17.1 C
Bhubaneswar
Sunday, December 7, 2025
Homeଓଡିଶାସାମାଜିକ ଓ ଅର୍ଥନୈତିକ କାରଣରୁ ଓଡ଼ିଶା ପ୍ରତି ଥିଲା ଗାନ୍ଧୀଜୀଙ୍କର ଭଲପାଇବା

ସାମାଜିକ ଓ ଅର୍ଥନୈତିକ କାରଣରୁ ଓଡ଼ିଶା ପ୍ରତି ଥିଲା ଗାନ୍ଧୀଜୀଙ୍କର ଭଲପାଇବା

ଭୁବନେଶ୍ୱର (ସୁବ୍ରତ ଦାସ) : ଗାନ୍ଧିଜୀ ଓଡ଼ିଶାକୁ ଖୁବ୍ ଭଲ ପାଉଥିଲେ । କେବଳ ଧାର୍ମିକ କାରଣରୁ ନୁହେଁ, ସାମାଜିକ ଓ ଅର୍ଥନୈତିକ କାରଣଯୋଗୁଁ । “ମୁଁ ଯେବେଠାରୁ ଭାରତରେ ପାଦଦେଲି, ସେବେଠାରୁ ମୁଁ ଓଡ଼ିଶା ଦାରିଦ୍ର୍ୟ ଓ ଦୁର୍ଭିକ୍ଷ ସଂପର୍କରେ ଶୁଣିବାକୁ ପାଇଲି । ଠଳ୍କରବାପ୍ପା ଦୁର୍ଭିକ୍ଷ ରିଲିଫ୍‌ ସଂକ୍ରାନ୍ତରେ ଓଡ଼ିଶା ଆସିଥିଲେ । ସେ ହୃଦୟଙ୍ଗମ କଲେ ଯେ, ଯଦି ମୁଁ ଓଡ଼ିଶାର ଦୁର୍ଭିକ୍ଷ ପୀଡ଼ିତ ଲୋକଙ୍କର ସେବାକରେ, ତେବେ ସାରା ଦେଶର ସେବା କରିପାରିବି। ପରେ ଓଡ଼ିଶା ମୋ ପାଇଁ ଏକ ତୀର୍ଥକ୍ଷେତ୍ର ପାଲଟିଗଲା । ମହା ପ୍ରଭୁଜଗନ୍ନାଥଙ୍କ ମନ୍ଦିର ଏହି ଓଡ଼ିଶାରେ ରହିଛି । ତେବେ ହରିଜନଙ୍କ ପାଇଁଏହା ଖୋଲା ନଥିଲା । ସେଥିପାଇଁ ମୁଁ ସାରା ରାଜ୍ୟରେ ହରିଜନ ପଦଯାତ୍ରା କଲି, ଓଡ଼ିଶାରୁ ଅସ୍ପୃଶ୍ୟତାର ବିଲୋପ ପାଇଁ” ଗାନ୍ଧିଜୀ ଲେଖିଥିଲେ ।

ଗାନ୍ଧିଜୀ ତାଙ୍କ ଜୀବଦ୍ଦଶାରେ ସାତ ଥର ଓଡ଼ିଶା ଆସିଥିଲେ । ୧୯୨୧ମସିହାରେ ଗାନ୍ଧିଜୀ ପ୍ରଥମ ଥର ଓଡ଼ିଶା ଗସ୍ତ କରିଥିଲେ । ୧୯୨୦ ମସିହାରେ ସାରା ଦେଶରେ ଓଡ଼ିଶାର ଦୁର୍ଭିକ୍ଷ ହଇଚଇ ସୃଷ୍ଟିକରିଥିଲା । ଏଥିରେ ଅଭିଭୂତ ହୋଇ ମହାତ୍ମା ଗାନ୍ଧୀ ପଣ୍ଡିତଗୋପବନ୍ଧୁ ଦାସଙ୍କୁ ଟେଲିଗ୍ରାମ କଲେ ଯେ ସେ ୫ଦିନ ପାଇଁମାର୍ଚ୍ଚ ୨୪ତାରିଖରେ ଓଡ଼ିଶା ଗସ୍ତରେ ଆସିବେ । ୨୩ ତାରିଖ ସକାଳେ ଦୋଳପୂର୍ଣ୍ଣିମା ଦିନ ସେ କସ୍ତୁରବା ଗାନ୍ଧୀଙ୍କସହିତ କଟକ ଷ୍ଟେସନ୍‌ରେ ପହଁଚିଲେ । ପ୍ରାୟ ୩୦ହଜାର ଲୋକ ତାଙ୍କୁ ସ୍ୱାଗତ କରିଥିଲେ ।ବାସ୍ତରିଟି ସଂକୀର୍ତ୍ତନ ମଣ୍ଡଳୀ ସ୍ୱାଗତ ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ ।“ମହାତ୍ମାଗାନ୍ଧୀଙ୍କ ଜୟ”ଶ୍ଳୋଗାନର ଗଗନ ପବନ ମୁଖରିତ ହେଲା । ତିିନି ଶହ ସ୍ୱେଚ୍ଛାସେବୀ ମହାତ୍ମାଗାନ୍ଧୀ ଙ୍କୁ ସୁସଜ୍ଜିତ କାର୍‌କୁ ପାଛୋଟିନେଇଗଲେ । ପ୍ରଥମେ ଶୋଭାଯାତ୍ରାଟି ସ୍ୱରାଜ୍ୟ ଆଶ୍ରମରେ ଅଟକିଥିଲା । ସହରରୁମୁଖ୍ୟରାସ୍ତାଘାଟ ଫୁଲ୍‌, ପତ୍ର, କଂଗ୍ରେସ ପତାକା ପ୍ରଭୃତିରେସୁସଜ୍ଜିତହୋଇଥିଲା ।ମହାତ୍ମାଗାନ୍ଧୀ କଦମ୍‌ରସୁଲ୍‌ଠାରେମୁସ୍‌ଲିମ୍‌ଭାଇଭଉଣୀମାନଙ୍କୁମହିଳାମାନଙ୍କ ଏକ ବୈଠକବିନୋଦବିହାରୀମନ୍ଦିରରେଏବଂଛାତ୍ର ଓ ଆଇନଜୀବୀଙ୍କ ଦୁଇଟିବୈଠକରେ ଉଦ୍‌ବୋଧନ ଦେଇଥିଲେ ।ସଂନ୍ଧ୍ୟାସମୟରେ ଐତିହାସିକ କାଠଯୋଡ଼ି କୂଳରେ ଏକ ସାଧାରଣ ସଭାରେ ଭାଷଣ ଦେଲେ । ପଣ୍ଡିତଗୋପବନ୍ଧୁ ଦାସ ଏହି ସଭାରେ ସଭାପତିତ୍ୱକରିଥିଲେ । ଏହିସଭାରେ ୧୬୦ଟଙ୍କା ତିଳକ ସ୍ୱରାଜ୍ୟ ପାଣ୍ଠି ପାଇଁସଂଗୃହୀତହୋଇଥିଲା ।

ଏହା ପରେ ଗାନ୍ଧିଜୀ ଭଦ୍ରକ ଅଭିମୁଖେ ପୁରୀହାୱଡ଼ା ପାସେଞ୍ଜର ଟ୍ରେନ୍‌ରେ ଯାତ୍ରାକରିଥିଲେ ।ସେଠାରେତାଙ୍କୁ ୨୦ ହଜାରଲୋକ ଉଚ୍ଛ୍ୱ ସିତସମ୍ବର୍ଦ୍ଧନା ଦେଇଥିଲେ । ଭଦ୍ରକରେ ଗୋଟିଏ ଦିନ ରହଣୀ ପରେ ସେ ରେଳଯୋଗେସତ୍ୟବାଦୀ, ପୁରୀ, ବ୍ରହ୍ମପୁର ଏବଂ ବେଜୱାଡ଼ା ଯାତ୍ରା କରିଥିଲେ । ସତ୍ୟବାଦୀଠାରେ ଗାନ୍ଧିଜୀଛାତ୍ର, ଶିକ୍ଷକଏବଂସାଧାରଣଲୋକଙ୍କର ଏକ ବିଶାଳସମାବେଶରେ ଉଦ୍‌ବୋଧନ ଦେଇଥିଲେ । ସେସତ୍ୟବାଦୀ ବନ ବିଦ୍ୟାଳୟରେ ଅନୁସୃତ ଶିକ୍ଷାଦାନ ପ୍ରଣାଳୀରେଖୁବ୍ ଅନୁପ୍ରାଣିତ ହୋଇଥିଲେ ।