21.1 C
Bhubaneswar
Thursday, February 5, 2026
Homeଓଡିଶାନୂଆପଡା ମାଟିରେ ଛିଡା ହୋଇ ନୂଆପଡାବାସୀଙ୍କୁ ଗାଳି ଦେବାକୁ ସ୍ଥାନୀୟ ଲୋକେ କେବେବି କ୍ଷମା ଦେବେନି:...

ନୂଆପଡା ମାଟିରେ ଛିଡା ହୋଇ ନୂଆପଡାବାସୀଙ୍କୁ ଗାଳି ଦେବାକୁ ସ୍ଥାନୀୟ ଲୋକେ କେବେବି କ୍ଷମା ଦେବେନି: ବସନ୍ତ ପଣ୍ଡା

ଭୁବନେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ବାଚନୀ ସଭାରେ ଯୋଗ ଦେବା ପାଇଁ ନୂଆପଡା ଆସିଥିଲେ । ନୂଆପଡା ମାଟିରେ ଛିଡା ହୋଇ ନୂଆପଡାବାସୀଙ୍କୁ ଗାଳି ଦେଲେ ଯାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଲଜ୍ଜାଜନକ । ନବୀନ ପଟ୍ଟନାୟକଙ୍କ ଏଭଳି ଭାଷାକୁ ସ୍ଥାନୀୟ ଅଂଚଳବାସୀ କେବେବି କ୍ଷମା ଦେବେ ନାହିଁ । ଗତ କାଲି ନବୀନ ପଟ୍ଟନାୟକ ତାଙ୍କ ନିର୍ବାଚନୀ ସଭାରେ ଯେଉଁ ଅଶାଳୀନ ଭାଷାର ପ୍ରୟୋଗ କରିଛନ୍ତି, ଯାହା ତାଙ୍କ ରୁଗ୍‌ଣ ମାନସିକତାକୁ ସ୍ପଷ୍ଟ କରୁଛି । ନବୀନ ବାବୁ ମଂଚରେ ଛିଡା ହୋଇ ନୂଆପଡାବାସୀଙ୍କୁ ନିଜ ଶାସନ କାଳର ଉପଲବ୍ଧି ନକହି ଓଲଟା ପ୍ରଶ୍ନ ପଚାରିବା ଦ୍ୱାରା ନିଜ ୨୪ ବର୍ଷ ଶାସନର ବିଫଳତାକୁ ପରିପ୍ରକାଶ କରିଛନ୍ତି ।

ସେ ଯେଉଁ ଭାଷା ପ୍ରୟୋଗ କରିଛନ୍ତି ଏବଂ ଯାହାଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ତା ପୂର୍ବରୁ ସେ ନିଜେ ଆତ୍ମସମୀକ୍ଷା କରିବା ଉଚିତ ଥିଲା । ଆମେ ତାଙ୍କୁ ମନେ ପକାଇବା ପାଇଁ ପ୍ରଶ୍ନ କରୁଛୁ ଯେ; ତାଙ୍କୁ ରାଜନୀତିକୁ ଆଣିଥିବା ତତ୍କାଳୀନ ଏବଂ ବିଜେଡି ଗଠନରେ ପ୍ରମୁଖ ଭୁମିକା ଗ୍ରହଣ କରିଥିବା ଅନେକ ନେତାଙ୍କ ସହ ନବୀନ ବାବୁ ଯେଉଁ ବ୍ୟବହାର ଓ ଆଚରଣ ପ୍ରଦର୍ଶନ କରିଛନ୍ତି, ତାକୁ କ’ଣ କୁହାଯିବ ବୋଲି ପୂର୍ବତନ ରାଜ୍ୟ ସଭାପତି, ପୂର୍ବତନ ସାଂସଦ ତଥା ବରିଷ୍ଠ ନେତା ଶ୍ରୀ ବସନ୍ତ ପଣ୍ଡା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।

ନବୀନ ବାବୁ ନିଜ ଦୀର୍ଘ ବର୍ଷର ଶାସନ କାଳରେ ଚାଷୀଙ୍କ ପେଟରେ ଲାତ ମାରିଲେ, ଗରୀବଙ୍କ ନ୍ୟାର୍ଯ୍ୟ ହକ୍ ଛଡାଇ ନେଲେ, ପ୍ରଧାନମନ୍ତ୍ରୀ ଆବାସ ପକ୍କା ଘରୁ ଗରିବଙ୍କୁ ବଂଚିତ ରଖିଲେ, ଅପରାଧୀ ଓ ହତ୍ୟାକାରିଙ୍କୁ ସୁରକ୍ଷା ଦେଲେ, ଦିବଙ୍ଗତ ନେତା ଓ ତାଙ୍କ ପରିବାରକୁ କଟାକ୍ଷ କରି ଅସମ୍ମାନିତ କଲେ । ହେଲେ ଆଜି ସେ ୧୫ ମାସର ବିଜେପି ସରକାର ଉପରେ ପ୍ରଶ୍ନ ଉଠାଉଛନ୍ତି ! ଏଭଳି ଅରୁଚିକର ଶବ୍ଦର ପ୍ରୟୋଗ ତାଙ୍କ ମାନସିକ, ଶାରିରୀକ ଓ ବୌଦ୍ଧିକତାକୁ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି । ଦୀର୍ଘ ୨୪ ବର୍ଷ ଧରି ନୂଆପଡାବାସୀଙ୍କୁ ବାରମ୍ବାର ପ୍ରତାରଣା କରିଥିବା ଏବଂ ଅଂଚଳବାସୀଙ୍କ ବିକାଶ ପାଇଁ ଆସିଥିବା ହଜାର ହଜାର କୋଟି ଟଙ୍କା ହଡପ କରିଥିବା ବିଜେଡି ସରକାର ପାଇଁ ନୂଆପଡା ଆଜି ପଛୁଆ ଜିଲ୍ଲା ହୋଇ ରହିଯାଇଛି । ଯିଏ “କଂଚା ଲଙ୍କା – ଶୁଖିଲା ଲଙ୍କା”ର ପାର୍ଥକ୍ୟ ବୁଝିପାରନ୍ତି ନାହିଁ ସେ କ’ଣ ବୁଝିବେ ନୂଆପଡା ବାସୀଙ୍କ ଦୁଃଖ ।

ନବୀନ ବାବୁ ନୂଆପଡାର ବିଭିନ୍ନ ଅଂଚଳ ବୁଲି ଦେଖନ୍ତୁ, ତାପରେ ତାଙ୍କ ଭ୍ରମ ଦୂର ହୋଇଯିବ । ଓଡ଼ିଶାବାସୀ ବିଜେଡ଼ିକୁ ଏବଂ ପଡୋଶୀ କଂଟାବାଞ୍ଜିବାସୀ ଖୋଦ୍ ନବୀନ ପଟ୍ଟନାୟକଙ୍କୁ ପ୍ରତ୍ୟାଖାନ କରିସାରିିଛନ୍ତି । ପ୍ରତ୍ୟାକ୍ଷିତ ହେବା ପରେ ମଧ୍ୟ ନୂଆପଡାବାସୀଙ୍କୁ ପୁଣି ଥରେ ପ୍ରତାରଣା କରିବାକୁ ଆସିଥିଲେ ନବୀନ ବାବୁ । କଂଟାବାଞ୍ଜି ଓ ଓଡିଶାବାସୀଙ୍କ ଭଳି ଏଥର ନୂଆପଡାବାସୀ ନିଷ୍ପତି ନେଇସାରିଛନ୍ତି ଯେ ସେମାନେ ବିଜେଡି ଓ ନବୀନ ବାବୁଙ୍କ ଦ୍ୱାରା ଆଉ ପ୍ରତାରଣାର ଶିକାର ହେବେ ନାହିଁ । ବିଜେଡିର ଗଡ ଭାଙ୍ଗି ଯାଇଛି । ଗତ ସାଧାରଣ ନିର୍ବାଚନଠାରୁ ଆହୁରି ଅଧିକ ଖରାପ ସ୍ଥିତି ବିଜେଡି ଦେଖିବ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।

ବିଜେପି ପ୍ରାର୍ଥୀ ଶ୍ରୀ ଜୟ ଢୋଲକିଆଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଜୁକ୍ତ କରାଇବା ସହିତ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ ବିକଶିତ ଭାରତ ଏବଂ ରାଜ୍ୟର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଆହ୍ୱାନ ବିକଶିତ ଭାରତ ବିକଶିତ ଓଡିଶାରେ ସାମିଲ ହେବା ପାଇଁ ନୂଆପଡାବାସୀ ମନ ସ୍ଥିର କରିସାରିଛନ୍ତି । ଜୟ ଢୋଲକିଆଙ୍କ ବିଜୟ ସୁନିଶ୍ଚିତ ଏବଂ ତାଙ୍କ ବିଜୟ ରାଜ୍ୟ ବିଧାନସଭାରେ ବିଜେପିର ଶକ୍ତିକୁ ଆହୁରି ବୃଦ୍ଧି କରିବ ବୋଲି ଶ୍ରୀ ପଣ୍ଡା ଦୃଢୋକ୍ତି ପ୍ରକାଶ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ପ୍ରବକ୍ତା ଶ୍ରୀ ମାନସ ବକ୍ସି ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking