19.1 C
Bhubaneswar
Saturday, February 7, 2026
Homeଦେଶ ବିଦେଶଡାଏବେଟିସ୍ ରୋଗୀଙ୍କୁ ଆମେରିକା ମନା!

ଡାଏବେଟିସ୍ ରୋଗୀଙ୍କୁ ଆମେରିକା ମନା!

ୱାଶିଂଟନ୍‌: ଏବେ ଡାଏବେଟିସ୍ ସହ କୌଣସି ମାରାତ୍ମକ ରୋଗ ଥିଲେ ଆମେରିକା ଦେବ ନାହିଁ ଭିସା। ଏନେଇ ଟ୍ରମ୍ପ ପ୍ରଶାସନ ବିଶ୍ୱବ୍ୟାପୀ ଆମେରିକୀୟ କନସୁଲେଟ୍‌ଗୁଡିକୁ ନିର୍ଦ୍ଦେଶନାମା ଜାରି କରିଛି। ଟ୍ରମ୍ପ ପ୍ରଶାସନ ଅସୁସ୍ଥ ଲୋକଙ୍କୁ ଆମେରିକା ପ୍ରବେଶ କରିବା ନିଷେଧ କରାଯାଇଛି। ଏହି ନିର୍ଦ୍ଦେଶନାମା ଅନୁସାରେ ଆମେରିକାରେ ରହିବା ପାଇଁ ଭିସା ଆବେଦନ କରୁଥିବା ବିଦେଶୀମାନଙ୍କୁ “କିଛି ସ୍ୱାସ୍ଥ୍ୟଗତ ସମସ୍ୟା ଥିଲେ ଆମେରିକା ମନା।” ଟ୍ରମ୍ପ ପ୍ରଶାସନ ସାରା ବିଶ୍ୱରେ ଥିବା ସମସ୍ତ ଦୂତାବାସକୁ ଅସୁସ୍ଥ ଲୋକଙ୍କ ପାଇଁ ଭିସା ଗ୍ରହଣ ନକରିବା ପାଇଁ ଏକ ନିର୍ଦ୍ଦେଶ ଜାରି କରିଛି।

ରିପୋର୍ଟରେ ଦୂତାବାସ ଏବଂ କନସୁଲେଟ୍ ଅଧିକାରୀମାନଙ୍କୁ ପଠାଯାଇଥିବା ଚିଠିରେ ଷ୍ଟେଟ୍ ଡିପାର୍ଟମେଣ୍ଟ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଉଲ୍ଲେଖ କରାଯାଇଛି। ନିର୍ଦ୍ଦେଶାବଳୀରେ ଉଲ୍ଲେଖ କରାଯାଇଛି, “ଆପଣ ଆବେଦନକାରୀଙ୍କ ସ୍ୱାସ୍ଥ୍ୟ ବିଷୟରେ ବିଚାର କରିବା ଉଚିତ, କାରଣ ହୃଦରୋଗ, ଶ୍ୱାସକ୍ରିୟା ରୋଗ, କର୍କଟ ରୋଗ, ମଧୁମେହ, ମେଟାବୋଲିକ୍ ରୋଗ, ସ୍ନାୟୁ ରୋଗ ଏବଂ ମାନସିକ ସ୍ୱାସ୍ଥ୍ୟ ଅବସ୍ଥା ସମେତ କିଛି ସ୍ୱାସ୍ଥ୍ୟ ସମସ୍ୟା ଲକ୍ଷ ଲକ୍ଷ ଆମେରିକୀୟ ଡଲାର ଖର୍ଚ୍ଚ କରିପାରେ।”

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking