17.1 C
Bhubaneswar
Sunday, December 7, 2025
Homeଓଡିଶାପାରାଦୀପରେ ହେବ ଗ୍ରୀନ ହାଇଡ୍ରୋଜେନ ହବ୍: ମୁଖ୍ୟମନ୍ତ୍ରୀ

ପାରାଦୀପରେ ହେବ ଗ୍ରୀନ ହାଇଡ୍ରୋଜେନ ହବ୍: ମୁଖ୍ୟମନ୍ତ୍ରୀ

ପାରାଦୀପ: ପାରାଦୀପରେ ହେବ ଗ୍ରୀନ ହାଇଡ୍ରୋଜେନ ହବ୍ । ପାରାଦୀପ ବୋଇତ ବନ୍ଦାଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଉଦବୋଧନ ଦେଇଛନ୍ତି । କହିଛନ୍ତି,  ରାଜ୍ୟ ପ୍ରଗତିର ମୁଖଶାଳା ହେଉଛି  ପାରାଦୀପ ବନ୍ଦର । ପାରାଦୀପ ବନ୍ଦରଗୁଡିକୁ କାର୍ଯ୍ୟକ୍ଷମ କରାଯିବ । ବନ୍ଦର ଭିତ୍ତିକ ବିକାଶକୁ ଗୁରୁତ୍ୱ ଦିଆଯାଉଛି କହିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପାରାଦୀପ ବନ୍ଦରର ବିକାଶର ମୂଳମନ୍ତ୍ର ହେବ ଶିଳ୍ପ ।  ରାଜ୍ୟକୁ ଅନେକ ଶିଳ୍ପ ଆଣିପାରିଛୁ ।  ୧ ଲକ୍ଷ କୋଟି କହିଥିଲୁ, ୧ ଲକ୍ଷ ୪୫ ହଜାର କୋଟି ନିବେଶ ହେଲାଣି ।  ୪୦ ହଜାର କୋଟି  ନିବେଶରେ ହେବ ଗ୍ରୀନ ହାଇଡ୍ରୋଜେନ ହବ୍ । ଖାଲି ବାଣିଜ୍ୟ ବ୍ୟବସାୟ  ନୁହେଁ, ପର୍ଯ୍ୟଟନ ଶିଳ୍ପକୁ ବିକଶିତ କରାଯିବ । ୮୦ ହଜାର  କୋଟି ଟଙ୍କା  ନିବେଶରେ ହେବ  ନାଫଥା କ୍ରାକର ପ୍ରୋଜେକ୍ଟ । ପାରାଦୀପ ସି ବିଚ ହେବ ବ୍ଲୁ ଫ୍ଲାଗ ବିଚ, ବିଶ୍ୱସ୍ତରୀୟ ମ୍ୟୁଜିୟମ ତିଆରି ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking