17.1 C
Bhubaneswar
Tuesday, February 10, 2026
Homeଓଡିଶାନୂଆପଡ଼ା ନିର୍ବାଚନ ମଣ୍ଡଳୀ କୋଟେନଚୁଆଁ ପଞ୍ଚାୟତରେ ବଜେପିର ଵିଶାଳ ସମାବେଶ

ନୂଆପଡ଼ା ନିର୍ବାଚନ ମଣ୍ଡଳୀ କୋଟେନଚୁଆଁ ପଞ୍ଚାୟତରେ ବଜେପିର ଵିଶାଳ ସମାବେଶ

ନୂଆପଡ଼ା / ଭୁବନେଶ୍ୱର: ନୂଆପଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଯୋଗେଶ୍ଵର ମଣ୍ଡଳର କୋଟେନଚୁଆଁ ଗ୍ରାମ ପଞ୍ଚାୟତର ଝାଞ୍ଜିମୁଣ୍ଡା ଠାରେ ବିଜେପି ପକ୍ଷରୁ ଆଜି ଏକ ବିଶାଳ ଜନ ସମାବେଶ ସହିତ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରାୟ ଶହେରୁ ଉର୍ଦ୍ଧ ବିଜେଡ଼ି ଓ କଂଗ୍ରେସ କର୍ମୀ ବିଜେପିରେ ଯୋଗ ଦେଇଛନ୍ତି । ବିଜେପି ବିଧାୟକ ପ୍ରାର୍ଥୀ ଜୟ ଢୋଲକିଆ ଏହି ସମାବେଶରେ ଭୋଟର ମାନଙ୍କୁ ଉଦଵୋଧନ ଦେବା ସହ ବିଜେପି କୁ ବିପୁଳ ଭୋଟଦେଇ ଜୟଯୁକ୍ତ କରାଇବାକୁ ନିବେଦନ ଭିକ୍ଷା କରିଥିଲେ। ପରେ ପରେ ଏକ ବାଇକ ଶୋଭାଯାତ୍ରା ନେଇ କୋଟେନଚୁଆଁ ଗ୍ରାମପଞ୍ଚାୟତର ବିଭିନ୍ନ ଗ୍ରାମରେ ପ୍ରଚାରରେ ଯାଇଥିଲେ ବିଜେପି ବିଧାୟକ ପ୍ରାର୍ଥୀ ଶ୍ରୀ ଢୋଲକିଆ। ଏଥିରେ ସରକାରୀ ମୁଖ୍ୟ ସଚେତକ ଶ୍ରୀ ସରୋଜ କୁମାର ପ୍ରଧାନ ଙ୍କ ସମେତ ପୂର୍ବତନ ମନ୍ତ୍ରୀ ସମୀର ଦାସ, ପୂର୍ବତନ ବିଧାୟକ ଶଙ୍କର ଓରାମ ଙ୍କ ସମେତ ଶତାଧିକ ବିଜେପି କର୍ମୀ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking