21.1 C
Bhubaneswar
Friday, February 6, 2026
Homeଦେଶ ବିଦେଶମହିଳା ଡାକ୍ତର ଆତ୍ମହତ୍ୟା ଘଟଣା: ଅଭିଯୁକ୍ତ ଗିରଫ

ମହିଳା ଡାକ୍ତର ଆତ୍ମହତ୍ୟା ଘଟଣା: ଅଭିଯୁକ୍ତ ଗିରଫ

ମହାରାଷ୍ଟ୍ର: ମହାରାଷ୍ଟ୍ରର ସତାରା ଜିଲ୍ଲାରେ ଜଣେ ମହିଳା ଡାକ୍ତରଙ୍କ ଆତ୍ମହତ୍ୟା ମାମଲାରେ ପୋଲିସ ପୁଣେରୁ ପ୍ରଶାନ୍ତ ବାଙ୍କରଙ୍କୁ ଗିରଫ କରିଛି। ଏହି ସମୟରେ ପିଏସଆଇ ଗୋପାଳ ବଡନେ ଏବେ ବି ଫେରାର ଅଛନ୍ତି। ମୃତ ମହିଳା ଡାକ୍ତର ତାଙ୍କ ଶେଷ ସୁଇସାଇଡ୍ ନୋଟ୍‌ରେ ଏହି ଦୁଇ ଜଣଙ୍କ ନାମ ଲେଖିଥିଲେ। ଆତ୍ମହତ୍ୟା ପୂର୍ବରୁ ତାଙ୍କ ହାତ ପାପୁଲିରେ ଲେଖାଯାଇଥିବା ନୋଟ୍‌ରେ ସେ ଉଭ୍ୟଙ୍କ ବିରୁଦ୍ଧରେ ଗମ୍ଭୀର ଅଭିଯୋଗ ଆଣିଥିଲେ। ମୃତ ମହିଳା ଡାକ୍ତର ସବ-ଇନ୍ସପେକ୍ଟର ଗୋପାଳ ବଡନେଙ୍କ ବିରୁଦ୍ଧରେ ଯୈାନ ନିର୍ଯାତନା ଏବଂ ଡାକ୍ତର ରହୁଥିବା ଘରର ମାଲିକଙ୍କ ପୁଅ ସଫ୍ଟୱେର୍ ଇଞ୍ଜିନିୟର ପ୍ରଶାନ୍ତ ବାଙ୍କରଙ୍କ ବିରୁଦ୍ଧରେ ମାନସିକ ନିର୍ଯାତନା ଅଭିଯୋଗ କରିଥିଲେ। ବୀଡ ଜିଲ୍ଲାର ଏକ ସରକାରୀ ହସ୍ପିଟାଲରେ ନିଯୁକ୍ତ ମହିଳା ଡାକ୍ତରଙ୍କ ମୃତଦେହ ଗୁରୁବାର ରାତିରେ ସତାରା ଜିଲ୍ଲାର ଫଲଟନର ଏକ ହୋଟେଲ ରୁମରେ ଝୁଲନ୍ତା ଅବସ୍ଥାରେ ମିଳିଥିଲା।

ପୋଲିସ ସୂତ୍ର ଅନୁଯାୟୀ, ମୃତ ମହିଳା ଏବଂ ପ୍ରଶାନ୍ତ ବାଙ୍କର ପରସ୍ପରକୁ ଜାଣିଥିଲେ। କଲ୍ ରେକର୍ଡରୁ ଜଣାପଡୁଛି ଯେ ସେମାନେ ଗତ ଆଠ ମାସ ମଧ୍ୟରେ ଅନେକ ଥର କଥା ହୋଇଥିଲେ। ଫଲଟନର ମଧୁଦୀପ ହୋଟେଲରୁ ଗତ ଦୁଇ ଦିନର ସିସିଟିଭି ଫୁଟେଜ୍ ଏବଂ ତଥ୍ୟ ସଂଗ୍ରହ କରାଯାଇଛିସେହି ହୋଟେଲରେ ମହିଳା ଡାକ୍ତର ଆତ୍ମହତ୍ୟା କରିଥିଲେ। ବର୍ତ୍ତମାନ ଫରେନସିକ୍ ଦଳ ଉପସ୍ଥିତ ରହି ପ୍ରମାଣ ସଂଗ୍ରହ କରୁଛନ୍ତି। ଏହି ସିସିଟିଭି ଫୁଟେଜ୍ ବର୍ତ୍ତମାନ ତଦନ୍ତାଧୀନ ଅଛି। ମୃତ ମହିଳା ଡାକ୍ତର ଅନେକ ଗମ୍ଭୀର ଅଭିଯୋଗ ଆଣିଥିଲେ, ଯେଉଁଥିରେ ଜଣେ ସାଂସଦଙ୍କ ଦୁଇ ଜଣ ପିଏଙ୍କ ନାମ ମଧ୍ୟ ଉଲ୍ଲେଖ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking