23.1 C
Bhubaneswar
Sunday, February 8, 2026
Homeଓଡିଶାଧୀରେ ଧୀରେ ରାଜ୍ୟରେ ବଢ଼ୁଛି ଶୀତ

ଧୀରେ ଧୀରେ ରାଜ୍ୟରେ ବଢ଼ୁଛି ଶୀତ

ଭୁବନେଶ୍ୱର: କନ୍ଧମାଳ ଜିଲାରେ ଆସିଛି ପହିଲି ଶୀତ । ଗତ ଦୁଇଦିନ ହେଲା ଫୁଲବାଣୀ ସହରରେ ସକାଳୁ ଘନ କୁହୁଡ଼ି ସାଙ୍ଗକୁ ହାଲୁକା ଥଣ୍ଡା ପଡୁଛି । ସହରବାସୀ ସକାଳୁ ସକାଳୁ ପ୍ରାତଃ ଭ୍ରମଣ କରିବାକୁ ଆସୁଛନ୍ତି । ଫୁଲବାଣୀରେ ତାପମାତ୍ରା ୧୪ ଡିଗ୍ରୀକୁ ଖସିଛି । ଦାରିଙ୍ଗବାଡ଼ିରେ ତାପମାତ୍ରା ୧୩ ଡିଗ୍ରୀ ରହିଛି । ଆଗକୁ ଆହୁରି ପାରଦ ଖସିବ ଏବଂ ଶୀତ ବଢିବ । ଶୀତୁଆ ପାଗ ସହିତ ଘନ କୁହୁଡିର ଆସ୍ତରଣ। କୁହୁଡ଼ି ସହିତ ଉଦିତ ସୂର୍ଯ୍ୟଙ୍କ  ଲୁଚକାଳି ଖେଳ । ସକାଳୁ ସକାଳୁ ଏପରି ଏକ ମନୋଲଭା ଦୃଶ୍ୟ ଦେଖିବାକୁ ମିଳିଛି ବୈପାରିଗୁଡାରେ । ମୁହଁକୁ ମୁହଁ ଦେଖା ଯାଉନଥିବା ବେଳେ କୁହୁଡ଼ିର ବଳୟ ଭିତରେ ମୋଟର ଗାଡ଼ି ଲାଇଟ୍ ଜଳେଇ ରାସ୍ତା ଖୋଜୁଥିବାଦେଖିବାକୁ ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking