32.1 C
Bhubaneswar
Saturday, May 2, 2026
Homeଓଡିଶାଭୁବନେଶ୍ୱର ବାଲିଯାତ୍ରା ୨୦୨୫: ଟ୍ରାଫିକ ପରାମର୍ଶ ଜାରି

ଭୁବନେଶ୍ୱର ବାଲିଯାତ୍ରା ୨୦୨୫: ଟ୍ରାଫିକ ପରାମର୍ଶ ଜାରି

ଭୁବନେଶ୍ୱର: ଭୁବନେଶ୍ୱରର ମଞ୍ଚେଶ୍ୱର କୁଆଖାଇ ନଦୀକୂଳରେ ନଭେମ୍ବର ୫ ତାରିଖରୁ ନଭେମ୍ବର ୧୨ ତାରିଖ ପର୍ଯ୍ୟନ୍ତ ବାଲିଯାତ୍ରା ମହୋତ୍ସବ ଅନୁଷ୍ଠିତ ହେବ। ଏହି ଉପଲକ୍ଷେ ଅଞ୍ଚଳରେ ବହୁ ସଂଖ୍ୟକ ପର୍ଯ୍ୟଟକ ଏବଂ ଯାନବାହନର ଭିଡ ହେବାର ଆଶା କରାଯାଉଛି। ଭିଡ ନିୟନ୍ତ୍ରଣ ଓ ସଡକ ସୁରକ୍ଷାକୁ ଦୃଷ୍ଟିରେ ରଖି କମିଶନରେଟ୍ ପୋଲିସ ଟ୍ରାଫିକ୍ ପରାମର୍ଶ ଜାରି କରିଛି। ପରାମର୍ଶ ଅନୁଯାୟୀ, ଉକ୍ତ ଦିନଗୁଡିକରେ ଅପରାହ୍ନ ୨ଟାରୁ ଭିଡ ନିୟନ୍ତ୍ରଣ ହେବା ପର୍ଯ୍ୟନ୍ତ କଟକଣା ଏବଂ ପାର୍କିଂ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ।

ମଞ୍ଚେଶ୍ୱର ଗଡାରୁ ବାଲିଯାତ୍ରା ପଡ଼ିଆ ପର୍ଯ୍ୟନ୍ତ ଭୁବନେଶ୍ୱର ଅଭିମୁଖେ ଆସୁଥିବା ଯାନବାହାନଗୁଡ଼ିକୁ କେବଳ ନିର୍ଦ୍ଦିଷ୍ଟ ପାର୍କିଂ ସ୍ଥାନକୁ ଅନୁମତି ଦିଆଯିବ। ସେହି ଯାନଗୁଡ଼ିକୁ ବାଲିଯାତ୍ରା ପଡ଼ିଆ ଭିତରକୁ ଯିବା ପାଇଁ ଅନୁମତି ଦିଆଯିବ ନାହିଁ। ବାରିମୁଣ୍ଡା ଗ୍ରାମ ପାର୍ଶ୍ୱରୁ ଆସୁଥିବା ଯାନବାହାନଗୁଡ଼ିକୁ ଜରିପାଟଣା ଗ୍ରାମ ଭିତରକୁ ପଶିବା ପାଇଁ ଅନୁମତି ଦିଆଯିବ ନାହିଁ । ସେହି ଯାନଗୁଡ଼ିକୁ ବାଲିଯାତ୍ରା ପଡ଼ିଆ ଏବଂ ଜରିପାଟଣା ଗ୍ରାମ ପଡ଼ିଆ ନିକଟରେ ଅବସ୍ଥିତ ନିର୍ଦ୍ଦିଷ୍ଟ ପାର୍କିଂ ସ୍ଥାନରେ ପାର୍କିଂ କରାଯିବ।

ନନ୍ଦନକାନନ ପାର୍ଶ୍ୱରୁ ଆସୁଥିବା ପର୍ଯ୍ୟଟକ ଗାଡ଼ିଗୁଡ଼ିକୁ ବାଲିଯାତ୍ରା ପଡ଼ିଆ ଆଡକୁ ଯିବା ପାଇଁ ଅନୁମତି ଦିଆଯିବ ନାହିଁ। ସେହି ଗାଡ଼ିଗୁଡ଼ିକୁ ଇଞ୍ଜନା କେନାଲ ସେତୁରେ ରସୁଲଗଡ଼ / ପଳାସୁଣି ରାସ୍ତାରେ ଯିବାକୁ ପଡିବ। ବାଲିଯାତ୍ରାରେ ଦର୍ଶକଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି, ସୁଗମ ଟ୍ରାଫିକ୍ ପ୍ରବାହ ଏବଂ ପଦଯାତ୍ରୀଙ୍କ ସୁରକ୍ଷା ପାଇଁ ଭିଡ଼ ସମୟରେ ମଞ୍ଚେଶ୍ୱର ଗଡରୁ କୁଆଖିଆ ନଦୀ ରାସ୍ତାରେ ନନ୍ଦନକାନନ ପର୍ଯ୍ୟନ୍ତ ଭାରୀ ଏବଂ ବାଣିଜ୍ୟିକ ଯାନବାହାନ ଚଳାଚଳକୁ ପ୍ରତିବନ୍ଧିତ ବନ୍ଦ କରିଦିଯାଇବ

କିନ୍ତୁ ଆମ୍ବୁଲାନ୍ସ, ଅଗ୍ନିଶମ ବାହିନୀ, ପୋଲିସ ଏବଂ ଉପଯୋଗୀ ସେବା ଯାନ ଭଳି ଜରୁରୀକାଳୀନ ଯାନଗୁଡ଼ିକୁ ନିରବଚ୍ଛିନ୍ନ ପଥ ପ୍ରଦାନ କରାଯିବ। ପ୍ରମୁଖ ଛକଗୁଡ଼ିକରେ ନିୟୋଜିତ ଟ୍ରାଫିକ୍ କର୍ମଚାରୀମାନେ ଏପରି ଗତିବିଧି ପାଇଁ ପ୍ରାଥମିକତା କ୍ଲିୟରାନ୍ସ ନିଶ୍ଚିତ କରିବେ। ଏହି ନିର୍ଦ୍ଦେଶ ଜନସୁରକ୍ଷାର ବୃହତ୍ତର ସ୍ୱାର୍ଥରେ ପ୍ରଦାନ କରାଯାଇଛି ଏବଂ ନିର୍ଦ୍ଦେଶର ଉଲ୍ଲଂଘନ ଓଡ଼ିଶା ସହରାଞ୍ଚଳ ପୋଲିସ ଆଇନ-୨୦୦୩ର ଧାରା ୯୬ ଅନୁଯାୟୀ ଦଣ୍ଡନୀୟ ଅପରାଧ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking