18.1 C
Bhubaneswar
Wednesday, February 4, 2026
Homeଦେଶ ବିଦେଶଦିଲ୍ଲୀ ଲାଲକିଲ୍ଲା ନିକଟରେ ଭୟଙ୍କର ବିସ୍ଫୋରଣ: ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି, ୩୦ରୁ ଅଧିକ ଆହତ

ଦିଲ୍ଲୀ ଲାଲକିଲ୍ଲା ନିକଟରେ ଭୟଙ୍କର ବିସ୍ଫୋରଣ: ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି, ୩୦ରୁ ଅଧିକ ଆହତ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରୁ ବଡ଼ ଖବର ସାମ୍ନାକୁ ଆସୁଛି। ଲାଲକିଲ୍ଲା ମେଟ୍ରୋ ଷ୍ଟେସନର ଗେଟ୍ ନମ୍ବର 1 ନିକଟରେ ଏକ କାରରେ ଭୟଙ୍କର ବିସ୍ଫୋରଣ ଘଟିଛି। ଏଥିରେ ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି ପାଇଥିବା ବେଳେ ଆହତଙ୍କ ସଂଖ୍ୟା ୩୦ ଛୁଇଁଛି। ଆହତଙ୍କ ମଧ୍ୟରେ ବି ଅନେକଙ୍କ ଅବସ୍ଥା ଗୁରୁତର ରହିଛି। ଘଟଣାସ୍ଥଳରେ NIA, NSG ଟିମ୍ ର ତନାଘନା ଜାରି ରହିଛି। ଏହି ଭୟଙ୍କର ବିସ୍ଫୋରଣ ପରେ ଦିଲ୍ଲୀ ସମେତ ସମଗ୍ର NCR ଏବଂ ମୁମ୍ବାଇରେ ହାଇ ଆଲର୍ଟ ଜାରି କରାଯାଇଛି । ବିଶ୍ବ ପ୍ରସିଦ୍ଧ ତୀର୍ଥସ୍ଥଳ ତଥା ପର୍ଯ୍ୟଟନ ସହର ପୁରୀରେ ମଧ୍ୟ ହାଇ ଆଲର୍ଟ ଜାରି କରାଯାଇଥିବା ପୁରୀ ଏସପି ସୂଚନା ଦେଇଛନ୍ତି। ଲାଲକିଲ୍ଲା ମେଟ୍ରୋ ଷ୍ଟେସନ ନିକଟରେ ବିସ୍ଫୋରଣ ଘଟଣାର ସମ୍ପୂର୍ଣ୍ଣ ସ୍ଥିତି ପରଖିବା ପାଇଁ ଘଟଣାସ୍ଥଳରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପହଞ୍ଚିଛନ୍ତି। ତେବେ ତା ପୂର୍ବରୁ ଶାହ କହିଥିଲେ ଯେ, “ଆଜି ସନ୍ଧ୍ୟା ପ୍ରାୟ ୭ଟାରେ, ଦିଲ୍ଲୀର ଲାଲକିଲ୍ଲା ନିକଟରେ ସୁଭାଷ ମାର୍ଗ ଟ୍ରାଫିକ ସିଗନାଲରେ ଏକ ହୁନ୍ଦାଇ i20 କାରରେ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣରେ କିଛି ପଦଯାତ୍ରୀ ଆହତ ହୋଇଥିଲେ ଏବଂ କିଛି ଯାନବାହନ କ୍ଷତିଗ୍ରସ୍ତ ହୋଇଥିଲା। ପ୍ରାଥମିକ ରିପୋର୍ଟରୁ ଜଣାପଡିଛି ଯେ କିଛି ଲୋକ ପ୍ରାଣ ହରାଇଛନ୍ତି। ବିସ୍ଫୋରଣର ସୂଚନା ପାଇବାର ୧୦ ମିନିଟ୍ ମଧ୍ୟରେ, ଦିଲ୍ଲୀ କ୍ରାଇମ୍ ବ୍ରାଞ୍ଚ ଏବଂ ଦିଲ୍ଲୀ ସ୍ପେଶାଲ୍ ବ୍ରାଞ୍ଚର ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି। NSG ଏବଂ NIA ଦଳ, FSL ସହିତ, ଏବେ ଏକ ପୁଙ୍ଖାନୁପୁଙ୍ଖ ତଦନ୍ତ ଆରମ୍ଭ କରିଛନ୍ତି। ମୁଁ ଦିଲ୍ଲୀ ସିପି ଏବଂ ସ୍ପେଶାଲ୍ ବ୍ରାଞ୍ଚ ଇନଚାର୍ଜଙ୍କ ସହ ମଧ୍ୟ କଥା ହୋଇଛି। ସମସ୍ତ ବିକଳ୍ପର ତୁରନ୍ତ ତଦନ୍ତ କରାଯିବ ।”

ଦିଲ୍ଲୀରେ ବିସ୍ଫୋରଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରିସ୍ଥିତିର ସମୀକ୍ଷା କରିଛନ୍ତି। ସେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ କଥା ହୋଇ ପରିସ୍ଥିତି ସମ୍ପର୍କରେ ସୂଚନା ନେଇଥିବା, ଭାରତ ସରକାରଙ୍କ ସୂତ୍ରରୁ ସୂଚନା ମିଳିଛି। ସେପଟେ ଘଟଣା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ତୁରନ୍ତ ଦିଲ୍ଲୀ ପୋଲିସ କମିଶନରଙ୍କ ସହ କଥା ହୋଇଥିଲେ। ଏନଏସଜି, ଏନଆଇଏ ଏବଂ ଫୋରେନସିକ୍ ବିଭାଗର ଦଳ ଘଟଣାସ୍ଥଳକୁ ପଠାଯାଇଥିଲା। ଦିଲ୍ଲୀ ଘଟଣା ସମ୍ପର୍କରେ ଗୃହମନ୍ତ୍ରୀ ଆଇବି ନିର୍ଦ୍ଦେଶକଙ୍କ ସହ ନିରନ୍ତର ଯୋଗାଯୋଗରେ ଅଛନ୍ତି। ପାର୍କିଂ ହୋଇଥିବା ଏକ କାର୍ ହୋଇଥିଲା ଏହି ଭୟଙ୍କର ବିସ୍ଫୋରଣ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ଏକ ବଡ଼ ବିସ୍ଫୋରଣ ହେବାପରେ କାର୍ ଗୁଡ଼ିକ ହୁତହୁତ୍ ହୋଇ ଜଳିବାକୁ ଲାଗିଲା। ବିସ୍ଫୋରଣର ମାତ୍ରା ଏତେ ତୀବ୍ର ଥିଲା ଯେ, ବହୁ ଦୂର ପର୍ଯ୍ୟନ୍ତ କାର୍ ର ଭଗ୍ଲାବଶେଷ ଗୁଡ଼ିକ ଫୋପାଡ଼ି ହୋଇ ପଡ଼ିଥିଲା। ବିସ୍ଫୋରଣ ପଛରେ କୌଣସି ଆତଙ୍କବାଦୀ କାର୍ଯ୍ୟକଳାପ ଥିବା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ କିମ୍ବା କୌଣସି ସଂଗଠନ ଏପର୍ଯ୍ୟନ୍ତ ନିଜକୁ ଏଥିପାଇଁ ଦାୟୀ କରିନାହାନ୍ତି। ଲାଲକିଲ୍ଲା ଅଞ୍ଚଳ ଦିଲ୍ଲୀର ସବୁଠାରୁ ବ୍ୟସ୍ତବହୁଳ ଏବଂ ଜନଗହଳିପୂର୍ଣ୍ଣ ଅଞ୍ଚଳ ମଧ୍ୟରୁ ଗୋଟିଏ। ଦିଲ୍ଲୀ ଅଗ୍ନିଶମ ବିଭାଗ ଅନୁଯାୟୀ, ଲାଲକିଲ୍ଲା ମେଟ୍ରୋ ଷ୍ଟେସନର ଗେଟ ନମ୍ବର 1 ନିକଟରେ ପାର୍କିଂ ହୋଇଥିବା ଏକ କାରରେ ଏକ ବିସ୍ଫୋରଣ ଘଟିଥିବା ରିପୋର୍ଟ ହୋଇଛି, ଯାହା ପରେ ପାଖରେ ପାର୍କିଂ ହୋଇଥିବା ଅନ୍ୟ ଆଠରୁ ନଅଟି ଯାନକୁ ଗ୍ରାସ କରି କ୍ଷତି ପହଞ୍ଚାଇଛି।

ନିର୍ବାଚନ ହେବାକୁ ଥିବା ବିହାରରେ ହାଇ ଆଲର୍ଟ
ଦିଲ୍ଲୀର ଲାଲକିଲ୍ଲା ନିକଟରେ ବିସ୍ଫୋରଣ ପରେ, ରାତି ପାହିଲେ ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ହେବାକୁ ଥିବା ବିହାରରେ ହାଇ ଆଲର୍ଟ ଜାରି କରାଯାଇଛି। ଏନେଇ ବିହାର ଡିଜିପି ବିନୟ କୁମାର କହିଛନ୍ତି। ମଙ୍ଗଳବାର ବିହାରରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବ। ‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅନୁସାରେ, ଭାରତୀୟ ମାଟିରେ ଯେକୌଣସି ଆକ୍ରମଣକୁ ଯୁଦ୍ଧ କାର୍ଯ୍ୟ ଭାବେ ବିବେଚନା କରାଯିବ’, – ୧୫ ମେ ୨୦୨୫ରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହା କହିଥିଲେ।

ଲାଲକିଲ୍ଲା ନିକଟରେ କାର୍‌ ବିସ୍ଫୋରଣ , ୮ ମୃତ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking