26.1 C
Bhubaneswar
Wednesday, February 4, 2026
Homeଦେଶ ବିଦେଶଦିଲ୍ଲୀରେ ବିସ୍ଫୋରଣ: ୩ ଦିନ ଲାଲକିଲ୍ଲା ବନ୍ଦ

ଦିଲ୍ଲୀରେ ବିସ୍ଫୋରଣ: ୩ ଦିନ ଲାଲକିଲ୍ଲା ବନ୍ଦ

ନୂଆଦିଲ୍ଲୀ: ଦିଲ୍ଲୀ ଲାଲକିଲ୍ଲା ମେଟ୍ରୋ ଷ୍ଟେସନ ନିକଟରେ ବିସ୍ଫୋରଣ ପରେ ଲାଲକିଲ୍ଲା ହାଇ ଆଲର୍ଟରେ ରହିଛି। ସୁରକ୍ଷା ଦୃଷ୍ଟିରୁ ଏଏସଆଇ ଆଜି ଲାଲକିଲ୍ଲାକୁ ଆଗାମୀ ତିନି ଦିନ ପାଇଁ ବନ୍ଦ କରିଦେଇଛି। ଏହା ସହ ନେତାଜୀ ସୁଭାଷ ମାର୍ଗକୁ ସାଧାରଣ ଲୋକଙ୍କ ପାଇଁ ବନ୍ଦ କରିଦିଆଯାଇଛି। ସୋମବାର ସନ୍ଧ୍ୟାରେ ଦିଲ୍ଲୀର ଲାଲକିଲ୍ଲା ମେଟ୍ରୋ ଷ୍ଟେସନ ନିକଟରେ ଘଟିଥିବା ବୋମା ବିସ୍ଫୋରଣରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୯ ଜଣ ଆହତ ହୋଇଥିଲେ। ଘଟଣା ପରେ ପୋଲିସ ଅଞ୍ଚଳକୁ ଘେରାବନ୍ଦୀ କରି ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁଯାୟୀ, ଦିଲ୍ଲୀ ଟ୍ରାଫିକ୍ ପୋଲିସ ଆଜି ନେତାଜୀ ସୁଭାଷ ମାର୍ଗ ଏବଂ ସର୍ଭିସ୍ ରୋଡ୍‌ର ଉଭୟ ପାଶ୍ୱର୍କୁ ଜନସାଧାରଣଙ୍କ ସୁରକ୍ଷା ପାଇଁ ବନ୍ଦ କରିଦିଆଯାଇଛି। ଚଟ୍ଟା ରେଳ କଟ୍‌ରୁ ସୁଭାଷ ମାର୍ଗ କଟ୍ ପର୍ଯ୍ୟନ୍ତ କୌଣସି ଯାନବାହନକୁ ଅନୁମତି ଦିଆଯିବ ନାହିଁ। ଏହି କଟକଣାଗୁଡିକ ସକାଳ ୬ଟାରୁ ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ବଳବତ୍ତର ରହିବ। ଟ୍ରାଫିକ୍ ପୋଲିସ ଯାତ୍ରୀମାନଙ୍କୁ ଯାତାୟତରେ ବାଧା ସୃଷ୍ଟି ନହେବା ପାଇଁ ବିକଳ୍ପ ରାସ୍ତା ବ୍ୟବହାର କରିବାକୁ ପରାମର୍ଶ ଦେଇଛି।

ବିସ୍ଫୋରଣ ପରେ ତୁରନ୍ତ ଦିଲ୍ଲୀ ପୋଲିସ ସମସ୍ତ ସମ୍ବେଦନଶୀଳ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରିଛି। ଆଇଜିଆଇ ବିମାନବନ୍ଦର, ଇଣ୍ଡିଆ ଗେଟ୍, ସଂସଦ ଭବନ ଏବଂ ସୀମାବର୍ତ୍ତୀ ଅଞ୍ଚଳରେ ଯାଞ୍ଚ କଡ଼ାକଡ଼ି କରାଯାଇଛି। ପ୍ରତ୍ୟେକ ଯାନବାହାନ ଯାଞ୍ଚ କରାଯାଉଛି ଏବଂ ପୋଲିସ ଲୋକଙ୍କୁ ଯେକୌଣସି ସନ୍ଦିଗ୍ଧ ବସ୍ତୁ କିମ୍ବା କାର୍ଯ୍ୟକଳାପ ବିଷୟରେ ତୁରନ୍ତ ରିପୋର୍ଟ କରିବାକୁ ଅନୁରୋଧ କରିଛି। ଏହି ଘଟଣା ପରେ, ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ଏଏସଆଇ) ସୁରକ୍ଷା ଦୃଷ୍ଟିରୁ ଆଗାମୀ ତିନି ଦିନ ପାଇଁ ଲାଲକିଲ୍ଲାକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି। ଏହି ସମୟ ମଧ୍ୟରେ, କୌଣସି ପର୍ଯ୍ୟଟକ କିମ୍ବା ନାଗରିକଙ୍କୁ କମ୍ପ୍ଲେକ୍ସ ଭିତରକୁ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ। ଅଧିକାରୀମାନେ କହିଛନ୍ତି ଯେ ତଦନ୍ତ ଏବଂ ସୁରକ୍ଷା ବ୍ୟବସ୍ଥାରେ ଯେପରି ବାଧା ନ ଆସେ ତାହା ନିଶ୍ଚିତ କରିବା ପାଇଁ ଏହି ନିଷ୍ପତ୍ତି ସମ୍ପୂର୍ଣ୍ଣ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ନିଆଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking