26.1 C
Bhubaneswar
Tuesday, March 10, 2026
Homeଓଡିଶାନୂଆପଡ଼ା କାଣ୍ଡେତରା ପଞ୍ଚାୟତର ସରପଞ୍ଚଙ୍କ ସହ ୧୧ ଜଣ ୱାର୍ଡ ସଭ୍ୟ ବିଜେପିରେ ଯୋଗଦେଲେ

ନୂଆପଡ଼ା କାଣ୍ଡେତରା ପଞ୍ଚାୟତର ସରପଞ୍ଚଙ୍କ ସହ ୧୧ ଜଣ ୱାର୍ଡ ସଭ୍ୟ ବିଜେପିରେ ଯୋଗଦେଲେ

ନୂଆପଡ଼ା / ଭୁବନେଶ୍ୱର: ଆଜି ନୂଆପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀର ବଞ୍ଜରୀ ମଣ୍ଡଳ ଅନ୍ତର୍ଗତ କାଣ୍ଡେତରା ପଞ୍ଚାୟତରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ ଏବଂ ବିଧାୟକ ବାବୁ ସିଂ ନିର୍ବାଚନୀ ପ୍ରଚାରରେ ଯାଇଥିବା ବେଳେ ସେଠାକାର ସ୍ଥାନୀୟ ସରପଞ୍ଚ ଶ୍ରୀ କଲ୍ୟାଣୀ ଦାସଙ୍କ ସହ ୧୧ଟି ୱାର୍ଡ ସଭ୍ୟ ଏବଂ ଅନେକ ସକ୍ରିୟ କର୍ମୀ ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ନେତୃତ୍ୱ ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମାଝୀଙ୍କ ଉପରେ ଆସ୍ଥା ପ୍ରକଟ ବିଜେଡି ଛାଡି ବିଜେପି ରେ ଯୋଗ ଦେଇଛନ୍ତି। ନୂତନ ଭାବେ ଯୋଗଦାନ କରିଥିବା ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଉତ୍ତରୀୟ ଦେଇ ମନ୍ତ୍ରୀ ଶ୍ରୀ ନାୟକ ଏବଂ ବିଧାୟକ ସ୍ୱାଗତ କରିଥିଲେ। ଏହି ମିଶ୍ରଣ ପର୍ବ ମାଧ୍ୟମରେ ନୂଆପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେପି ପରିବାର ଆହୁରୀ ଶକ୍ତିଶାଳୀ ହେଲା ଏବଂ ନୂଆ ଉତ୍ସାହ ସହ ଆଗକୁ ବଢ଼ିବାର ପ୍ରେରଣା ମିଳିଲା ବୋଲି ମନ୍ତ୍ରୀ ଖୁସି ବ୍ୟକ୍ତ କରିଥିଲେ । ଲୋକଙ୍କ ପାଇଁ ଲୋକଙ୍କ ସରକାରଙ୍କ ଦ୍ଵାରା ଚାଲିଥିବା ବିଭିନ୍ନ କଲ୍ୟାଣକାରୀ ଯୋଜନା ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇବା ସହ ଏହି ଅବସରରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ବିପୁଳ ପରିମାଣରେ ଭୋଟ ଦେଇ ଜୟଯୁକ୍ତ କରାଇବାକୁ ମନ୍ତ୍ରୀ ନିବେଦନ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking