ବାଲେଶ୍ୱର: ଓଡିଆ ଯୁବତୀ ଆମେରିକାରେ ନିର୍ଯାତିତ ହେବା ଘଟଣା । ଏନେଇ ବାଲେଶ୍ୱର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ସୂଚନା ଦେଇଛନ୍ତି । ଫେସବୁକରେ ଯେଉଁ ବନ୍ଧୁଙ୍କୁ ଭିଡିଓ ପଠାଇଥିଲେ ତାଙ୍କୁ ଯୋଗାଯୋଗ କରୁଛୁ । ଯେହେତୁ ଆଡପସନ ମ୍ୟାଟର, ରାଜ୍ୟ/ କେନ୍ଦ୍ରୀୟ ସଂସ୍ଥାକୁ ଯୋଗାଯୋଗ କରିବୁ । ଘଟଣା ଅନ୍ୟ କରେ, ବୈଦେଶିକ ଅଧିକାରୀଙ୍କ ସାହାଯ୍ୟ ନେବୁ । ଏଯାଏଁ ଝିଅ ସହ ସିଧାସଳଖ କୌଣସି ଯୋଯୋଗ ହୋଇପାରିନାହିଁ ।ବିଦେଶରେ ଓଡ଼ିଆ ଝିଅଙ୍କୁ ଅତ୍ୟାଚାର ଅଭିଯୋଗ। ପାଳିତ ମା’ ତାଙ୍କୁ ଅକଥନୀୟ ଅତ୍ୟାଚାର ଦେଉଥିବା ଅଭିଯୋଗ କରିଛନ୍ତି ସମ୍ପୃକ୍ତ ଝିଅ । କାନ୍ଦି କାନ୍ଦି ଏକ ଭିଡିଓରେ ନିଜର ଦୁଃଖ ଯନ୍ତ୍ରଣାକୁ ବଖାଣିଛନ୍ତି ସେଜଲ ଜୋନ ।ଆମେରିକାରୁ ଆସିଛି ଏଭଳି ସାଂଘାତିକ ଅଭିଯୋଗ। ପୋଷ୍ୟ କନ୍ୟା ଭାବେ ନେଇଥିବା ମହିଳା ତାଙ୍କୁ ସେଠାରେ ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି ସେଜଲ ଜୋନ । ପ୍ରାୟ ମାସକ ପୂର୍ବରୁ ସେଜଲ୍ ନିଜ ବନ୍ଧୁଙ୍କୁ ପଠାଇଥିବା ଭିଡିଓ ବାର୍ତ୍ତା ଏବେ ଆଲୋଡ଼ନ ସୃଷ୍ଟି କରିଛି ।










