ନବରଙ୍ଗପୁର: ନବରଙ୍ଗପୁର ବିଡ଼ିଓଙ୍କ ଘରେ ବୁଲିଲା କଳାକନା। ନବରଙ୍ଗପୁର ବ୍ଲକ ବିଡ଼ିଓ ସୁନୀଲ ଖରା ଗତ ଶନିବାର ଛୁଟିରେ ରାୟଗଡାରେ ଥିବା ପରିବାରକୁ ଭେଟିବା ପାଇଁ ଯାଇଥିଲେ । ତେବେ ସକାଳୁ ଆସି, ବ୍ଲକ ପରିସରରେ ଥିବା ତାଙ୍କ ସରକାରୀ ବାସ ଭବନ ଖୋଲି ଦେଖିବା ବେଳେ ଦୁଇଟି ଭେଣ୍ଟିଲେଟର ଭାଙ୍ଗି ଚୋର ପଶି ଚୋରି କରିଥିବା ଦେଖିଥିଲେ । ତାଙ୍କ ଘରରୁ ୨୦ ହଜାର ଟଙ୍କା ଚୋରି ହୋଇଥିବା ନେଇ ସେ ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇ ନବରଙ୍ଗପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛ। ସାଇଣ୍ଟିଫିକ ଟିମର ସହାୟତା ନେଇ ପୋଲିସ ତଦନ୍ତ ଜାରି ରଖିଛି ।