ଏବଂତା’ପର ଦିନ ଅର୍ଥାତ୍ ୧୯୨୬ ମସିହାମାର୍ଚ୍ଚସନ୍ଧ୍ୟାରେ ପୁରୀଠାରେ ପହଂଚି ଥିଲେ ।ସ୍ୱାଗତକରିବା ପାଇଁ ପୁରୀଷ୍ଟେସନ୍‌ରେ ପ୍ରାୟ ୨୦ହଜାର ଲୋକବିଭିନ୍ନବର୍ଗରୁଏକତ୍ରିତହୋଇଥିଲେ ।ମହାତ୍ମାଗାନ୍ଧୀଙ୍କଉପରେ ପୁଷ୍ପବୃଷ୍ଟି କରାଯାଇଥିଲା ।ମହାତ୍ମାଗାନ୍ଧୀଙ୍କର ଗାଡ଼ି ପୁରୀ ଶ୍ରୀନଅର ନିକଟରେର ହିଥିଲା ।କାରଣ ପୁରୀ ରାଜା ଗଜପତି ତାଙ୍କୁ ଭେଟିବାକୁ ଚାହିଁଥିଲେ । ତେବେ ଜନଗହଳି ଯୋଗୁଁ ପୁରୀ ରାଜା ତାଙ୍କୁ ଭେଟି ପାରିନଥିଲେ ।ସେ ପୁଷ୍ପମାଲ୍ୟ ମହାତ୍ମାଗାନ୍ଧୀଙ୍କ ପାଖକୁ ପଠାଇଥିଲେ । ଏହା ପରେମହାତ୍ମାଗାନ୍ଧୀ ପୁରୀ ଦୁର୍ଭିକ୍ଷ ର ବିଭିନ୍ନ ନେତାମାନଙ୍କୁ ଭେଟିଥିଲେ ଏବଂ ପରଦିନ ସନ୍ଧ୍ୟାରେ ଶରଧାବାଲିଠାରେ ଏକ ବିରାଟସାଧାରଣସଭାରେ ଉଦ୍‌ବୋଧନ ଦେଇଥିଲେ ।ସେଠାରେସେ ଦୁର୍ଭିକ୍ଷ ପ୍ରପୀଡ଼ିତଲୋକଙ୍କୁ ଅକୁଣ୍ଠିତ ଚିତ୍ତରେ ସାହାଯ୍ୟ କରିବାପାଇଁ ସମବେତ ଜନତାଙ୍କୁ ନିବେଦନ କରିଥିଲେଏବଂସମବେତଜନତା ଅକୁଣ୍ଠିତ ଚିତ୍ତରେ ଦାନ କରିଥିଲେ । ପରଦିନ ଗାନ୍ଧିଜୀବ୍ରହ୍ମପୁରଗସ୍ତରେ ଯାଇଥିଲେ ।

ଦ୍ୱିତୀୟଓଡ଼ିଶା ଗସ୍ତ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ନିମନ୍ତ୍ରଣ କ୍ରମେ କଟକରେ ଆୟୋଜିତ ହୋଇଥିଲା । ଅଗଷ୍ଟ ୧୯୨୫ ମସିହାରେ ସେ କଟକରେ ହାୱାଡ଼ା ପୁରୀ ଏକ୍ସ୍‌ପ୍ରେସ୍‌ରୁ ଓହ୍ଲାଇଥିଲେ। ଏହାପରେ ମହାତ୍ମାଗାନ୍ଧୀ ଉôଳଳ ଟ୍ୟାନେରୀଠାରେ ଅସ୍ପୃଶ୍ୟମାନଙ୍କର ଏକ ସଭାରେ ଉଦ୍‌ବୋଧନ ଦେଇଥିଲେ ଏବଂ ସନ୍ଧ୍ୟାରେ ଟାଉନ୍‌ ହଲ୍‌ ଠାରେ ଏକ ସାଧାରଣସଭାରେ ଉଦ୍‌ବୋଧନ ଦେବାପରେ ଏକ ସୂତାକଟା ପ୍ରଦର୍ଶନୀ ସ୍ୱରାଜ୍ୟ ଆଶ୍ରମଠାରେ ଉଦ୍‌ଘାଟନ କରିବା ପରେ ପୁରୀ ହାୱଡ଼ା ଏକ୍ସ୍‌ପ୍ରେସ୍‌ରେ ସନ୍ଧ୍ୟା ସମୟରେ କଲିକତା ଫେରିଯାଇଥିଲେ ।ଗାନ୍ଧିଜୀଙ୍କ ତୃତୀୟ ଗସ୍ତ ୧୯୨୭ ମସିହା ଡିସେମ୍ବର ମାସରେ ମାଡ୍ରାସ୍‌ ପ୍ରେସିଡ଼େନ୍‌ସି ଅନ୍ତର୍ଗତ ଗଞ୍ଜାମଜିଲ୍ଲାରେ ଖଦୀର ପ୍ରଚାର ପାଇଁ ଆୟୋଜିତ ହୋଇଥିଲା ।ଏହି ସମୟରେ ଖଲ୍ଲିକୋଟ ରାଜାଙ୍କର ବୋଇରାଣୀ, କୋଦଳା ଓ ଖଲ୍ଲିକୋଟ ଅଞ୍ଚଳରେ ଆତିଥ୍ୟ ସ୍ୱୀକାର କରିଥିଲେ । ରାଜାବାହାଦୁରଙ୍କ ଦ୍ୱାରା ଆୟୋଜିତ ସଭାମାନଙ୍କରେ ମହାତ୍ମାଗାନ୍ଧୀ ଉଦ୍‌ବୋଦନ ଦେଇଥିଲେ ।ସେରମ୍ଭା ରାଜ ଉଆସରେ ରହି ଚିଲିକାର ନୈସର୍ଗିକ ସୌନ୍ଦର୍ଯ୍ୟଉପଭୋଗକରିଥିଲେ ।ବ୍ରହ୍ମପୁର ଗସ୍ତ ପୂର୍ବରୁସେ ୧୯୨୭ ଡିସେମ୍ବର ୩ତାରିଖରେ ପାରଳାଖେମୁଣ୍ଡି ଗସ୍ତକରିଥିଲେ ।

୫ ରୁ ୨୧ ଡିସେମ୍ବରମଧ୍ୟରେ ସେ ବ୍ରହ୍ମପୁର, ଛତ୍ରପୁର, ପୁରୁଷୋତ୍ତମପୁର, ବୈତରାଣୀ, ପୋଲସରା, କୋଦାଳା, ଖଲ୍ଲିକୋଟ, ରମ୍ଭା, ବାଣପୁର, ବୋଲଗଡ଼, ଖୋର୍ଦ୍ଧା, ସାକ୍ଷୀଗୋପାଳ, ପୁରୀ, ରାମେଶ୍ୱର, ଜଳେଶ୍ୱର, ଭଦ୍ରକ, ଚାରିବାଟିଆଏବଂ କଟକ ପ୍ରଭୃତିସ୍ଥାନମାନ ଗସ୍ତକରିଥିଲେ ।ବ୍ରହ୍ମପୁରଠାରେ ଏକ ସଭାରେସେହରିଜନମାନଙ୍କରମନ୍ଦିର ପ୍ରବେଶସମର୍ଥନରେକହିଥିଲେ । ଦୁର୍ଭାଗ୍ୟବଶତଃଗାନ୍ଧିଜୀ ତାଙ୍କର ଗଞ୍ଜାମଜିଲ୍ଲା ଗସ୍ତ ସମୟରେ ଅତ୍ୟଧିକ ପରିଶ୍ରମଯୋଗୁଁ ଅସୁସ୍ଥ ହୋଇପଡ଼ିଥିଲେ ।ବୋଲଗଡ଼ରେସେସଂପୂର୍ଣ୍ଣବିଶ୍ରାମନେଇଥିଲେ ।ସେଠାକୁ ସିଏଫ୍‌ଆଣ୍ଡ୍ରୁଜଏବଂଡାକ୍ତରବି.ସି. ରାୟତାଙ୍କୁ ଦେଖିବାକୁଛୁଟି ଆସିଥିଲେ । ଗାନ୍ଧିଜୀଙ୍କବୋଲଗଡ଼ରହଣୀବେଳେ, କେତେଜଣ କଙ୍କାଳ ସାର ବିଦ୍ୱାନ ବ୍ୟକ୍ତିଙ୍କୁଭେଟିଥିଲେ । ତାଙ୍କରି ସାକ୍ଷାତ ବିଷୟରେ ସେ ଲେଖିଥିଲେ । ସାକ୍ଷୀଗୋପାଳରେଗାନ୍ଧିଜୀ ୧୯୧୨ ଡିସେମ୍ବର ୧୨ତାରିଖରେ ଉତ୍କଳମଣିଗୋପବନ୍ଧୁ ଦାଶଙ୍କ ସହ ରହିଥିଲେ । ତାପରେସେ ପୁରୀଠାରେ ଡିସେମ୍ବର ୧୩ତାରିଖରେ ବି.ଏନ୍‌. ରାୟଙ୍କ ଦ୍ୱାରାସ୍ଥାପିତ ଏକ ସଂଗ୍ରାହାଳୟ ପରିଦର୍ଶନ କରିଥିଲେଏବଂସେଠାରେବଙ୍ଗୀୟସଂପ୍ରଦାୟଙ୍କ ଦ୍ୱାରା ପ୍ରଦତ୍ତ ୧୧୫୮ଟଙ୍କାର ଏକ ଥଳିଗ୍ରହଣକରିଥିଲେ ।ତାପରେ ଗାନ୍ଧିଜୀ ଚାରି ବାଟିଆ ଗସ୍ତକରିଥିଲେ । ମହାନଦୀରେନୌବିହାର ପରେସେକଟକରେ ପହଂଚିଥିଲେ ।ସେଠାରେସେମହାଦେବ ଦେଶାଇ କାକାକାଲେଲ୍‌କର ଏବଂମୀରାବେନ୍ ପ୍ରଭୃତିଙ୍କୁ ଭେଟିଥିଲେ । ମୀରାବେନ୍‌ ଚମ୍ପାପୁରରେ ଏକ ଗାନ୍ଧି ଆଶ୍ରମର ଶିଳାନ୍ୟାସ କରିଥିଲେ ।

ଏ.ଆଇ.ସି.ସି. ଅଧିବେଶନରେ ଯୋଗଦେବା ପାଇଁକଲିକତା ଆସିଥିବା ମହାତ୍ମାଗାନ୍ଧୀ ୧୯୨୮ ଡିସେମ୍ବର ମାସର ୨୨ତାରିଖରେ ଝାରସୁଗୁଡ଼ାଗସ୍ତରେ ଆସି ସମ୍ବଲପୁର ଗସ୍ତ କରିଥିଲେ ।ସେଠାରେସେବିଭିନ୍ନସଭାରେଯୋଗ ଦେଇଥିଲେଏବଂ ଦରିଦ୍ର ନାରାୟଣଙ୍କ ସେବା ଓ ଖଦୀ ଆନ୍ଦୋଳନ ସଂପର୍କରେଭାଷଣ ଦେଇଥିଲେ ।ଛଅଶହଟଙ୍କାମୂଲ୍ୟର ଖଦୀ ସାମଗ୍ରୀ ସେହି ସଭାରେ ବିକ୍ରୀହୋଇଥିଲା ।ସନ୍ଧ୍ୟାରେ ସେଠାରେ ସେ ମହିଳା ମାନଙ୍କ ସଭାରେ ଉଦ୍‌ବୋଧନ ଦେଇ ସନ୍ତୋଷ ପ୍ରକଟକରିଥିଲେ ।

ଗାନ୍ଧିଜୀଙ୍କ ପଞ୍ଚମ ଓଡ଼ିଶା ଗସ୍ତ ହରିଜନ ପଦଯାତ୍ରରୁ ଆରମ୍ଭହୋଇଥିଲା । ଏହାସାରାଦେଶରେ ଆଲୋଡ଼ନ ସୃଷ୍ଟିକରିଥିଲା ।ଗାନ୍ଧିଜୀ ୧୯୩୪ ମସିହାମେ’ ୫ତାରିଖ ଦିନ ଝାରସୁଗୁଡ଼ା ରେଳ ଜଙ୍କସନ୍‌ଠାରେ ପହଂଚିଲେ ଏବଂ ସେଦିନ ସେସେହିସହରରେ ଏକ ସାଧାରଣସଭାରେ ଉଦ୍‌ବୋଧନ ଦେଇ ହରିଜନଙ୍କ କଲ୍ୟାଣ ପାଇଁ ପାଣ୍ଠିସଂଗ୍ରହକଲେ ।ସେଦିନ ମଧ୍ୟାହ୍ଣରେସେସନାତନୀମାନଙ୍କ ଏଭ ସଭାରେଭାଷଣ ଦେଇ ଅସ୍ପୃଶ୍ୟତା ଉଚ୍ଛେଦ ଆବଶ୍ୟକତା ସଂପର୍କରେଜୋର୍ ଦେଇଥିଲେ ।ଗାନ୍ଧିଜୀ ଝାରସୁଗୁଡ଼ା ଠାରୁ ବାମୁର ଦେଇ ଅନୁଗୁଳ ଠାରେ ପହଞ୍ôଚଥିଲେ । ସେଠାରେ ସେ ବିଭିନ୍ନ ସଭାରେ ଅସ୍ପୃଶ୍ୟତା ନିବାରଣ ସଂପର୍କରେ ଭାଷଣ ଦେଇଥିଲେ । ବିଭିନ୍ନ ସଭାରୁ ସେ ହରିଜନ ପାଣ୍ଠିସଂଗ୍ରହକଲେ, ହରିବୋଲ, ହୁଳହୁଳି ଧ୍ୱନି ସଭାସ୍ଥଳ ପ୍ରକଂପିତ ହୋଇଥିଲା । ପୁଷ୍ପବୃଷ୍ଟି ମଧ୍ୟହେଲା ।

ଏହା ପରେ ଗାନ୍ଧିଜୀ ତାଙ୍କ ପଦଯାତ୍ରା ପୁରୀଠାରୁ ଆରମ୍ଭ କରିଥିଲେ ।ଗାନ୍ଧିଜୀ ଚନ୍ଦନପୁର, ବୀରହରେକୃଷ୍ଣପୁର, ସାକ୍ଷୀଗୋପାଳ, ଆସି କାଦୁଆ ଆଶ୍ରମରେ ଗୋପବନ୍ଧୁସେବାସଦନ ଠାରେ ପହଞ୍ôଚଲେ ।ସେଠାରୁ ସେ ବୀର ପୁରୁଷୋତ୍ତମପୁର, ଦାଣ୍ଡମକୁନ୍ଦପୁର, ବାଲିଅନ୍ତା, ପିପିଲି, କାଜିପାଟଣା, ବାଳକାଟିଦେଇ କଟକଠାରେ ପହଞ୍ôଚଲେ ।ସେଠାରେସେ ପୁରୀଠାରୁ ଦୀର୍ଘ ୫୪ ମାଇଲି ପଦଯାତ୍ରା ଶେଷ କରି ସେ ବିହାରର ପାଟନା ଅଭିମୁଖେ ରେଳଯୋଗେ ଯାତ୍ରାକରିଥିଲେ ।ସେଠାରେସେ ଏ.ଆଇ.ସି.ସି. ଅଧିବେଶନରେ ଯୋଗଦେବା ପରେବୈରୀଷ୍ଟେସନ୍‌ଠାରେ ପଦଯାତ୍ରା ପୁନରାରମ୍ଭକରିଥିଲେ ।ଗାନ୍ଧିଜୀ ୧୯୩୪ ମସିହାମେ’ମାସ ୨୨ତାରିଖରେ ଚମ୍ପାପୁରହାଟ, ଭେଡ଼ା, କାଜିପାଟଣା, ତେଲେଙ୍ଗାପେଣ୍ଠ, ନିଶ୍ଚିନ୍ତକୋଇଲି, କେନ୍ଦ୍ରାପଡ଼ା ପ୍ରଭୃତିସ୍ଥାନରେ ଆୟୋଜିତ ସାଧାରଣସମାବେଶରେ ଉଦ୍‌ବୋଦନ ଦେଲେ ।ଏହାପରେସେବରୀଠାରେ ୩୧ତାରିଖରେ ପହଞ୍ôଚଥିଲେ ।ଏଠାରେ ରହଣୀ ପରେ ସେ ଯାଜପୁରରୁ ପଦଯାତ୍ରାରେ ଭଦ୍ରକଜିଲ୍ଲା ଯାଇଥିଲେ । ଗରଦପୁର ଆଶ୍ରମ ଠାରେ ଆୟୋଜିତ ସାଧାରଣସଭାରେଗାନ୍ଧିଜୀତାଙ୍କ ପଦଯାତ୍ରାର ଯବନିକା ପାତ କରିଥିଲେ ।କାରଣମୌସୁମୀ ଆସିଯାଇଥିଲା ।ଗାନ୍ଧିଜୀତାଙ୍କ ୬ଷ୍ଠ ଗସ୍ତ ପୁରୀଜିଲ୍ଲାରଡେଲାଙ୍ଗ ନିକଟସ୍ଥବେରବୋଇଠାରେ ଆରମ୍ଭ କରିଥିଲେ ।ସେଠାରେ ସେ ଗାନ୍ଧୀସେବା ସଂଘର ଚତୁର୍ଥ ବାର୍ଷିକଅଧିବେଶନ ଉଦ୍‌ଘାଟନ କରିଥିଲେ ।ତାଙ୍କର ଉଦ୍‌ଘାଟନୀ ଭାଷଣରେ ଗାନ୍ଧିଜୀ ଓଡ଼ିଶାବାସୀଙ୍କ ପ୍ରତି ତାଙ୍କର ଶ୍ରଦ୍ଧା ଓ ସହାନୁଭୂତି ପ୍ରକାଶକରିଥିଲେ ।

ଗାନ୍ଧିଜୀ ତାଙ୍କ ଶେଷ ଓ ସପ୍ତମ ଓଡ଼ିଶା ଗସ୍ତ ୧୯୪୬ ମସିହାଜାନୁୟାରୀ ୨ତରିଖରେ ଓଡ଼ିଶାବାଟଦେଇ କଲିକତା – ମାଡ୍ରାସଟ୍ରେନ୍‌ ଯୋଗେ ଅନୁଷ୍ଠିତ ହୋଇଥିଲା ।ଓଡ଼ିଶାଭାରତମାତାର ଅନାଥ ସନ୍ତାନ ପାଇଁତାଙ୍କର ଦରଦ ଥିଲା । ସେଥିପାଇଁସେ ନିର୍ଦ୍ଦେଶ ଦେଇଥିଲେ ଯେ, ଓଡ଼ିଶାର ଯେଉଁ ବଡ଼ ବଡ଼ଷ୍ଟେସନ୍‌ରେ ଏହି ଟ୍ରେନ୍‌ ରହିବ, ସେଠାରେ ସେ ସମବେତ ଜନତାଙ୍କୁଭେଟିବେ । ମଧ୍ୟ ରାତ୍ରିରେ ଏହି ଟ୍ରେନ୍ ପହଁଚିଲା କଟକରେ ।କିନ୍ତୁ ପ୍ରବଳଗହଳିଯୋଗୁଁଏହିଷ୍ଟେସନ୍‌ରେତାଙ୍କରସ୍ୱାଗତସମ୍ବର୍ଦ୍ଧନାହିଂସ୍ର ପାଲଟିଗଲା, ସେହିଂସାତ୍ମକ ପନ୍ଥା ପରିହାରକରି ଅହିଂସ ମାର୍ଗ ଆପଣାଇବାକୁସମର୍ଥକମାନଙ୍କୁ ନିବେଦନ କରିଥିଲେ ।ମହାତ୍ମାଗାନ୍ଧୀତାଙ୍କସମର୍ଥନଙ୍କବ୍ୟବହାରରେଖୁବ୍ କଷ୍ଟ ପାଇଥିଲେ ।ବ୍ରହ୍ମପୁରଠାରେ ଗାନ୍ଧିଜୀଙ୍କ ସମର୍ଥକମାନେ ସେମାନଙ୍କର କଟକ ଠାରେ ପ୍ରଦର୍ଶିତ ବ୍ୟବହାରରେ କିଛିଟା ସଂଶୋଧନ ଆଣିଥିଲେ । ତେବେ ଟ୍ରେନ୍‌ଟି ଯେଉଁଯେଉଁ ଷ୍ଟେସନରେ ରହିଥିଲା ସେଠାରେ ଗାନ୍ଧିଜୀଙ୍କୁ ସ୍ୱାଗତ ଜଣାଇବାକୁ ବହୁଲୋକ ଏକତ୍ରିତ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking