ନୂଆପଡା: ନୂଆପଡାରେ ଶାସକ ଦଳକୁ ଶାଣିତ ଟାର୍ଗେଟ କଲେ ନବୀନ । ସ୍ୱର୍ଗତ ରାଜୁ ଢୋଲକିଆଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଟାର୍ଗେଟ କଲେ ନବୀନ । ବିକାଶର ପ୍ରସଙ୍ଗ ଉଠାଇ ନୂଆପଡା ଭୋଟରଙ୍କୁ ପ୍ରଶ୍ନ କଲେ ନବୀନ ।୩୦୦ ୟୁନିଟ ମାଗଣା ବିଜୁଳି ଓ ୩୫୦୦ ଟଙ୍କାର ପେନସନ ମିଳିଲା କି, ଚାଷୀଙ୍କୁ ୟୁରିଆ ସାର ଓ ଯୁବବର୍ଗଙ୍କୁ ଚାକିରି ମିଳିଲା କି ।ମିଶନ ଶକ୍ତି ମହିଳାଙ୍କୁ ଋଣ ମିଳିଲା କି, କଟନୀ ଛଟନୀ ବନ୍ଦ ହେଲା କି । ରଙ୍ଗ ମାରିଲେ ବିକାଶ ହୁଏନି, ରାଜ୍ୟବାସୀଙ୍କୁ ଡବଲ ଧୋକା ମିଳିଛି । ଆୟୁଷ୍ମାନ କାର୍ଡରେ କେବଳ ଟେନସନ ମିଳିଲା । ଭୋଟ ଚୋରି କରି ସରକାର କରିପାରନ୍ତି, ପ୍ରାର୍ଥୀ ବି ଚୋରି କରିପାରନ୍ତି । କିନ୍ତୁ ଭୋଟରଙ୍କ ହୃଦୟ କେବେ ବି ଜିତିପାରିବେନି ।









