25.1 C
Bhubaneswar
Saturday, February 7, 2026
Homeଓଡିଶାପିନ ଗିଳିଦେବାରୁ ଛାତ୍ରଙ୍କ ମୃତ୍ୟୁ

ପିନ ଗିଳିଦେବାରୁ ଛାତ୍ରଙ୍କ ମୃତ୍ୟୁ

କନ୍ଧମାଳ: କନ୍ଧମାଳଜିଲ୍ଲା ଫୁଲବାଣୀ ସଦର ଥାନା ଅନ୍ତର୍ଗତ ଧୋବାତୋଟା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ତୁଷାର ମିଶ୍ର ଗତ ୧୫ ତାରିଖରେ ବିଦ୍ୟାଳୟ ନୋଟିସ୍‌ ବୋର୍ଡର ପିନ୍‌କୁ ଅସାବଧାନତାବଶତଃ ଗିଳି ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ବ୍ରହ୍ମପୁର ବଡ଼ଡାକ୍ତରଖାନା ଏବଂ ସେଠାରୁ କଟକ ଶିଶୁଭବନକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଡାକ୍ତରଙ୍କ ଅକ୍ଳାନ୍ତ ପରିଶ୍ରମ ସ‌ତ୍ତ୍ବେ ଗତ ୨୬ ତାରିଖରେ ତୁଷାରଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ବିଦ୍ୟାଳୟ ନୋଟିସ୍‌ ବୋର୍ଡରେ ଲାଗିଥିବା ଏକ ପିନ୍‌କୁ ଗିଳିଦେଇଥିଲେ ତୁଷାର । ତେ‌ବେ ତୁଷାର ଓ ତାଙ୍କ ସାଙ୍ଗମାନେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଏ ସଂକ୍ରାନ୍ତରେ ଅବଗତ କରି ନଥିଲେ କି, କେହି ଏହାକୁ ଗୁରୁତ୍ବର ସହ ନେଇ ନଥିଲେ। ବିଦ୍ୟାଳୟ ଛୁଟି ପରେ ଘରକୁ ଫେରି ତୁଷାର ପିନ୍‌ ଗିଳିଦେଇଥିବା ନେଇ ଅଜା ରାମପ୍ରସାଦ ମିଶ୍ରଙ୍କୁ କହିଥିଲେ । ଦୁଇ ଡାକ୍ତରଖାନାରେ ଚିକିତ୍ସା ପରେ ତାଙ୍କୁ କଟକ ଶିଶୁଭବନକୁ ନିଆଯାଇଥିଲା। ଡାକ୍ତରମାନେ ତୁଷାରଙ୍କ ଫୁସ୍‌ଫୁସ୍‌ରୁ ପିନ୍‌ଟିକୁ ବାହାର କରିଥିଲେ ମଧ୍ୟ ସେତେବେଳକୁ ଅନେକ ବିଳମ୍ବ ହୋଇଯାଇଥିଲା। ତୁଷାର ପ୍ରଥମେ ପକ୍ଷାଘାତରେ ଆକ୍ରାନ୍ତ ହୋଇ ପରେ କୋମାକୁ ଚାଲିଯାଇଥିଲେ ଏବଂ ଗତ ୨୬ ତାରିଖରେ ଜୀବନଯୁଦ୍ଧରେ ହାରିଯାଇଥିଲେ। ବିଦ୍ୟାଳୟ କର୍ତ୍ତୃପକ୍ଷ ଘଟଣା ଘଟିବା ପରେ ଉଚିତ ଧ୍ୟାନ ଦେଇଥିଲେ ତୁଷାରର ଜୀବନ ବଞ୍ଚିଯାଇଥାନ୍ତା ବୋଲି ବାପା କାଳୀପ୍ରସାଦ କହିଛନ୍ତି। ତେବେ ପରିବାର ପକ୍ଷରୁ ଏଯାବତ୍‌ ଥାନାରେ ଏତଲା ଦିଆଯାଇନି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking