17.1 C
Bhubaneswar
Sunday, February 8, 2026
Homeଓଡିଶାନୂଆପଡା ଉପନିର୍ବାଚନ ପରିପ୍ରେକ୍ଷୀରେ ପ୍ରମୁଖ କାର୍ଯ୍ୟକର୍ତାଙ୍କ ବୈଠକ

ନୂଆପଡା ଉପନିର୍ବାଚନ ପରିପ୍ରେକ୍ଷୀରେ ପ୍ରମୁଖ କାର୍ଯ୍ୟକର୍ତାଙ୍କ ବୈଠକ

ନୂଆପଡା / ଭୁବନେଶ୍ୱର: ନୂଆପଡ଼ା ବିଧାନସଭା ଉପନିର୍ବାଚନ ରେ ଦିନକୁ ଦିନ ବଢ଼ିବାରେ ଲାଗିଛି ରାଜନୀତିକ ଉଷ୍ମତା । ଏହି ମର୍ମରେ ଆଜି ନୂଆପଡାସ୍ଥିତ ଜିଲ୍ଲା ବିଜେପି କାର୍ଯ୍ୟାଳୟଠାରେ ବିଜେପିର ଏକ ପ୍ରମୁଖ କାର୍ଯ୍ୟକର୍ତ୍ତା ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଜେପି ର ଅନ୍ୟ ନାମ ବିକାଶ ବୋଲି ଲୋକଙ୍କ ମଧ୍ୟରେ ବିଶ୍ୱାସ ବୃଦ୍ଧି ପାଇଛି । କେନ୍ଦ୍ରରେ ଯଶଶ୍ଵି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ୧୧ ବର୍ଷର ସରକାର ଓ ରାଜ୍ୟରେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ୧୬ ମାସର ସରକାରର ଉପଲବ୍ଧିକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଉପସ୍ଥିତ ନେତୃବୃନ୍ଦ କର୍ମକର୍ତ୍ତାଙ୍କୁ ପରାମର୍ଶ ଦେଇଛନ୍ତି । ଚଳିତ ନିର୍ବାଚନରେ ବିଜେପି ପ୍ରାର୍ଥୀ ଶ୍ରୀ ଜୟ ଢୋଲକିଆଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ବିଜୟୀ କରିବା ପାଇଁ ସମସ୍ତ କାର୍ଯ୍ୟକର୍ତ୍ତାମାନେ କଠିନ ପରିଶ୍ରମ କରିବାକୁ କର୍ମକର୍ତ୍ତାଙ୍କୁ ନେତୃବୃନ୍ଦ ଆହ୍ଵାନ ଦେଇଛନ୍ତି । ଏହି ବୈଠକରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂହ ତୋମାର, ରାଜ୍ୟ ସହ ପ୍ରଭାରୀ ସୁଶ୍ରୀ ଲତା ଉସେଣ୍ଡି, ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର, ରାଜ୍ୟସଭା ସାଂସଦ ସୁଜିତ କୁମାର, ରାଜ୍ୟ ସାଧାରଣ ସମ୍ପାଦକ ସାରଦା ପ୍ରସାଦ ଶତପଥୀ, ରାଜ୍ୟ ଉପସଭାପତି ଅଶୋକ ମିଶ୍ର, ବିଷ୍ଣୁ ଦାସ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୋବିନ୍ଦ ଜେନ, ଡ.ସୋନିଆ ଜୈନଙ୍କ ସମେତ ସମସ୍ତ କାଉନସିଲର୍, ଶକ୍ତି କେନ୍ଦ୍ର ପ୍ରମୂଖ ଓ ସହ ପ୍ରମୁଖ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking