର୍‌ ବିସ୍ଫୋରଣ ଘଟଣା ସହ ଫରିଦାବାଦର ଧୌଜ ଅଞ୍ଚଳରେ ଥିବା ଅଲ୍‌-ଫଲାହ ବିଶ୍ୱବିଦ୍ୟାଳୟର ଲିଙ୍କ୍। ବିସ୍ଫୋରଣରେ ସମ୍ପୃକ୍ତ ଆତଙ୍କୀଙ୍କ ସହ ଏହି ବିଶ୍ୱବିଦ୍ୟାଳୟର ସମ୍ପର୍କ ରହିଛି। କିଛି ବର୍ଷ ତଳେ ଏହି ବିଶ୍ୱବିଦ୍ୟାଳୟ ନିଜସ୍ୱ ମେଡିକାଲ କଲେଜ ଆରମ୍ଭ କରିଥିଲା । ଏଠାରେ ଦେଶର ବିଭିନ୍ନ ସ୍ଥାନରୁ ଛାତ୍ରଛାତ୍ରୀମାନେ ଆସି ପଢ଼ୁଛନ୍ତି । ଗତକାଲି ପୁଲିସ ଏବଂ ଏନ୍‌ଆଇଏର ଏକ ମିଳିତ ଟିମ୍‌ ସେହି କଲେଜରେ ଚଢ଼ଉ କରିଛନ୍ତି । ଯାଞ୍ଚରୁ ଜଣାପଡିଛି କି ଆତଙ୍କୀ ସଙ୍ଗଠନ ଜୈସ୍‌-ଇମହମ୍ମଦ ଏବଂ ଅନ୍‌ସାର ଗଜୱାତୁଲ-ହିନ୍ଦ୍‌ର ଏକ ଆନ୍ତର୍ଜାତିକ ନେଟୱାର୍କ ଏହି ବିଶ୍ୱବିଦ୍ୟାଳୟ ସହ ଯୋଡିହୋଇ ରହିଛି।

ଏହି ନେଟୱାର୍କ ଶିକ୍ଷାନୁଷ୍ଠାନ ଆଢ଼ୁଆଳରେ ଫଣ୍ଡ ଟ୍ରାନ୍ସଫର, ଆତଙ୍କୀ ନିଯୁକ୍ତି ଓ ବିସ୍ଫୋରକ ସାମଗ୍ରୀ ଏକାଠି କରିବା ଭଳି କାର୍ଯ୍ୟ କରୁଥିଲା । ଏହି ବିଶ୍ୱବିଦ୍ୟାଳୟର ଲ୍ୟାବରେ ଆରଡିଏକ୍ସ ଭଳି ବିସ୍ଫୋରକ ପ୍ରସ୍ତୁତ କରାଯାଉଥିବା ପୁଲିସ ସନ୍ଦେହ କରୁଛି । ଚଢ଼ଉ ବେଳେ ଉକ୍ତ ଲ୍ୟାବରେ କାମ କରୁଥିବା ୩ କର୍ମଚାରୀଙ୍କୁ ଗିରଫ କରାଯାଇଛି । ତଦନ୍ତରୁ ଏକଥା ମଧ୍ୟ ସାମ୍‌ନାକୁ ଆସିଛି କି ଦିଲ୍ଲୀ ବିସ୍ଫୋରଣର ମାଣ୍ଡରମାଇଣ୍ଡ ଆତଙ୍କୀ ଡାକ୍ତର ମହମ୍ମଦ ଉମର ନବି ମଧ୍ୟ ଏହି ବିଶ୍ୱବିଦ୍ୟାଳୟରେ ଡାକ୍ତର ଥିଲା । ବିସ୍ଫୋରଣର କିଛି ଘଣ୍ଟା ପୂର୍ବରୁ ସେ ଏକ ହ୍ୟୁଣ୍ଡାଇ ଆଇ-୨୦ କାର୍‌ ନେଇ ସେଠାରୁ ବାହାରି ଯାଇଥିଲା ଏବଂ ଦିଲ୍ଲୀରେ ବିସ୍ଫୋରଣ କରିଥିଲା ।

ସେହିଭଳି ଫରିଦାବାଦର ଫତେହରପୁର ତାଗା ଗାଁରେ ମଧ୍ୟ ପୁଲିସ ପହଞ୍ଚିଛି । ସେଠାରେ ଥିବା ଏକ ମସ୍‌ଜିଦରେ ଯାଞ୍ଚ କରିଛି ପୁଲିସ ଟିମ୍‌ । ଦିଲ୍ଲୀ ବିସ୍ପୋରଣରେ ସମ୍ପୃକ୍ତ ଅଲ୍‌-ଫଲାହ ବିଶ୍ୱବିଦ୍ୟାଳୟର ଆତଙ୍କୀ ଡାକ୍ତର ମୁଜାମିଲ ଏହି ମସ୍‌ଜିଦକୁ ଅନେକ ସମୟରେ ଆସି ନମାଜ ପାଠ କରୁଥିଲା । କାଶ୍ମୀର, ତାମିଲନାଡୁ ଓ ନୁଁହରୁ ଆସିଥିବା ଜମାତିଙ୍କୁ ପୁଲିସ ପଚରାଉଚୁରା କରିଥିଲା । ଏହା ପରେ ସେଠାରୁ ୪ ଜଣଙ୍କୁ ଗିରଫ କରି ପୁଲିସ ନେଇଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking