30.1 C
Bhubaneswar
Tuesday, February 10, 2026
Homeଓଡିଶାନୂଆପଡ଼ାରେ ବିଜେପି ପକ୍ଷରୁ 'ନବ ମତଦାତା ସମ୍ମିଳନୀ'

ନୂଆପଡ଼ାରେ ବିଜେପି ପକ୍ଷରୁ ‘ନବ ମତଦାତା ସମ୍ମିଳନୀ’

ନୂଆପଡା: ନୂଆପଡା ବିଧାନସଭା ଉପ ନିର୍ବାଚନରେ ବିଜେପି ଭିନ୍ନ ଭିନ୍ନ ଢଙ୍ଗ ରେ ପ୍ରଚାର କରି ଭୋଟର୍ସଙ୍କୁ ଆକର୍ଷିତ କରିବାରେ ଲାଗି ପଡ଼ିଛି । ସମାଜର ସମସ୍ତ ବର୍ଗର ଭୋଟରଙ୍କୁ ନିଜ ସପକ୍ଷରେ ଆକୃଷ୍ଟ କରିବା ପାଇଁ ବିବିଧ ପ୍ରକାରର କାର୍ଯ୍ୟକ୍ରମ ହାତକୁ ନେଉଛି । ଏହି ମର୍ମରେ ଆଜି ବିଜେପି ପକ୍ଷରୁ ନୂତନ ଭୋଟରଙ୍କୁ ନେଇ “ନବ ମତଦାତା ସମ୍ମିଳନୀ” ନୂଆପଡାରେ ଅନୁଷ୍ଠିତ ହୋଇଯାଇଛି । ବିଜେପି ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ଅଭିଳାଷ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ନବ ମତଦାତା ସମ୍ମିଳନୀରେ ଚଳିତ ନୂଆପଡ଼ା ବିଧାନସଭା ଉନିର୍ବାଚନରେ ପ୍ରଥମ ଥର ପାଇଁ ଭୋଟ ଦେବାକୁ ଅଧିକାର ପାଇଥିବା ନବ ଯୁବ ମତଦାତାଙ୍କୁ ବିଜେପି ର ନୀତି ଆଦର୍ଶ, କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଉପଲବ୍ଧି ବିଷୟରେ ଆଲୋକପାତ କରାଯାଇଥିଲା । ବରିଷ୍ଠ ନେତା ତଥା ସମ୍ବଲପୁର ବିଧାୟକ ଶ୍ରୀଯୁକ୍ତ ଜୟ ନାରାୟଣ ମିଶ୍ର, ରାଜ୍ୟସଭା ସାଂସଦ ଶ୍ରୀ ସୁଜିତ୍ କୁମାର ଯୋଗ ଦେଇଥିଲେ ।

ଉପସ୍ଥିତ ନେତୃବୃନ୍ଦ ନିଜ ନିଜ ଅଭିଭାଷଣ ରେ ବିଜେପି ଦଳର ସାଂସ୍କୃତିକ ରାଷ୍ଟ୍ରବାଦ, ପୂଜ୍ୟପୁଜା, ବଳିଦାନ ବିଷୟରେ କହିଥିଲେ। ଏହା ସହିତ ଦୁର୍ନୀତି ଭ୍ରଷ୍ଟାଚାର ମୁକ୍ତ ସୁଶାସନ, ଦେଶର ବାହ୍ୟ ଓ ଆଭ୍ୟନ୍ତରୀଣ ସୁରକ୍ଷା, ବିଭିନ୍ନ ଜନକଲ୍ୟାଣକରୀ ଯୋଜନା, ମହିଳା, କୃଷକ, ଯୁବକ ଉତ୍ଥାନ କାର୍ଯ୍ୟକ୍ରମ, ଆତ୍ମନିର୍ଭର ଭାରତ, ଅଗ୍ନିବୀର ଯୋଜନା ଭଳି ପ୍ରସଙ୍ଗରେ ଅବଗତ କରାଇଥିଲେ । ଉପସ୍ଥିତ ଯୁବକ ଯୁବତୀମାନେ ଉତ୍ସକତା ସହ ବିଭିନ୍ନ ପ୍ରଶ୍ନ ପଚାରିଥିଲେ ଓ ମଞ୍ଚାସିନ ନେତୃବୃନ୍ଦ ତାହାର ଉତ୍ତର ଦେଇଥିଲା । ଠିକ୍ ସେହି ପରି ମଞ୍ଚାସିନ ନେତୃବୃନ୍ଦ ପ୍ରଶ୍ନ ପଚାରିଥିଲେ ଓ ନୂତନ ଭୋଟର୍ସମାନେ ଉତ୍ତର ଦେଇଥିଲା । ଆଜିର ଏହି ନବ ମତଦାତା ସମ୍ମିଳନୀ ରେ ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ସାଧାରଣ ସମ୍ପାଦକ ବିରଞ୍ଚି ନାରାୟଣ ତ୍ରୀପାଠୀ, ଶାରଦା ପ୍ରସାଦ ଶତପଥୀ ,ବିଜେପି ପାର୍ଥି ଜୟ ଢୋଲକିଆ ଏବଂ ଯୁବ ଛାତ୍ର ନେତା ମନିଶ ଦେବାଙ୍ଗନ ପ୍ରମୁଖ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking