16.1 C
Bhubaneswar
Sunday, December 7, 2025
Homeଦେଶ ବିଦେଶଦୋଷୀଙ୍କୁ ଛଡାଯିବନି: ମୋଦି

ଦୋଷୀଙ୍କୁ ଛଡାଯିବନି: ମୋଦି

ନୂଆଦିଲ୍ଲୀ: ଭୁଟାନରେ ଦିଲ୍ଲୀ ବିସ୍ଫୋରଣକୁ ନେଇ ପ୍ରଧାନମନ୍ତ୍ରୀ କଡା ମନ୍ତବ୍ୟ ଦେଇଛନ୍ତି । କହିଛନ୍ତି, ଷଡଯନ୍ତ୍ର ପଛରେ ଯେଉଁମାନେ ଦାୟୀ ସେମାନଙ୍କୁ ଛଡାଯିବନି । ସାରା ରାତି ଅଧିକାରୀଙ୍କ ସହ ଯୋଗାଯୋଗରେ ଥିଲି । ଆଜି ମୁଁ ଦୁଃଖମନରେ ଏଠାକୁ ଆସିଛି । ପୀଡିତ ପରିବାରର ଦୁଃଖ ବୁଝିପାରୁଛି, ପୂରା ଦେଶ ସେମାନଙ୍କ ସହ ଅଛି । କାଲିର ଘଟଣା ପୁରା ଦେଶକୁ ବ୍ୟଥିତ କରିଛି । ଅନ୍ୟପଟେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ କହିଛନ୍ତି, କୌଣସି ବି ପରିସ୍ଥିତିରେ ଦୋଷୀଙ୍କୁ  ଛଡାଯିବନାହିଁ । ଏଥିସହିତ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ରାଜନାଥ ।  ତଦନ୍ତ ଚାଲିଛି, ଦୋଷୀଙ୍କୁ ନିଶ୍ଚିତ ଦଣ୍ଡ ଦିଆଯିବ । ସୂଚନାଥାଉକି, ଆସନ୍ତାକାଲି ଲାଲକିଲ୍ଲାରେ ଘଟିଥିବା ବୋମା ବିସ୍ଫୋରଣରେ ୧୦ ଜଣଙ୍କୁ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ମଧ୍ୟ ଆହତ ହୋଇଥିଲେ । ଘଟଣାସ୍ଥଳରେ ଏନଆଇଏ, ଏନସଜି , ଦିଲ୍ଲୀ ପୋଲି କମିସନର ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି  ା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking