14.1 C
Bhubaneswar
Saturday, December 6, 2025
Homeଓଡିଶାଅପହୃତ ଓଡ଼ିଆ ଯୁବକ ଆଦର୍ଶଙ୍କ ପରିବାରକୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଅପହୃତ ଓଡ଼ିଆ ଯୁବକ ଆଦର୍ଶଙ୍କ ପରିବାରକୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଜଗତସିଂହପୁର: ସୁଦାନରେ ଫସିଥିବା ଓଡ଼ିଆ ଯୁବକ ଆଦର୍ଶ ବେହେରାଙ୍କ ପରିବାରକୁ ଭେଟିଲେ ମୁଖ୍ୟମନ୍ତ୍ରୀ । ପୁଅକୁ ସୁରକ୍ଷିତ ଫେରାଇ ଆଣିବା ପାଇଁ ଆଦର୍ଶ ବେହେରାଙ୍କ ପରିବାରକୁ ଦେଲେ ପ୍ରତିଶ୍ରୁତି । କହିଲେ, କେନ୍ଦ୍ର ଗୃହମନ୍ତ୍ରାଳୟ ସହ ସମ୍ପର୍କରେ ଅଛନ୍ତି ରାଜ୍ୟ ସରକାର । ଆଦର୍ଶଙ୍କୁ ଅପହରଣ କରି ନେଇଛନ୍ତି ରାପିଡ୍ ସପୋର୍ଟ ଫୋର୍ସ । ଦକ୍ଷିଣ ଆଫ୍ରିକୀୟ ଦେଶ ସୁଦାନରେ ଗୃହଯୁଦ୍ଧ ଚାଲିଥିବାବେଳେ ବିଦ୍ରୋହୀମାନେ ଜଣେ ଓଡ଼ିଆ ଯୁବକଙ୍କୁ ଅପହରଣ କରି ନେଇଛନ୍ତି । ଅପହୃତ ଓଡ଼ିଆ ଯୁବକ ଜଣକ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା କୋଟକଣା ଅଞ୍ଚଳର ଆଦର୍ଶ ବେହେରା ବୋଲି ଜଣାପଡିଛି । ଆଦର୍ଶଙ୍କୁ ସୁଦାନରେ ରାପିଡ୍ ସପୋର୍ଟ ଫୋର୍ସେସ ଅପହରଣ ପରେ ପଣବନ୍ଦୀ କରି ରଖିଛି । ଅପହରଣ କରି ନିଆଯିବା ସହିତ ତାଙ୍କର ମୋବାଇଲ ଫୋନ୍ ଏବଂ ଅନ୍ୟ ସାମଗ୍ରୀ ମଧ୍ୟ ନେଇ ଯାଇଛନ୍ତି ଅପହରଣକାରୀ । ଆଦର୍ଶ ତାଙ୍କର ଏକ ଅଡିଓ ରେକର୍ଡିଂ ପତ୍ନୀଙ୍କ ପାଖକୁ ପଠାଇଥିଲେ । ସେଥିରେ ସେ କହିଛନ୍ତି, ଯଦି ରାଜ୍ୟ ଓ କେନ୍ଦ୍ର ସରକାର ଅନୁରୋଧ କରନ୍ତି ତାହେଲେ ଅପହର୍ତ୍ତାମାନେ ମୁକ୍ତ କରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking