25.1 C
Bhubaneswar
Saturday, December 6, 2025
Homeଓଡିଶାନୂଆପଡ଼ା ଉପ-ନିର୍ବାଚନ: ୯ଟା ସୁଦ୍ଧା ୧୪.୯୯ % ଭୋଟିଂ

ନୂଆପଡ଼ା ଉପ-ନିର୍ବାଚନ: ୯ଟା ସୁଦ୍ଧା ୧୪.୯୯ % ଭୋଟିଂ

ନୂଆପଡ଼ା: ନୂଆପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ସମସ୍ତ ୩୫୮ ଟି ମତଦାନ କେନ୍ଦ୍ରରେ ମକ୍ ପୋଲ ସଫଳତାର ସହ ସମାପ୍ତ ହୋଇଛି ।

* ମକ୍ ପୋଲ ସମୟରେ ଯାନ୍ତ୍ରିକ ତ୍ରୁଟି ଚିହ୍ନଟ ହେବା ପରେ ତିନୋଟି ବାଲଟ୍ ୟୁନିଟ୍ (BU) ଏବଂ ତିନୋଟି କଣ୍ଟ୍ରୋଲ୍ ୟୁନିଟ୍ (CU) ତୁରନ୍ତ ବଦଳାଯାଇଥିଲା ।

* ଖରିଆର ରୋଡର ମଙ୍ଗୋରାପଲ୍ଲୀର ବୁଥ୍ ନମ୍ବର ୭୬ରେ ରିପୋର୍ଟ ହୋଇଥିବା EVM-ସମ୍ବନ୍ଧୀୟ ସମସ୍ୟାର ତୁରନ୍ତ ସମାଧାନ କରାଯାଇଥିଲା ।

* ସମ୍ବେଦନଶୀଳ ଏବଂ ସଖୀ ବୁଥ୍ ସମେତ ନିର୍ବାଚନ ମଣ୍ଡଳୀର ସମସ୍ତ ଅଞ୍ଚଳରେ ମତଦାନ ଶାନ୍ତିଶୃଙ୍ଖଳାର ସହିତ ଚାଲୁରହିଛି ।

* ପୂର୍ବାହ୍ନ 9.00ଟା ସୁଦ୍ଧା ମତଦାନର ହାର ପ୍ରାୟ ୧୪.୯୯% ରହିଛି ।

-ମତଦାନର ଗୋପନୀୟତା ଉଲ୍ଲଂଘନ କରିଥିବା ହେତୁ ପିଏସ୍-୩୬,କୁଲିଆବନ୍ଧର ପ୍ରିଜାଇଡିଂ ଅଫିସରଙ୍କୁ ନିଲମ୍ବିତ କରାଯାଇଛି ।

* ନୂଆପଡ଼ାରେ ମୁକ୍ତ, ନିରପେକ୍ଷ ଏବଂ ସ୍ୱଚ୍ଛ ଉପ-ନିର୍ବାଚନ ସୁନିଶ୍ଚିତ କରିବା ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମତଦାନ ପ୍ରକ୍ରିୟା ନିରନ୍ତର ତଦାରଖ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking