ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାରେ ଦୁଇଟି ଟ୍ରକ ମୁହାଁମୁହିଁ ଧକ୍କା ହୋଇଛନ୍ତି । ଏହି ଦୁର୍ଘଟଣାରେ ଜଣେ ଟ୍ରକ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି । ଦେଓଗାଁ ଥାନା ସୀମା ଅନ୍ତର୍ଗତ ବଲାଙ୍ଗିର-ଟିଟିଲାଗଡ ଏନଏଚ୍ ୨୬ର ଘୁଚେପାଲି ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ସୂଚନା ଅନୁସାରେ, ଆଜି ସକାଳେ ବିପରୀତ ଦିଗରୁ ଆସୁଥିବା ଦୁଇ ଟ୍ରକ ନିୟନ୍ତ୍ରଣ ହରାଇ ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ଦୁର୍ଘଟଣା ଫଳରେ ଏକ ଟ୍ରକର ଡ୍ରାଇଭରଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ନେଇ ସୂଚନା ମିଳିଛି । ଦୁର୍ଘଟଣା ପରେ ଦୁଇଟି ଟ୍ରକ ରାସ୍ତା ମଝିରେ ଫସି ରହିବାରୁ ସମ୍ପୂର୍ଣ୍ଣ ରାଜପଥ ଅବରୋଧିତ ହୋଇରହିଛି । ଫଳରେ ଟ୍ରାଫିକ୍ ଜାମ୍ ହୋଇ ଯାତାୟତ ବାଧାପ୍ରାପ୍ତ ହୋଇଛି । ସୂଚନା ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣରେ ଆଣିବା ପାଇଁ ପ୍ରୟାସ କରିବା ସହ ପୋଲିସ ତଦନ୍ତ ଆରମ୍ଭ କରିଛି । ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରହିଛି ।










