ଭୁବନେଶ୍ୱର: ନୂଆପଡା ଉପନିର୍ବାଚନରେ ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗ । ଏନେଇ ଇସିଆଇଙ୍କ ଦୃଷ୍ଟି ଆକର୍ଷଣ କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ୪୮ ଘଣ୍ଟାର ନୀରବତାକୁ ଅବଧିକୁ କଡା ଭାବେ କାର୍ଯ୍ୟକାରୀ କରିବାକୁ ଦାବି କରିଛନ୍ତି । ନୂଆପଡା ବାହାରର ବିଜେପି ନେତା ଓ ମନ୍ତ୍ରୀମାନେ ଏବେ ବି ଘୁରି ବୁଲୁଛନ୍ତି । ବିଜେଡି କର୍ମୀ ବିରୋଧ କରିବାରୁ ଥାନାରେ ଅଟକ ରଖାଯାଉଛି । ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ପୋଲିସ ପକ୍ଷପାତି ଭାବେ କାର୍ଯ୍ୟ କରୁଛି । ନିର୍ବାଚନରେ ବିଶ୍ୱସନୀୟତା ବଜାୟ ପାଇଁ ଆପଣ ପଦକ୍ଷେପ ନିଅନ୍ତୁ ।









