14.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶଟ୍ରକ-ବସ ମୁହାଁମୁହିଁ ଧକ୍କା: ୨୦ ମୃତ

ଟ୍ରକ-ବସ ମୁହାଁମୁହିଁ ଧକ୍କା: ୨୦ ମୃତ

ନୂଆଦିଲ୍ଲୀ: ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟ୍ରକ-ବସ ମୁହାଁମୁହିଁ ଧକ୍କା ।  ତେଲେଙ୍ଗାନାର ରଙ୍ଗାରେଡ୍ଡି ଜିଲ୍ଲାର ଚେଭେଲା ମଣ୍ଡଳର  ମିର୍ଜାଗୁଡା ନିକଟରେ  ହାଇଦ୍ରାବାଦ- ବିଜାପୁର ରାଜପଥରେ ସଡକ ଦୁର୍ଘଟଣା ହୋଇଛି ।  ଦୁର୍ଘଟଣାରେ ୨୦ଜଣଙ୍କ   ମୃତ୍ୟୁ  ହୋଇଥିବା ବେଳେ   ଅନେକ ଯାତ୍ରୀ ଆହତ ହୋଇଛନ୍ତି ।  ବସରେ ୭୦ରୁ ଅଧିକ ଯାତ୍ରୀ ଥିଲେ ।  ସୂଚନା ଅନୁସାରେ  ତନ୍ଦୁର ଡିପୋରୁ ଆରଟିସି ବସ ଆସୁଥିବା ବେଳେ  ଟ୍ରକ ସହିତ ଧକ୍କା ଦେଇଥିଲା ।  ଧକ୍କା ଏତେ ଜୋର ହୋଇଥିଲା ବସରେ ଥିବା  ଯେ ଅନେକ ଯାତ୍ରୀ ଚାପି ହୋଇଯାଇଥିଲେ ।  ଘଟଣାସ୍ଥଳରେ ହିଁ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିଲା । ସ୍ଥାନୀୟ ଲୋକେ ଏବଂ ପୋଲିସ ତୁରନ୍ତ  ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଏବଂ ଆହତମାନଙ୍କ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା ।  ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡି ଏହି ଘଟଣାରେ  ଗଭୀର ଦୁଃଖ ପ୍ରକାଶ କରିବା ସହ ଆହତମାନଙ୍କୁ ଉତ୍ତମ ଚିକିତ୍ସା  ରିଲିଫ ପାଇଁ  ଜିଲ୍ଲା କଲେକ୍ଟରମାନଙ୍କୁ  ନିର୍ଦ୍ଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking