31.1 C
Bhubaneswar
Wednesday, March 18, 2026
Homeଓଡିଶାବିଜେଡି ନିର୍ବାଚନୀ ସଭାରେ କମ୍ପିଲା ନାରା

ବିଜେଡି ନିର୍ବାଚନୀ ସଭାରେ କମ୍ପିଲା ନାରା

ନବୀନ ବାବୁଙ୍କ ହାତ ମୁଠାକୁ ଟାଣ କରିବା, ବିଜେପିକୁ ଉଚିତ ଜବାବ୍ ଦେବା

ନୂଆପଡ଼ା: ନିର୍ବାଚନ ତାରିଖ ପାଖେଇ ଆସିବା ସହିତ ବିଜୁ ଜନତା ଦଳର ପ୍ରଚାର ଅଭିଯାନ ଆହୁରି ଶାଣିତ ହେବାରେ ଲାଗିଛି । ଆଜି ନୂଆପଡା ବ୍ଲକ ଅନ୍ତର୍ଗତ କେରମେଲୀ ଗ୍ରାମପଞ୍ଚାୟତର ଗୋଲାବନ୍ଧ, ଧରମବାନ୍ଧା, ଭରୁଆମୁଣ୍ଡା, ଚୂଳା ଭଟ ଗ୍ରାମପଞ୍ଚାୟତର ବିଭିନ୍ନ ଗ୍ରାମରେ ବିଜେଡି ପକ୍ଷରୁ ସାଧରଣ ସଭା ଅନୁଷ୍ଠିତ ହୋଇଯାଇଛି । ସମାବେଶରେ ବିଜୁ ଜନତା ଦଳର ନେତାମାନେ ଉପସ୍ଥିତ ହୋଇ ମହିଳା, ଚାଷୀ, ଶ୍ରମିକ , କେନ୍ଦୁପତ୍ର ତୋଳାଳିମାନଙ୍କୁ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନେତୃତ୍ତ୍ୱରେ ପୂର୍ବରୁ ଥିବା ବିଜେଡି ସରକାର ଦ୍ୱାରା ଚାଲୁଥିବା ବିଭିନ୍ନ ଜନହିତକାରୀ ସାମାଜିକ ଯୋଜନା ବିଷୟରେ ଅବଗତ କରିଥିଲେ । ଏହି ଅବସରରେ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା, ବିଧାୟକ ରମେଶ ଚନ୍ଦ୍ର ବେହେରା, ବିଧାୟକ ମାନସ ମାଡ଼କାମି, ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ସଞ୍ଜିତ ମହାନ୍ତି, ବିଜେଡ଼ି ନେତା ପ୍ରମୋଦ ପାଢ଼ୀ ଯୋଗଦେଇ ପୁର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଦିବାସୀ ମହିଳାଙ୍କୁ ଜଙ୍ଗଲ, ଜମି ଓ ଜୀବିକା ଅଧିକାର ଦେଇ ସଶକ୍ତ କରିଥିବା କଥା ସହ ମହିଳାଙ୍କ ସୁରକ୍ଷା, ଶିକ୍ଷା, ସ୍ୱାସ୍ଥ୍ୟ ଓ ସ୍ୱାବଲମ୍ବନ ନିମନ୍ତେ ଅନେକ ଯୋଜନା ପ୍ରଚଳିତ କରିଛନ୍ତି କହିଥିଲେ । ତେବେ ବର୍ତ୍ତମାନ ମୋହନ ମାଝୀଙ୍କ ସରକାର ଜମିକୁ ସାର ଯୋଗାଇ ପାରିଲେ ନାହିଁ କି ମଣ୍ଡିରେ ଚାଷୀଙ୍କ ଠାରୁ ଧାନ କିଣି ପାରିଲେ ନାହିଁ । ତେଣୁ ଆଗାମୀ ୧୧ ତାରିଖରେ ବିଜେପି ସରକାରଙ୍କର ଅପାରଗତାକୁ ଉଚିତ ଜବାବ୍ ଦେବା ପାଇଁ ସେମାନେ ସ୍ଥାନୀୟ ଗ୍ରାମବାସୀଙ୍କୁ ନିବେଦନ କରିଥିଲେ । ସମାବେଶରେ ଗ୍ରାମ ଓ ପଞ୍ଚାୟତ ସ୍ତରର ବିଜେଡି କର୍ମୀମାନେ, ମହିଳା ନେତୃତ୍ୱ ଓ ସ୍ଥାନୀୟ ମହିଳାମାନେ ଉପସ୍ଥିତ ରହି ନବୀନ ବାବୁଙ୍କ ପ୍ରତି ଆସ୍ଥା ପ୍ରକଟ କରିଥିଲେ । ଏହି ସଭାରେ ଯୁବ ନେତା ଭୂପେନ୍ଦ୍ର ନାୟକ, ଶିବାନନ୍ଦ ପରିଛା, ଦେବଜ୍ୟୋତି ପଟ୍ଟନାୟକ, ସୁମିତ ପଟେଲ, ଚୁମନ ପ୍ରଧାନ, ହିତେଶ ବେହେରା, ସୁବ୍ରତ ବାବୁ ପ୍ରମୁଖ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking