18.1 C
Bhubaneswar
Saturday, December 6, 2025
Homeଓଡିଶାରାଜ୍ୟରେ ପ୍ରତିଷ୍ଠା ହେବ ପ୍ରଥମ ସେମିକଣ୍ଡକ୍ଟର ପ୍ରକଳ୍ପ

ରାଜ୍ୟରେ ପ୍ରତିଷ୍ଠା ହେବ ପ୍ରଥମ ସେମିକଣ୍ଡକ୍ଟର ପ୍ରକଳ୍ପ

ଭୁବନେଶ୍ୱର: ରାଜ୍ୟରେ ପ୍ରଥମ କମ୍ପାଉଣ୍ଡ ସେମି କଣ୍ଡକ୍ଟର ପ୍ରକଲ୍ପ ପାଇଁ ଭୁମି ପୂଜନ । ଭୁବନେଶ୍ୱର ଜଟଣୀ ସ୍ଥିତ  ଇନଫୋଭେଲିରେ କେନ୍ଦ୍ର ଆଇଟି ମନ୍ତ୍ରୀ  ଅଶ୍ୱିନୀ ବୌଷ୍ଣବ  ଭିଡିଓ କନଫେରେନ୍ସ ମାଧ୍ୟମରେ  ଭୁମିପୂଜନ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ।  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ , ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ପ୍ରମୁଖ  ଭୂମି ପୂଜନ କାର୍ଯ୍ୟକ୍ରମ ଉପସ୍ଥିତି ଅଛନ୍ତି । ୬ ସେମ ପ୍ରାଇଭେଟ ଲିମିଟେଡ  ସେମିକଣ୍ଡକ୍ଟର ପ୍ରକଳ୍ପ ଭୁବନେଶ୍ୱର ପ୍ରତିଷ୍ଠା ହେବ  । ଏହା ରାଜ୍ୟ ସରକାରଙ୍କ ବଡ ପଦକ୍ଷେପ ।  ଏଥିପାଇଁ ୨ ହଜା ୬୭ ଟଙ୍କା  ନିବେଶ କରିବ ସଂସ୍ଥା ।  ଏହାଦ୍ୱାରା  ୫ ହଜାର ନିଯୁକ୍ତି  ସୃଷ୍ଟି ହେବ । ମେକ ଇନ ଇଣ୍ଡିଆ ଡିଜିଟାଲ ଇଣ୍ଡିଆର ଦୃଷ୍ଟିକୋଣ ସହିତ  ଏହି ପକଳ୍ପ  ଭାରତର ସେମିକଣ୍ଡକ୍ଟର  ଉତ୍ପାଦନ  ଇକୋ ସିଷ୍ଟମକୁ ସୁଦୃଢ କରିବା ଦିଗରେ  ପ୍ରମୁଖ ପଦକ୍ଷେପ ନିଆଯାଇଛି ।  ମୋବାଇଲ ଫୋନ , ଇଲୋକ୍ଟ୍ରୋନିକ୍ସ ଉପକରଣ ଏକ ଗୁରୁତ୍ୱ ପୂର୍ଣ୍ଣ ଯନ୍ତ୍ରାଂଶ  ହେଉଛି ସେମିକଣ୍ଡକ୍ଟର । ପ୍ରାୟତଃ ସବୁ ଇଲୋକ୍ଟ୍ରୋନିକ୍ସରେ ଏହାର ଗୁରୁତ୍ୱପୂର୍ଣ୍ଣ ଭୁମିକା ଥାଏ । ଟ୍ରାଞ୍ଜିଷ୍ଟର ଏବଂ ବାୟୋ ଏବଂ ଇଣ୍ଟିଗ୍ରେଟେଡ ନିର୍ମାଣ କ୍ଷେତ୍ରରେ ବିଶେଷ ସହାୟକ ହୁଏ ।  ଏଥିପାଇଁ ଭାରତ ବିଶେଷ କରି ଚୀନ, ତାଇୱାନ , ଦକ୍ଷିଣ କୋରିଆ, ସିଙ୍ଗାପୁର ଭଳି ଦେଶ ଉପରେ  ନିର୍ଭର କରେ । କିନ୍ତୁ ଏବେ  ସେମିକଣ୍ଡକ୍ଟର ହବ ଯଦି ଭାରତ ପାଲଟୁଛି ତାହାହେଲେ ହୁଏତ ଆଉ କୌଣସି ଦେଶ ଉପରେ ନିର୍ଭର କରିବାକୁ ପଡିବ  ନାହିଁ ।  ଭାରତ ମଧ୍ୟ ସେମିକଣ୍ଡକ୍ଟରର ଏକ୍ସପର୍ଟ  ଦେଶ ପାଲଟିପାରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking