18.1 C
Bhubaneswar
Wednesday, February 4, 2026
Homeଦେଶ ବିଦେଶବିହାରରେ ମୋଦୀଙ୍କ ଗର୍ଜନ: ବିରୋଧୀ ଜିତିଲେ ଏଠାରେ ପିଲାମାନେ ବି ବନ୍ଧୁକ ଧରିବେ

ବିହାରରେ ମୋଦୀଙ୍କ ଗର୍ଜନ: ବିରୋଧୀ ଜିତିଲେ ଏଠାରେ ପିଲାମାନେ ବି ବନ୍ଧୁକ ଧରିବେ

ସୀତାମାଢ଼ୀ: ବିହାର ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ହେବାକୁ ଯାଉଛି। ପ୍ରଥମ ପର୍ଯ୍ୟାୟରେ ୬୬%ରୁ ଊର୍ଦ୍ଧ୍ୱ ଭୋଟର ମତଦାନ କରିଛନ୍ତି। ତେବେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ସବୁ ରାଜନୈତିକ ଦଳଗୁଡ଼ିକ ଏବେ ନିର୍ବାଚନୀ ପ୍ରଚାରକୁ ଜୋରଦାର କରିଛନ୍ତି। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଶନିବାର ସୀତାମାଢ଼ି ଓ ସମସ୍ତପୁର ଅଞ୍ଚଳରେ ଆୟୋଜିତ ସାଧାରଣ ରାଲିଗୁଡ଼ିକୁ ସମ୍ବୋଧିତ କରିଛନ୍ତି।

ମୋଦୀ ଏହି ଅବସରରେ ବିରୋଧୀଙ୍କ ଉପରେ ବର୍ଷିଛନ୍ତି। ମୋଦୀ କହିଛନ୍ତି “ପ୍ରଥମ ପର୍ଯ୍ୟାୟ ଭୋଟ୍‌ଦାନରେ ଜଙ୍ଗଲରାଜ ସମର୍ଥକମାନଙ୍କୁ ୬୫ ଭୋଲ୍ଟର ଝଟ୍‌କା ଲାଗିଛି। ବିହାରର ଯୁବକମାନେ ବିକାଶ ଏବଂ ସୁଶାସନକୁ ବାଛିଛନ୍ତି ଅର୍ଥାତ୍ ଏନ୍‌ଡିଏକୁ ହିଁ ଭୋଟ୍ ଦେଇଛନ୍ତି। ଏକଥା ସେ ନୁହଁନ୍ତି ବରଂ ବିହାରର ଅଗଣିତ ଭୋଟର ନିଜେ କହୁଛନ୍ତି। ପ୍ରଥମ ପର୍ଯ୍ୟାୟ ଭଳି ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟ ଏନ୍‌ଡିଏକୁ ଭୋଟ୍ ଦେବା ପାଇଁ ପ୍ରଧାନମନ୍ତ୍ରୀ ଅନୁରୋଧ କହିଛନ୍ତି। ମୋଦୀଙ୍କ କହିବାନୁସାରେ ରାଜ୍ୟରେ ବିକାଶର ସ୍ରୋତ ନିରନ୍ତର ଜାରି ରଖିବା ବିହାର ନାଗରିକଙ୍କ ହାତରେ ରହିଛି। ଏଠାରେ ଯଦି ବିରୋଧୀ ଜିତିଯାଆନ୍ତି ତେବେ ବିହାରର ଛୋଟ ପିଲାମାନଙ୍କ ହାତରେ ବନ୍ଧୁକ ଆସିଯିବ। ଏବେ ସଚେତନ ନାଗରିକମାନେ ଭଲଭାବେ ଚିନ୍ତା କରନ୍ତୁ ଯେ ସେମାନେ ନିଜ ପିଲାମାନଙ୍କୁ କିପରି ହେବାର ଦେଖିବାକୁ ଚାହାନ୍ତି। ଜଣେ ଉଚ୍ଚଶିକ୍ଷିତ, ଦକ୍ଷ ବ୍ୟକ୍ତି ଭାବେ ନା ଏକ ଗ୍ୟାଙ୍ଗଷ୍ଟର ଭାବେ। କିନ୍ତୁ ଏନ୍‌ଡିଏ ସରକାର ଆସିଲେ ବିହାରର ଜଣେ ପିଲା ବି ଆଉ ଗ୍ୟାଙ୍ଗଷ୍ଟର ହୋଇପାରିବ ନାହିଁ। ଆମର ପିଲାମାନେ ଇଞ୍ଜିନିୟର, ଡାକ୍ତର ଏବଂ ଓକିଲ ହେବେ ଏବଂ ସମାଜରେ ପ୍ରତିଷ୍ଠିତ ହେବେ। ପ୍ରଧାନମନ୍ତ୍ରୀ ମୋଦୀ ଏହି ଅବସରରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ, ଆରଜେଡି ନେତା ତେଜସ୍ୱୀ ଯାଦବ, ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ।

ସେହିପରି ଅନ୍ୟ ଏକ ରିପୋର୍ଟ ଅନୁସାରେ ବିହାରର ସମସ୍ତିପୁର ଜିଲ୍ଲାର ସରାଇରଞ୍ଜନ ବିଧାନସଭା ନିର୍ବାଚନମଣ୍ଡଳୀର ଏକ କଲେଜ ରାସ୍ତା କଡ଼ରେ ମିଳିଥିବା ଭିଭିପାଟ୍ ସ୍ଲିପ୍ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନିର୍ବାଚନ କମିଶନ ଅବହେଳା ପାଇଁ ସହକାରୀ ରିଟର୍ଣ୍ଣିଂ ଅଫିସର (ଏଆର୍‌ଓ)ଙ୍କୁ ନିଲମ୍ବନ କରିଛନ୍ତି। ଏହା ସହିତ ତାଙ୍କ ବିରୁଦ୍ଧରେ ଏଫ୍‌ଆଇଆର୍ ରୁଜୁ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନିର୍ବାଚନ ପ୍ରକ୍ରିୟାର ସ୍ୱଚ୍ଛତା ଏବଂ ନିର୍ବାଚନ କମିଶନଙ୍କ ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking