27.1 C
Bhubaneswar
Wednesday, February 4, 2026
Homeଓଡିଶାକଟକରେ ଆପାର୍ଟମେଣ୍ଟ ଭୁଶୁଡ଼ିବା ଘଟଣା: ଗଠନ ହେଲା ତିନି ଜଣିଆ କମିଟି

କଟକରେ ଆପାର୍ଟମେଣ୍ଟ ଭୁଶୁଡ଼ିବା ଘଟଣା: ଗଠନ ହେଲା ତିନି ଜଣିଆ କମିଟି

କଟକ: କଟକରେ ଆପାର୍ଟମେଣ୍ଟ ବାଲକୋନି ଭୁଶୁଡ଼ି ପଡ଼ିବା ଘଟଣାରେ କଟକ ସହରର ଅସୁରକ୍ଷିତ କୋଠାଗୁଡ଼ିକର ତଦନ୍ତ ପାଇଁ ଏକ ତିନି ଜଣିଆ କମିଟି ଗଠନ କରାଯାଇଛି। ଏହି ଅଘଟଣାରେ ଏକ ପାଞ୍ଚ ବର୍ଷର ବାଳକ ସମେତ ଗୋଟିଏ ପରିବାରର ତିନି ଜଣଙ୍କର ମୃତ୍ୟୁ ହୋଇଥିଲା। ଡେପୁଟି କଲେକ୍ଟର, ସିଏମସି ସିଟି ଇଞ୍ଜିନିୟର ଏବଂ ଆର ଆଣ୍ଡ ବି ନିର୍ବାହୀ ଯନ୍ତ୍ରୀଙ୍କୁ ନେଇ ଏହି କମିଟି ଗଠନ କରାଯାଇଛି। ସହରର ସମସ୍ତ ଅସୁରକ୍ଷିତ କୋଠା ଚିହ୍ନଟ କରି ସେଗୁଡ଼ିକୁ ଭାଙ୍ଗିବା ପାଇଁ ପଦକ୍ଷେପ ନେବାକୁ କମିଟିକୁ ନିର୍ଦ୍ଦେଶ ଦିଆଯାଇଛି। ତଦନ୍ତ ପରେ ଏହି ଦଳ ଜିଲ୍ଲା କଲେକ୍ଟରଙ୍କୁ ଏକ ରିପୋର୍ଟ ପ୍ରଦାନ କରିବ।

କଟକ ମଣିସାହୁ ଛକ ନିକଟରେ ଏକ ଫ୍ଲାଟର ବାଲକୋନି ଭୁଶୁଡ଼ି ପଡ଼ି ତଳେ ଥିବା ଘର ଉପରେ ପଡ଼ିଗଲା। ଫଳରେ ଘର ଭିତରେ ଥିବା ଜଣେ ଶିଶୁ ସମେତ ତିନି ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଦୁର୍ଘଟଣାରେ ଅନ୍ୟ ତିନି ଜଣ ଆହତ ମଧ୍ୟ ହୋଇଥିଲେ। କଟକ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ କଟକ ଏସସିବି ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରିଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking