16.1 C
Bhubaneswar
Thursday, February 5, 2026
Homeଓଡିଶାଭଞ୍ଜପୁରରେ ଉଦଘାଟିତ ହେଲା ୩୧ତମ ଜଗଦ୍ଧାତ୍ରୀ ମେଳା

ଭଞ୍ଜପୁରରେ ଉଦଘାଟିତ ହେଲା ୩୧ତମ ଜଗଦ୍ଧାତ୍ରୀ ମେଳା

ମୟୁରଭଞ୍ଜ: ଉତ୍ତର ଓଡ଼ିଶାର ପ୍ରସିଦ୍ଧ ଜଗଦ୍ଧାତ୍ରୀ ମେଳା ବାରିପଦାର ଭଞ୍ଜପୁର ସ୍ଥିତ ଜଗଦ୍ଧାତ୍ରୀ ପଡିଆ ଠାରେ ଉଦଘାଟିତ ହୋଇ ଯାଇଛି। ଉତ୍ତର ଓଡିଶାର ସର୍ବବୃହତ ଜଗଦ୍ଧାତ୍ରୀ ମେଳା। ଏଠାରେ ମାଆ ଜଗଦ୍ଧାତ୍ରୀଙ୍କ ପୂଜା କାର୍ଯ୍ୟ ଆରମ୍ଭ ହୋଇ ସାରିଥିବା ବେଳେ ଗତକାଲି ରାତି ପ୍ରାୟ ୮ଟାରୁ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଛି ୩୧ ତମ ଆନ୍ତଃରାଜ୍ୟ ଜଗଦ୍ଧାତ୍ରୀ ମେଳା। ଏହି ମେଳାରେ ରାଜ୍ୟ ତଥା ରାଜ୍ୟ ବାହାରୁ ସାଂସ୍କୃତିକ ଅନୁଷ୍ଠାନ ମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ପ୍ରତିବର୍ଷ ଏଠାରେ ଭିନ୍ନ ଭିନ୍ନ ଆକୃତିର ତୋରଣରେ ପୂଜା ପାଆନ୍ତି ମାଆ ଜଗଦ୍ଧାତ୍ରୀ। ସେହି କ୍ରମରେ ଚଳିତ ବର୍ଷ ଭାରତର ଏକ ଜଣାଶୁଣା ସୌଧ “ତେଲେଙ୍ଗାନା ରାଜ୍ୟ ସଚିବାଳୟ” ଆକୃତିର ସୁଉଚ୍ଚ ତୋରଣ ଶୋଭା ପାଉଛି ଜଗଦ୍ଧାତ୍ରୀ ମେଳାରେ। ପ୍ରବଳ ଜନସମାଗମକୁ ଦଷ୍ଟିରେ ରଖି ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା ମଧ୍ୟ କରାଯାଇଛି। ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ରାଜ୍ୟସଭା ସାଂସଦ ମମତା ମହାନ୍ତ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସୟ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବରୁଣ ଗୁଣ୍ଟୁପାଲି, କମିଟିର ସଭାପତି କୃଷ୍ଣାନନ୍ଦ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ଜ୍ବଳନ ପୂର୍ବକ ମେଳାକୁ ଆନୁଷ୍ଠାନିକ ଭାବେ ଉଦଘାଟିତ କରିଛନ୍ତି। ୭୩ ତମ ମା’ ଜଗଦ୍ଧାତ୍ରୀଙ୍କ ପୂଜାର ଏବଂ ୩୧ ବର୍ଷରେ ପାଦ ଦେଇଥିବା ଜଗଦ୍ଧାତ୍ରୀ ମେଳାକୁ ଖୁବ ପ୍ରଶଂସା କରିବା ସହିତ ମେଳାରେ ହଜାର ହଜାର ସଂଖ୍ୟାରେ ହେଉଥିବା ଶ୍ରଦ୍ଧାଳୁଙ୍କ ଭିଡରେ ଶାନ୍ତିଶୃଙ୍ଖଳା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି କହିଛନ୍ତି ମୁଖ୍ୟଅତିଥି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking