କଟକ: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ମାଟ୍ରିକ ପରୀକ୍ଷା-୨୦୨୬ ପାଇଁ ଆସନ୍ତାକାଲି ଠାରୁ ଫର୍ମ ପୂରଣ ପ୍ରକ୍ରିୟା ଆରମ୍ଭ ହେବ। ଏହି ପ୍ରକ୍ରିୟା ନଭେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଛାତ୍ରଛାତ୍ରୀମାନେ ରେଗୁଲାର ଏବଂ ଏକ୍ସରେଗୁଲାର ପରୀକ୍ଷା-୨୦୨୬ ପାଇଁ ଅନ୍ଲାଇନ୍ ମାଧ୍ୟମରେ ଅବେଦନ କରିପାରିବେ। ଛାତ୍ରଛାତ୍ରୀମାନେ ମାଟ୍ରିକ ପରୀକ୍ଷା-୨୦୨୬ରେ ସାମିଲ ହେବା ପାଇଁ ଫର୍ମ ପୂରଣ କରିବା ସହିତ ଦାଖଲ କରିବେ। ବିଦ୍ୟାର୍ଥୀମାନେ ଆବଶ୍ୟକସ୍ଥଳରେ ନିଜନିଜର ଶିକ୍ଷକମାନଙ୍କର ସହାୟତା ନେଇପାରିବେ। ମାଟ୍ରିକ ବାର୍ଷିକ ପରୀକ୍ଷା-୨୦୨୬ ଫର୍ମ ପୂରଣ ନେଇ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ସୂଚନା ଦିଆଯାଇଛି।










