25.1 C
Bhubaneswar
Tuesday, February 3, 2026
Homeଦେଶ ବିଦେଶଭୁଶୁଡିଲା ଛାତ: ୫ମୃତ, ପୋତି ହୋଇଗଲେ ବହୁ ଶ୍ରମିକ

ଭୁଶୁଡିଲା ଛାତ: ୫ମୃତ, ପୋତି ହୋଇଗଲେ ବହୁ ଶ୍ରମିକ

ପାଟନା, ଜୟପୁର: ସୋମବାର ଉଭୟ ବିହାର ଓ ରାଜସ୍ଥାନ ରାଜ୍ୟରୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଖବର ସାମ୍ନାକୁ ଆସିଛି। ଉଭୟ ରାଜ୍ୟରେ ନିର୍ମାଣଧୀନ ଘରର ଛାତ ଭୁଶୁଡିଥିବା ବେଳେ ଅନେକ ଲୋକଙ୍କ ମୃତାହତ ଖବର ସାମ୍ନାକୁ ଆସିଛି। ରିପୋର୍ଟ ଅନୁସାରେ ବିହାର ପାଟନା ଜିଲ୍ଲାର ଦାନପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ଡିଆରା ଅଞ୍ଚଳରେ ଏକ ଘରର ଛାତ ଭୁଶୁଡି ପଡ଼ିଥିଲା। ଫଳରେ ପରିବାରର ୫ ସଦସ୍ୟଙ୍କର ମୃତ୍ୟୁ ହୋଇଯାଇଛି। ପ୍ରାଥମିକ ତଦନ୍ତରୁ ଜାଣିବାକୁ ମିଳିଛି ଯେ ଏହି ଘରଟି ପୂର୍ବ କଂଗ୍ରେସ ସରକାର ସମୟରେ ଇନ୍ଦିରା ଆବାସ ଯୋଜନା ଯୋଜନା ଅଧୀନରେ ନିର୍ମାଣ କରାଯାଇଥିଲା। କିନ୍ତୁ କିଛି ବର୍ଷ ମଧ୍ୟରେ ହିଁ ଘରର କାନ୍ଥ ଏବଂ ଛାତରେ ଫାଟ ସୃଷ୍ଟି ହୋଇଥିଲା। ପରିବାର ଲୋକେ ଏହାକୁ ବାରମ୍ବାର ମରାମତି କରୁଥିଲେ ଏବଂ ରହିଆସୁଥିଲେ। ତେବେ ଆଜି ହଠାତ୍ ଘରର ଛାତ ହିଁ ଭୁଶୁଡି ପଡ଼ିଥିଲା। ଗ୍ରାମବାସୀମାନେ ପ୍ରଶାସନଠାରୁ ପର୍ଯ୍ୟାପ୍ତ କ୍ଷତିପୂରଣ ଏବଂ ତୁରନ୍ତ ସହାୟତା ଦାବି କରିଛନ୍ତି।

ମୃତକଙ୍କ ନାମ ବବଲୁ ଖାନ୍ (୩୨ବର୍ଷ, ଘର ମାଲିକ), ତାଙ୍କ ସ୍ତ୍ରୀ ରୋଶନ ଖାତୁନ (୩୦), ପୁଅ ମହମ୍ମଦ ଚାନ୍ଦ (୧୦), ଝିଅ ରୁଖସାର (୧୨) ଏବଂ ସେମାନଙ୍କ ସାନ ଝିଅ ଚାନ୍ଦନୀ (୨) ବୋଲି ଚିହ୍ନଟ କରାଯାଇଛି। ରବିବାର ବିଳମ୍ବିତ ରାତିରେ ପରିବାରର ସମସ୍ତ ସଦସ୍ୟ ଶୋଇଥିବା ବେଳେ ମାନସ ନୟା ପାନାପୁର ୪୨ ପଟ୍ଟି ଗାଁରେ ଏହି ଅଘଟଣ ଘଟିଛି।

ସେହିପରି ରାଜସ୍ଥାନ ରାଜଧାନୀ ଜୟପୁର ସହରର ସୁଭାଷ ଚୌକ ପୁଲିସ ଷ୍ଟେସନ ଅଞ୍ଚଳରେ ମଧ୍ୟ ଆଜି ଅପରାହ୍ନରେ ସମାନ ଘଟଣା ସାମ୍ନାକୁ ଆସିଛି। ଜୟପୁର ସହରର ପନ୍ନି ଗାରଣ ମୋହଲ୍ଲା ଅଞ୍ଚଳରେ ଏକ ନିର୍ମାଣାଧୀନ ବହୁମହଲା ବିଶିଷ୍ଟ ବିଲ୍ଡିଂର ଛାତ ଭୁଶୁଡ଼ି ପଡ଼ିବା ଯୋଗୁ ଏଠାରେ କାମ କରୁଥିବା ୫/୭ ଶ୍ରମିକ ଭଗ୍ନାବଶେଷ ତଳେ ପୋତି ହୋଇଯାଇଛନ୍ତି। ଏମାନଙ୍କୁ ଉଦ୍ଧାର ପାଇଁ ପ୍ରଶାସନ ଏବଂ ଉଦ୍ଧାରକାରୀ ଦଳଙ୍କ ପକ୍ଷରୁ ଜୋରସୋରରେ ଉଦ୍ୟମ ଜାରି ରହିଥିବା କୁହାଯାଇଛି। ଉଦ୍ଧାର କାର୍ଯ୍ୟରେ ସହାୟତା କରିବା ପାଇଁ ସ୍ଥାନୀୟ ଲୋକ ଏବଂ ନିକଟବର୍ତ୍ତୀ ବାସିନ୍ଦା ଘଟଣାସ୍ଥଳରେ ଏକାଠି ହୋଇଛନ୍ତି। ଏହି ଦୁର୍ଘଟଣା ଏକ ନିର୍ମାଣାଧୀନ ଘରର ଦୁର୍ବଳ ନିର୍ମାଣ ଯୋଗୁ ଘଟିଥିବା ଅନୁମାନ କରାଯାଉଛି। ପୁଲିସ ଆଖପାଖ ଅଞ୍ଚଳକୁ ସିଲ୍ କରି ତଦନ୍ତ ଆରମ୍ଭ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking