କେନ୍ଦୁଝର: ବସ ପଛରେ କୁକୁରକୁ ଘୋଷାଡି ଘୋଷାଡି ନେଲେ। ବେକକୁ ବାନ୍ଧି ଅତି ବର୍ବରତା ଭାବେ ଘୋଷାଡି ଘୋଷାଡି ନିଆଗଲା ।ଏମିତି କିଛି ଦୃଶ୍ୟ ମୋବାଇଲରୁ ମୋବାଇଲକୁ ଭାଇରାଲ ହେଉଛି । କେନ୍ଦୁଝର ବାଂଶପାଳ ବ୍ଲକ କାଦକଳା ଗାଁରେ କୁହାଯାଉଥିବା ଏହି ଭିଡିଓରେ କୁକୁରର ବେକକୁ ବାନ୍ଧି ଏମିତି ଭାବେ ନିଆଯାଉଛି ଯାହା ସ୍ପଷ୍ଟ ଦେଖିବା ଓ ଦେଖେଇବା ଅସମ୍ଭବ ହୋଇପଡୁଛି । ମିଳିଥିବା ସୂଚନା ଅନୁସାରେ କୁକୁରକୁ ଗାଡି ଧକ୍କା ଦେବା ପରେ ତାର ମୃତ୍ୟୁ ହୋଇଥିଲା। କୁକୁରକୁ ଏମିତି ଘୋଷାଡି ଘୋଷାଡି ନେଇଥିଲେ ବସର କର୍ମଚାରୀ । ହେଲେ ଏତେ ବର୍ବର ମଣିଷ କେମିତି ହୋଇପାରେ ନିଜ ହିତାହିତ ଜ୍ଞାନ କେମିତି ଭୁଲିଯାଇ ପାରେ । କୁକୁରର ମୃତ୍ୟୁ ଏଭଳି ଘୋଷାଡି ନେବାକୁ ନେଇ ସ୍ପଷ୍ଟ ସୂଚନା ମିଳିନଥିଲେ ବି ଭାଇରାଲ ଭିଡିଓକୁ ନେଇ ନାନା ପ୍ରଶ୍ନ ସୃଷ୍ଟି ହୋଇଛି ।ଘଟଣାକୁ ନେଇ ବସରେ ଥିବା କର୍ମଚାରୀ କିମ୍ବା ଅନ୍ୟ କୌଣସି ବ୍ୟକ୍ତିଙ୍କର ପ୍ରତିକ୍ରିୟା ମିଳିପାରିନାହିଁ ।










