25.1 C
Bhubaneswar
Wednesday, March 25, 2026
Homeଓଡିଶାଗାନ୍ଧୀଙ୍କୁ ବାଦ୍ ଦେଇ ବିଶ୍ବଶାନ୍ତି ଅସମ୍ଭବ: ଭକ୍ତ

ଗାନ୍ଧୀଙ୍କୁ ବାଦ୍ ଦେଇ ବିଶ୍ବଶାନ୍ତି ଅସମ୍ଭବ: ଭକ୍ତ

‘ ଗାନ୍ଧୀ ଫେରୁଛନ୍ତି’ ପୁସ୍ତକ ଲୋକର୍ପିତ

ନୂଆପଡ଼ା / ଭୁବନେଶ୍ୱର: ଗାନ୍ଧୀ ଚେତନାଠାରୁ ଅଲଗା ହୋଇ ବିଶ୍ବକୁ ତିଷ୍ଠେଇ ରଖାଯାଇ ପାରିବନାହିଁ। ଗାନ୍ଧୀବିଚାରରୁ ମାନବ ସଭ୍ୟତା ଦୂରେଇ ଗଲେ ଅନିବାର୍ଯ୍ୟ ପରମାଣୁ ବିଶ୍ବକୁ ଧ୍ବଂସ କରିବ ବୋଲି ଅନିବାର୍ଯ୍ୟ ବୋଲି ‘ଗାନ୍ଧୀ ଫେରୁଛନ୍ତି ପୁସ୍ତକର ଲୋକାର୍ପଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପିସିସି ସଭାପତି ଭକ୍ତଚରଣ ଦାସ କହିଛନ୍ତି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଗାନ୍ଧୀବାଦକୁ ହେୟ ମଣି ମଣିଷ ନିଜ ଗୋଡ଼ରେ କୁରାଢ଼ି ମାରୁଛି ବୋଲି ରାହୁଲ ସତର୍କ କରାଇ ଦେଉଥିବା କଥାକୁ ସାଧାରଣ ପାଠକଙ୍କ ପଖରେ ପହଞ୍ଚାଇ ଥିବାରୁ ସେ ଲେଖକଙ୍କୁ ଧନ୍ୟବାଦ ଜଣାଇଥିଲେ। ଏକାଧିକ ପୌରାଣିକ ଉଦାହରଣ ଦେଇ ଗାନ୍ଧୀଙ୍କ ଆଦର୍ଶକୁ ରାହୁଲ ଆଗକୁ ନେଉଥିବାରୁ ସେ ମଧ୍ୟ ଶାନ୍ତି ପ୍ରତିଷ୍ଠାରେ ସଫଳ ହେବେ ବୋଲି ଆାଶାପ୍ରକାଶ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ବରିଷ୍ଠ ସାମ୍ବାଦିକ ସିମାଞ୍ଚଳ ମହାପାତ୍ର ସଂଯୋଜନା କରିଥିଲେ। ‘ପକେଟ୍ ନ୍ୟୁଜ୍‌ର ସଂପାଦକ ତଥା ପୁସ୍ତକର ଲେଖକ ସୁଧାଂଶୁ ପାତ୍ର କହିଥିଲେ, ଗୋଟିଏ ଦଳ ସପକ୍ଷରେ ଏତେ ସ୍ପଷ୍ଟ ବାତାବରଣ ଥିବା ସତ୍ତ୍ବେ ଯଦି ‘ଭୋଟ୍ ଚୋରି’ ପାଇଁ ହାରିଯାଏ, ଦୁର୍ଭାଗ୍ୟଜନକ ହେବ। ଏଥିସହ ସେ ମେ ‘୩୧ ପ୍ରକରଣ’ର ଦୁଇମାସ ପୂର୍ବରୁ ନବୀନ-ପ୍ୟାରୀଙ୍କ ସମ୍ପର୍କ, ବିଜେଡି-ବିଜେପି ମେଣ୍ଟ ଆଦିକୁ ନେଇ ନେଇ ତାଙ୍କ ପୂର୍ବାନୁମାନ କଥା ସ୍ମରଣ କରାଇଦେଇଥଲେ। ପୁସ୍ତକର ସମୀକ୍ଷକ ‘ଏସିଆନ ଏଜ୍‌’ କାଗଜର ରାଜ୍ୟ ମୁଖ୍ୟ ଅକ୍ଷୟ ସ୍ବାଇଁ କିନ୍ତୁ ‘ମେ ୩୧’ ପ୍ରକରଣ ହିଁ ନ ଥିଲା ବୋଲି କହିଥିଲେ । ଶେଷରେ ଶରଧା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking