21.1 C
Bhubaneswar
Friday, February 6, 2026
Homeଓଡିଶାଯୁବକକୁ ଦଳିଦେଲା ହାତୀ

ଯୁବକକୁ ଦଳିଦେଲା ହାତୀ

ଅନୁଗୁଳ: ଅନୁଗୁଳ ବନାଞ୍ଚଳ କରତପଟା ସେକ୍ସନରେ ଏକ ଅଭାବନୀୟ ଘଟଣା ଘଟିଛି। ଦୁଇ ଭାଇ ଛେଳି ଚରାଇ ଯାଇଥିବା ବେଳେ ସାନ ଭାଇକୁ ହାତୀ ଦଳି ଦେଇଛି। ବଡ଼ ଭାଇ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ତେବେ ଏହି ଘଟଣା ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଯାଇଛି। ସୂଚନା ମୁତାବକ, ଅନୁଗୁଳ ବନାଞ୍ଚଳ କରତପଟା ସେକ୍ସନ ନନ୍ଦପୁର ଗାଁର ଦୁଇ ଭାଇ ନିନୁ ସାହୁ ଓ କୃଷ୍ଣ ସାହୁ  ପ୍ରତିଦିନ ଭଳି ଆଜି ସକାଳେ ଗାଁ ନିକଟରେ ଥିବା ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିଲେ। ତେବେ ଦିନ ଗୋଟାଏ ବେଳକୁ ଜଙ୍ଗଲରୁ ଏକ ଦନ୍ତା ହାତୀ ଆସି ସାନ ଭାଇ ନିନୁଙ୍କୁ ଦଳି ମାରି ଦେଇଥିଲା। ସେଠାରୁ ଅଳ୍ପକେ ବର୍ତ୍ତି ଯାଇଥିବା ବଡ଼ ଭାଇ କୃଷ୍ଣ ଗାଁରେ ଆସି ଏସମ୍ପର୍କରେ କହିବା ପରେ ସ୍ଥାନୀୟ ଲୋକମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେଠାରେ ଉତ୍ତେଜନା ପ୍ରକାଶ ପାଇଛି। ଏଣେ କେହି ବନ କର୍ମଚାରୀ ସେଠାରେ ପହଞ୍ଚି ନଥିବା ଜଣାପଡ଼ିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking