ନୂଆପଡା: ନୂଆପଡା ଉପନିର୍ବାଚନ ପାଇଁ ଆଜି ପ୍ରଚାରର ଶେଷଦିନ । ଆଜି ଅପରାହ୍ନ ୪ଟାରୁ ଲାଗୁ ହେବ ସାଇଲେନ୍ସ ପିରିୟଡ୍ । ନୀରବ ଅବଧି ପୂର୍ବରୁ ସମସ୍ତ ପ୍ରଚାର ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବାହାର ଲୋକଙ୍କୁ ନୂଆପଡା ଛାଡିବାକୁ କଡା ନିର୍ଦ୍ଦେଶନାମା ଜାରି କରାଯାଇଛି । ଭୋଟିଂର ୪୮ ଘଣ୍ଟା ପୂର୍ବରୁ ନିର୍ବାଚନ ସମ୍ପର୍କିତ କଣ୍ଟେଣ୍ଟ ପ୍ରସାରଣ ନକରିବାକୁ ଅପିଲ୍ କରାଯାଇଛି । ମୁକ୍ତ, ଅବାଧ ଓ ଶାନ୍ତିପୂର୍ଣ୍ଣ ପରିବେଶରେ ମତଦାନ କରିବାକୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ତେବେ ଶାସକ ବିଜେପି, ବିରୋଧୀ ଦଳ ବିଜେଡି ଏବଂ କଂଗ୍ରେସ ପକ୍ଷରୁ ଜୋରଦାର ଚାଲିଛି ପ୍ରଚାର । ଆଜି ପ୍ରଚାରର ଶେଷ ଦିନ ହୋଇଥିବାରୁ ଅନ୍ତିମ ସମୟରେ ମତଦାନକୁ ଆକର୍ଷିତ କରିବା ପାଇଁ ନେତା ଓ କର୍ମୀମାନେ ଉଦ୍ୟମ କରିବେ । ଆସନ୍ତା ନଭେମ୍ବର ୧୧ରେ ମତଦାନ ଅନୁଷ୍ଠିତ ହେବ । ୧୪ ନଭେମ୍ବରରେ ଫଳାଫଳ ପ୍ରକାଶ ପାଇବ ।










