25.1 C
Bhubaneswar
Monday, May 4, 2026
Homeଓଡିଶାଆଜି ରାତିରେ ତାଣ୍ଡବ ରଚିବ ବାତ୍ୟା ‘ମୋନ୍ଥା’

ଆଜି ରାତିରେ ତାଣ୍ଡବ ରଚିବ ବାତ୍ୟା ‘ମୋନ୍ଥା’

ଭୁବନେଶ୍ୱର: ଆଜି ରାତିରେ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବ ବାତ୍ୟା ମୋନ୍ଥା । ଗୋପାଳପୁରରୁ ପ୍ରାୟ ୫୩୦ କିଲୋମିଟର ଦକ୍ଷିଣ-ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ କେନ୍ଦ୍ରିତ ବାତ୍ୟା ମୋନ୍ଥା ଆନ୍ଧ୍ରପ୍ରଦେଶ ଆଡକୁ ଗତି କରୁଛି । ମଙ୍ଗଳବାର ରାତି ୧୧ଟାରୁ ୧ଟା ମଧ୍ୟରେ ବିଶାଖାପାଟଣାର ଦକ୍ଷିଣରେ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି । ଏନେଇ ସୂଚନା ଦେଇଛନ୍ତି ସୋଆ ବିଶ୍ୱବିଦ୍ୟାଳୟର ପରିବେଶ ଏବଂ ଜଳବାୟୁ କେନ୍ଦ୍ର । ଏନେଇ ସିଇସି ବୁଲେଟିନ୍ ଜାରି କରି ସୂଚନା ଦେଇଛି ଯେ ସ୍ଥଳଭାଗ ଛୁଇଁବା ସମୟରେ ପବନ ବେଗ ଘଣ୍ଟା ପ୍ରତି ବେଗ ୭୫ ରୁ ୮୫ କିଲୋମିଟର ମଧ୍ୟରେ ରହିବ ବୋଲି । ଘଣ୍ଟା ପ୍ରତି ୧୨ କିଲୋମିଟର ବେଗରେ ଗତି କରୁଥିବା ଏହି ପ୍ରଣାଳୀ ଓଡ଼ିଶାର ମାଲକାନଗିରି, କୋରାପୁଟ ଏବଂ ନବରଙ୍ଗପୁର ଜିଲ୍ଲା ଦେଇ ମଧ୍ୟ ଅତିକ୍ରମ କରିବ ଯେଉଁଠାରେ ପବନ ବେଗ ଘଣ୍ଟା ପ୍ରତି ୪୦-୫୦ କିଲୋମିଟର ମଧ୍ୟରେ ରହିବ। ଏହାର ପ୍ରଭାବରେ, ମଙ୍ଗଳବାର ରାତିରେ ଏବଂ ବୁଧବାର ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ଗଜପତି, କଳାହାଣ୍ଡି, କନ୍ଧମାଳ ଏବଂ ରାୟଗଡ଼ା ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ବୁଲେଟିନରେ କୁହାଯାଇଛି। ବଲାଙ୍ଗୀର, ବରଗଡ଼, ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ ଏବଂ ଦେଓଗଡ଼ ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ହୋଇପାରେ। ଏହି ସମୟ ମଧ୍ୟରେ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି କୁହାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking